କଟକ, ୪।୬ : ବହୁ ପୂର୍ବରୁ ମା’ ଆର ପାରିକୁ ଚାଲି ଯାଇଥିଲା। ବାପାଙ୍କର ହଠାତ ଦେହାନ୍ତ ହୋଇଗଲା। ଆଉ ଏଭଳି ସ୍ଥିତିରେ ସତେ ଯେମିତି ଦୁଃଖର ପାହାଡ଼ ଭାଙ୍ଗି ପଡିଲା। ଏତେ ବଡ଼ ଦୁଃଖକୁ ସହି ପାରିଲାନି ଝିଅ। ଦୁଆରେ ବାପାଙ୍କ ଶବ ପଡ଼ିଥିବା ବେଳେ ଅଗଣାରେ ଥିବା କୂଅକୁ ୧୯ ବର୍ଷର ଝିଅ ଡେଇଁ ପଡିଲା। ଝିଅକୁ ତୁରନ୍ତ କୂଅରୁ ଉଦ୍ଧାର କରାଯାଇ ଏସସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଝିଅଟି ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଛି। ଏଭଳି ଏକ ଘଟଣା ଘଟିଛି ବାରଙ୍ଗ ଥାନା ଦାଢ଼ାପାଟଣା ଗାଁରେ।
ଅନ୍ୟପକ୍ଷରେ ଭଉଣୀ ଡାକ୍ତରଖାନାରେ ଥିବା ବେଳେ ପରିବାରରେ ଏକମାତ୍ର ଛୋଟ ପୁଅ ବାପାଙ୍କୁ ମୁଖାଗ୍ନି ଦେଇଛି। ଘଟଣାଟି ବାରଙ୍ଗ ଥାନା ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି।