ପ୍ରମୂଖ ଖବର
  • ସୁପର-୮ ମୁକାବିଲା: ବାଂଲାଦେଶକୁ ୫୦ ରନରେ ହରାଇଲା ଭାରତ
  • ||
  • ପରୀକ୍ଷା ହେବାର ଗୋଟିଏ ଦିନ ପୂର୍ବରୁ NEET-PG ଏଣ୍ଟ୍ରାସ୍ ସ୍ଥଗିତ
  • ||
  • ରବିବାରଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଶ୍ରୀବଳଦେବଜିଉ ମନ୍ଦିରରେ କରିବେ ପୂଜାର୍ଚ୍ଚନା
  • ||
  • ଓଟିଇଟି-୨୦୨୪ ପାଇଁ ବିଜ୍ଞପ୍ତି ପ୍ରକାଶ: ଅଗଷ୍ଟ ୯ରେ ପରୀକ୍ଷା, ଜୁନ୍ ୨୪ରୁ ଆବେଦନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍ ସୁପର ୮ ବାଂଲାଦେଶକୁ ଭେଟିବ ଭାରତ, ରୋହିତ, କୋହଲିଙ୍କ ପାଇଁ ସ୍ପିନ୍‌ ପରୀକ୍ଷା
  • ||
  • ରାଜ୍ୟର ୩୦ ଜିଲ୍ଲାକୁ ଛୁଇଁଲା ମୌସୁମୀ: ଆଜି କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳ ବର୍ଷିପାରେ, ୨୭ରେ ଲଘୁଚାପ
  • ||
  • ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ର​‌ରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା. ୬୮ ଫ୍ଲାଟୁନ୍ ଫୋର୍ସ ମୁତୟନ
  • ||
  • ପୁରୀ: ଆଜି ପବିତ୍ର ସ୍ନାନଯାତ୍ରା , ରତ୍ନସିଂହାନରୁ ସ୍ନାନବେଦୀକୁ ଧାଡି ପହଣ୍ଡିରେ ବିଜେ କରୁଛନ୍ତି ଶ୍ରୀଜିଉ
  • ||

କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମତିକୁ ଅପେକ୍ଷା; ଆସିବେ ଗିବନ, ଗଣ୍ଡା, ଜିରାଫ

ବାରଙ୍ଗ, ୩୧ା୧(ଆ.ପ୍ର.): ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ମିଜୋରାମରୁ ଗିବନ, ମହୀଶୂରରୁ ଜୀରାଫ, ହାଇଦ୍ରାବାଦରୁ ଆସିବ ଗଣ୍ଡା । କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ନିକଟକୁ ଦୁଇମାସ ତଳେ ଚିଠି ଲେଖିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ମାତ୍ର ଏ ଯାଏ ସିଜେଡଏ ଅନୁମତି ମିଳିନାହିଁ ।
ନନ୍ଦନକାନନରେ ଏବେ ଅନେକ ଖୁଆଡ ଖାଲି ପଡିଛି । ଗୋଟିକ ପରେ ଗୋଟିଏ ପ୍ରାଣୀ ଉଦ୍ୟାନରୁ ବିରଳ ପଶୁପକ୍ଷୀ ଲୋପପାଇ ଯାଉଥିବା ବେଳେ, ଖାଲି ଖୁଆଡ ଗୁଡିକୁ ଦେଖି ପର୍ଯ୍ୟଟକ ନିରାଶ ହୋଇ ଫେରୁଛନ୍ତି । ଜନ୍ତୁ ମାନଙ୍କୁ ଆଣିବା ପାଇଁ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ ଅନୁମତି ଦେବାରେ ବିଳମ୍ବ କରୁ ଥିବାରୁ ଅନେକ ବିରଳ ଜନ୍ତୁ ନନ୍ଦନକାନନ ଆସି ପାରୁନାହିଁ ବୋଲି ସଫେଇ ଦିଆ ଯାଉଛି । ତେବେ ଅନୁମତି ମିଳିବା କ୍ଷଣି ଗିବନ, ଜୀରାଫ, ଗଣ୍ଡା ଏବଂ ମାଲେସିଆରୁ ଓରାଙ୍ଗଉଟାନ ଅଣାଯବ ବୋଲି ନନ୍ଦନକାନନର ଜଣେ ଅଧିକାରୀ ଏହି ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।

