ହକି ବିଶ୍ବକପ୍ ସେମିରେ ଜର୍ମାନୀ, ପେନାଲିଟି ସୁଟଆଉଟ୍ରେ ଇଂଲଣ୍ଡ ପରାସ୍ତ

ଭୁବନେଶ୍ବର ୨୫/ ୦୧: ହକି ବିଶ୍ବକପ୍ ୨୦୨୩ରେ ବୁଧବାର ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ଇଂଲଣ୍ଡକୁ ପରାସ୍ତ କରି ଜର୍ମାନୀ । ପେନାଲିଟି ସୁଟ୍ଆଉଟ୍ରେ ଇଂଲଣ୍ଡକୁ ୩-୪ରେ ପରାସ୍ତ କରି ଜର୍ମାନୀ ବିଶ୍ବକପ୍ ସେମି-ଫାଇନାଲରେ ପ୍ରବେଶ କରିଛି । ଉଭୟ ଟିମ୍ ମଧ୍ୟରେ ଶେଷ ଯାଏଁ କଡା ଟକ୍କର ହୋଇଥିଲା । ୪ଟି ଯାକ କ୍ବାର୍ଟର ଶେଷ ସୁଦ୍ଧା ଗୋଲ୍ ୨-୨ରେ ବରାବର ହେବାରୁ ପେନାଲିଟି ସୁଟଆଉଟ୍ କରାଯାଇଥିଲା । କ୍ବାର୍ଟର୍ ଫାଇନାଲ ବିଜୟ ସହ ଅଷ୍ଟ୍ରେଲିଆ ଏବଂ ବେଲଜିୟମ ପରେ ତୃତୀୟ ଦଳ ଭାବେ ସେମି-ଫାଇନାଲରେ ପ୍ରବେଶ କରିଛି ଜର୍ମାନୀ ।

ପ୍ରଥମରୁ ପ୍ରଭାବ ବିସ୍ତାର କରିଥିଲା ଇଂଲଣ୍ଡ । ୧ତମ ମିନିଟରେ ଓ୍ବାଲେକ୍ ଜ୍ୟାକହାରୀ ପ୍ରଥମ ଗୋଲ୍ ଦେଇଥିବା ବେଳେ ଦ୍ବିତୀୟ ଗୋଲ ୩୨ତମ ମିନିଟରେ ଦେଇଥିଲେ ଆନସେଲ୍ ଲିୟାମ୍ । ଲାଗୁଥିବା ଇଂଲଣ୍ଡ ଅତି ସହଜରେ ସେମିକୁ ଚାଲିଯିବ । କିନ୍ତୁ ମାତ୍ର ଗୋଟିଏ ମିନିଟ ମଧ୍ୟରେ ସବୁ ଓଲଟ ପାଲଟ କରିଦେଇଥିଲା ଜର୍ମାନୀ । ଦ୍ବିତୀୟାର୍ଦ୍ଧର ୪ର୍ଥ କ୍ବାର୍ଟରରେ ଜର୍ମାନୀ ପକ୍ଷରୁ ଗ୍ରାମବସ୍ ମାଟ୍ସ ୫୭ ମିନିଟରେ ପ୍ରଥମ ଗୋଲ୍ ଦେଇଥିବା ବେଳେ ଏହାର ଗୋଟିଏ ମିନିଟ ପରେ ଅର୍ଥାତ୍ ୫୮ତମ ମିନିଟରେ ଗ୍ରାମବସ୍ ଟମ୍ ଦ୍ବିତୀୟ ଗୋଲ ଦେଇଥିଲେ । ପରେ ପେନାଲିଟି କର୍ଣ୍ଣର ମାଧ୍ୟମରେ ୩-୪ରେ ବିଜୟୀ ହୋଇଛି ଜର୍ମାନୀ ।
Germany register a dramatic comeback through penalties to claim their spot in the semi-finals of the FIH Odisha Hockey Men's World Cup 2023.
— Hockey India (@TheHockeyIndia) January 25, 2023
🏴 ENG 2-2 GER 🇩🇪 (SO: 3-4) pic.twitter.com/OfbRgEqRZx