PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ବ୍ୟାଡମିଣ୍ଟନ ଯୁଗଳ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଲା ଭାରତ, ଇତିହାସ ରଚିଲେ ସାତ୍ତ୍ବିକ ଏବଂ ଚିରାଗ

ବର୍ମିଂହାମ ୦୮/ ୦୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ ଟିମ୍‌ । ଯୁଗଳ ବର୍ଗରେ ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଛନ୍ତି ସାତ୍ତ୍ବିକ ସାଇରାଜ୍‌ ରାନିକ ରେଡ୍ଡୀ ଏବଂ ଚିରାଗ ସେଟ୍ଟୀ । ଇଂଲଣ୍ଡର ଷ୍ଟାର ବ୍ୟାଡମିଣ୍ଟନ ଯୁଗଳ ଯୋଡି ବେନ୍‌ ଲେନ୍‌ ଏବଂ ସିନ୍‌ ଭେଣ୍ଡେଙ୍କୁ ହରାଇ ଇତିହାସ ରଚିଛନ୍ତି ଉଭୟ । ଦୁଇଟି ସେଟରେ ସିଧାସଳଖ ୨୧-୧୫ ଏବଂ ୨୧-୧୩ରେ ହାରିଛି ଇଂଲଣ୍ଡ । ପ୍ରଥମରୁ ହିଁ ସାତ୍ତ୍ବିକ ଏବଂ ଚିରାଗ ଭାରିପଡିଥିଲେ । ଏକ ପ୍ରକାର ଆତ୍ମସମର୍ପଣ କରିଛନ୍ତି ଇଂଲଣ୍ଡ ଯୋଡି ।

ପୂର୍ବରୁ ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ଜିତିଥିଲେ ସାତ୍ତ୍ବିକ ସାଇରାଜ୍‌ ରାନିକ ରେଡ୍ଡୀ ଏବଂ ଚିରାଗ ସେଟ୍ଟୀ । ଏଥର କିନ୍ତୁ ସୁନା ପଦକ ଜିତି ଇତିହାସ ରଚିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ବର୍ତ୍ତମାନ ସୁଦ୍ଧା ମୋଟ ୬୦ଟି ପଦକ ଜିତିସାରିଲାଣି । ସେଥିମଧ୍ୟରୁ ୨୨ଟି ସ୍ବର୍ଣ୍ଣ ୩ପଦକ ରହିଥିବା ବେଳେ ୧୫ଟି ରୌପ୍ୟ ଏବଂ ୨୩ଟି ବ୍ରୋଞ୍ଜ ପଦକ ରହିଛି ।