{"id":1958}

ସିଂହଲାଞ୍ଜିମାଙ୍କଡ,ଗଣ୍ଡା,ଜେବ୍ରା,ୱାଲଭି, ଗିବନ ଆଦି କେତେକ ବିରଳ ଜନ୍ତୁ ଆଉ ନନ୍ଦନକାନନରେ ଦେଖିବାକୁ ମଳୁନାହାନ୍ତି । କାସୁଆରୀ ଏକ ବିରଳ ପକ୍ଷୀ । ଏହି ପକ୍ଷୀର ମୁଣ୍ଡ ଏବଂ ବେକ ଦେଖିବାକୁ ଅତୀବ ସୁନ୍ଦର । ଦ୍ରୁତ ଗତିରେ ଦୌଡି ପ୍ରତିପକ୍ଷ ପକ୍ଷୀଙ୍କୁ ଆକ୍ରମଣ କରିବାରେ କାସୁଆରୀ ପାରଙ୍ଗମ । ୨୦୧୦ ମସିହାରେ ନନ୍ଦନକାନନକୁ ଦୁଇଟି କାସୁଆରୀ ଆସିଥିଲେ । ୨୦୧୪ ମସିହାରେ ଦୁଇଟି ମୃତ୍ୟୁ ବରଣ କଲା ପରେ ଏବେ ଖୁଆଡ ଖାଲି ଅଛି । ୨୦୧୪ ମସିହାରେ ୯୮ ଲକ୍ଷ ଟଙ୍କାରେ ଇସ୍ରାଇଲରୁ ୪ଟି ଜେବ୍ରା ଅଣାଯାଇଥିଲା । ଖୁଆଡ ନଂ ୩୪ରେ ଜେବ୍ରା ସବୁ ରହୁଥିଲେ । ଗତ ବର୍ଷ ଗୋଟିଏ ପରେ ଗୋଟିଏ ତିନୋଟି ଜେବ୍ରା ଆଖିବୁଜିଥିଲେ । ମାତ୍ର ୨୦୧୭ ସେପ୍ଟେମ୍ବର ୨୫ରେ ଶେଷ ଅଣ୍ଡିରା ଜେବ୍ରାର ମୃତ୍ୟୁ ଘଟିଛି । ସେହିଦିନ ଠାରୁ ୩୪ ନଂ ଖୁଆଡ ଖାଲି ପଡ଼ିଛି । ଗତ ଚାରିଦଶନ୍ଧୀ ଧରି ନନ୍ଦନକାନନରେ ଅସଂଖ୍ୟ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିବା ଅଣ୍ଡିରା ଗଣ୍ଡା ନନ୍ଦୁ ମୃତ୍ୟୁବରଣ କରିବାର ଦୁଇବର୍ଷ ବିତିଯାଇଛି³ ହେଲେ ଗଣ୍ଡା ଏଠାକୁ ଆସିପାରିନାହିଁ । ଗଣ୍ଡା ଆଣିବାରେ ନନ୍ଦନକାନନ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଜଙ୍ଗଲ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଗତ ନନ୍ଦନକାନନ ପ୍ରତିଷ୍ଠା ଉତ୍ସବରେ ମତ ରଖିଥିଲେ । ଗଣ୍ଡା ରହୁଥିବା ଖୁଆଡରେ ଏବେ ଜଳହସ୍ତୀଙ୍କୁ ରଖାଯାଇଛି । ଗଣ୍ଡା ଯଦିଓ ଭାରତୀୟ ଜନ୍ତୁ ତଥାପି ଏମାନଙ୍କ ସଂଖ୍ୟା ହ୍ରାସ ନେଇ ବନବିଭାଗ ଚିନ୍ତାରେ ପଡ଼ିଛି । ଆସାମ, ମଣିପୁରରେ ବିପୁଳ ସଂଖ୍ୟାରେ ଗଣ୍ଡା ଦେଖାଯାଆନ୍ତି ।ଗିବନ ଏକ ବିରଳ ଜନ୍ତୁ । ଏହାର ଶବ୍ଦ ଶୁଣିଲେ ଅନେକେ ଉତ୍‌ଫୁଲ୍ଲିତ ହୋଇଥାନ୍ତି । ୧୯୯୫ ମସିହାରେ ଏକ ମାତ୍ର ଗିବନର ମୃତ୍ୟୁ ହେବା ପରେ ନନ୍ଦନକାନନ ଚବିଶ ବର୍ଷ ହେଲାଣି ଗିବନ ଶୂନ୍ୟ ହୋଇଛି ।

{"id":1959}

ମାଙ୍କଡ ପ୍ରଜାତିର ଗିବନ ପ୍ରାୟତଃ ଦେଖିବାକୁ ମିଳୁନାହାନ୍ତି । ମିଜୋରାମ ଚିଡ଼ିଆଖାନାରେ ଏମାନଙ୍କୁ ଦେଖିବାକୁ ମିଳୁଛି । ସେଠାକାର ପ୍ରଜନନ କେନ୍ଦ୍ରରେ ୧୭ଟି ଗିବନ ଅଛନ୍ତି । କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ ଅନୁମତି ଦେଲେ ସେଠାରୁ ଦୁଇଟି ଗିବନ ଅଣାଯିବ । ଏଥିସହିତ ମହୀଶୂର ଜିରାଫ ଓ ହାଇଦ୍ରାବାଦର ଗଣ୍ଡା ପ୍ରାଣୀ ଉଦ୍ୟାନକୁ ଆସିପାରିବ । ୨୦୦୩ ନଭେମ୍ବର ୨୦ରେ ପୁନେ ଚିଡିଆଖାନାରୁ ଆସିଥିବା ମାଈ ଓରାଙ୍ଗଉଟାନ’ ‘ବିନି’ ନନ୍ଦନକାନନ ଖୁଆଡ ନଂ ୬୦(କ)ରହଛି । ତାକୁ ଏବେ ୪୧ ବର୍ଷ । ବୟସାଧିକ୍ୟ କାରଣରୁ ଏବେ ସେ ରୁଗ୍‌ଣ । ଏହି କାରଣରୁ ପର୍ଯ୍ୟଟକ ବିନିକୁ ଦେଖିପାରୁନାହାନ୍ତି । ଏହି ପ୍ରଜାତିର ଓରାଙ୍ଗଉଟାନ ମ୍ୟାଲେସିଆରୁ ଆଣିବା ପାଇଁ କର୍ତ୍ତୃପକ୍ଷ ଉଦ୍ୟମ ଚଳାଇଛନ୍ତି । ମାଲେସିଆରେ ଜଙ୍ଗଲି ଜନ୍ତୁ ଭାବେ ଗଣା ହେଉଥିବା ଓରାଙ୍ଗଉଟାନକୁ ସେଠାକାର ବାସିନ୍ଦା ବେଆଇନ ଭାବେ ପାଳନ କରୁଛନ୍ତି । ସେମାନଙ୍କ ଠାରୁ କ୍ରୟ କରି ଆଣିବାରେ ସମସ୍ୟା ରହିଛି³ ଏହି କାରଣରୁ ସେଠାରୁ ଓରାଙ୍ଗଉଟାନ ଆସି ପାରୁନାହିଁ । ଯଦି ମାଲେସିଆର କୌଣସି ଚିଡିଆଖାନା ଜନ୍ତୁ ଅଦଳବଦଳ ନୀତିରେ ଓରାଙ୍ଗଉଟାନ ଦିଅନ୍ତି ତେବେ ଓରାଙ୍ଗଉଟାନ ଆସିପାରିବ ବୋଲି ନନ୍ଦନକାନନ ଅଧିକାରୀଜଣକ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.