ପ୍ରମୂଖ ଖବର
  • ହାଇପ୍ରୋଫାଇଲ ଠକ ଯୋଡି ହଂସିକା-ଅନିଲଙ୍କୁ ଆଶ୍ବସ୍ତି, ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍
  • ||
  • ଦେବଗଡ଼ : ଶଗଡ଼ ଗାଡ଼ିକୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ବୈପାରୀଗୁଡ଼ା ଥାନା ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୨ ଜବତ ଗାଡି
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ, ଦିଲ୍ଲୀ ବାସଭବନ ୮୪ ବର୍ଷ ବୟସରେ ବିୟୋଗ
  • ||
  • ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାମୁହିଁ; ଜଣ ଆତଙ୍କୀ ସଫା
  • ||
  • ସୁନ୍ଦରଗଡ଼ : ଗୋମାଂସକୁ ନେଇ ମୁଣ୍ଡାଗାଁରେ ଉତ୍ତେଜନା, ଜଣେ ଗିରଫ
  • ||
  • ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଇକ୍ବିଟି ବଜାରରେ ହଲଚଲ; ବଢୁଛି ଦଳଦିଆ ଧାତୁରେ ନିବେଶ, ୮୭,୦୦୦ ଟଙ୍କା ଡେଇଁଲା ସୁନା ଦର

Published By : Ankita S | February 11, 2025 9:50 AM

ଭୁବନେଶ୍ବର,୧୧/୦୨: ସପନ ହେଲାଣି ସୁନା କିଣିବା । ହୁ ହୁ ହୋଇ ବଢୁଛି ଦର । ଦିନକୁ ଦିନ ନୂଆ ରେକର୍ଡ କରି ଚାଲିଛି ଏହି ହଳିଦିଆ ଧାତୁ । ସେନସେକ୍ସ ଖସୁଛି ସୁନା ଦର ବଢୁଛି । ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର । ବିଶ୍ୱ ବଜାରରେ ହଲଚଲ ଯୋଗୁ ଏହି ଧାତୁରେ ନିବେଶ ବୃଦ୍ଧି ପାଇଛି, ଯାହା ଦର ବଢ଼ିବାର ପ୍ରମୁଖ କାରଣ ହୋଇଛି । ସାରା ବିଶ୍ବରେ ସୁନା ମହଙ୍ଗା ହୋଇଛି । ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ୮୭,୦୦୦ ଟଙ୍କା ପାର୍‌ କରିଛି । ଏହାର ଦାମ ୩୯୦ ଟଙ୍କା ବଢ଼ି ୮୭,୦୬୦ ଟଙ୍କା ହୋଇଛି । ସେହିଭଳି ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍‌ ସୁନା ଦର ୩୫୦ ଟଙ୍କା ବଢି ୭୯,୮୦୦ ଟଙ୍କା ହୋଇଛି । ଯାହା ସୁନାପ୍ରେମୀଙ୍କୁ ଚିନ୍ତାରେ ପକାଇଛି । ଏ ବର୍ଷ ସୁନା ଦର ୯୦ ହଜାର ଯାଏ ଯାଇପାରେ ।

ସୁନା ମହଙ୍ଗା ହେବାର ଅନେକ କାରଣ ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକ୍ରାମକ ବାଣିଜ୍ୟ ନୀତି ଏବଂ ଟାରିଫ୍‌ ଯୁଦ୍ଧ ଭିତରେ ବିଶ୍ୱ ଅର୍ଥନୀତିରେ ଅନିଶ୍ଚିତତା ଦେଖିବାକୁ ମିଳିଛି । ବିଶ୍ବ ଅସ୍ଥିରତା ମଧ୍ୟରେ ସୁନାରେ ନିବେଶ ବୃଦ୍ଧି ପାଇଛି, ଯାହାକି ଦରକୁ ଉପରମୁହାଁ କରିଛି । ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ମଧ୍ୟ ସୁନାକୁ ମହଙ୍ଗା କରୁଛି । ସେୟାର ବଜାରରେ ଉତ୍‌ଥାନ-ପତନ କାରଣରୁ ଲୋକେ ସୁନାରେ ନିବେଶ ବଢ଼ାଉଛନ୍ତି । ଯାହା ସୁନା ଦର ବଢ଼ିବାର ଅନ୍ୟତମ ପ୍ରମୁଖ କାରଣ ପାଲଟିଛି । ବିଶ୍ୱ ବଜାରରେ ଅସ୍ଥିରତା ପାଇଁ ଭାରତୀୟ ଇକ୍ୱିଟି ବଜାରରେ ହ୍ରାସ ହୋଇଛି । ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସ ୫୪୮ ପଏଣ୍ଟ ଖସି ୭୭,୩୧୧.୮୦ ପଏଣ୍ଟରେ ବନ୍ଦ ହୋଇଛି । ନିଫ୍‌ଟି ୧୮୩ ପଏଣ୍ଟ ଖସି ୨୩,୩୭୭.୧୦ ପଏଣ୍ଟରେ ବନ୍ଦ ହୋଇଛି । ଟ୍ରମ୍ପଙ୍କ ଟାରିଫ୍‌ ଘୋଷଣା, ଦୁର୍ବଳ ଟଙ୍କା ଏବଂ ବିଦେଶୀ ନିବେଶକଙ୍କ ପୁଞ୍ଜି ଭାରତୀୟ ଇକ୍ୱିଟି ବଜାରକୁ ପ୍ରଭାବିତ କରିଛି । ଏଭଳି ସ୍ଥିତିରେ ସୁନାରେ ନିବେଶ କରିବାକୁ ସୁରକ୍ଷିତ ମଣୁଛନ୍ତି ଲୋକେ । ଏହା ଦରକୁ ବଢ଼ାଉଥିବା ବଜାର ବିଶେଷଜ୍ଞମାନେ କହିଛନ୍ତି  ।

ଅଧିକ ପଢନ୍ତୁ...ବଢୁଛି ସୁନାର ଚମକ, ନୂଆବର୍ଷରେ ୬ ହଜାରରୁ ଅଧିକ ମହଙ୍ଗା ହେଲା ସୁନା

ଜାନୁଆରୀରୁ ଏଯାବତ୍‌ ସୁନା ଦର ୯,୦୦୦ ଟଙ୍କାରୁ ଅଧିକ ମହଙ୍ଗା ହୋଇଥିବା ଜଣାପଡ଼ିଛି । ଗତବର୍ଷ ସୁନା ଦର ୨୦.୨୨% ବୃଦ୍ଧି ପାଇଥିଲା । ଆଗକୁ ୧୦ ଗ୍ରାମ ପିଛା ଏହା ୯୦,୦୦୦ ଟଙ୍କା ପର୍ଯ୍ୟନ୍ତ ଯାଇପାରେ । ସେପଟେ ରୁପା ଦର ବି କିଛି କମ ନାହିଁ । ପୂର୍ବ ବର୍ଷ ତୁଳନାରେ ୧୭.୧୯% ବଢିଛି । କିଲୋଗ୍ରାମ ପିଛା ଲକ୍ଷେ ୭ ହଜାର ଟଙ୍କା ରହିଛି ରୁପା । ଜାନୁଆରୀରୁ ଏଯାବତ୍‌ ସୁନା ଦର ୯,୦୦୦ ଟଙ୍କାରୁ ଅଧିକ ମହଙ୍ଗା ହୋଇଥିବା ଜଣାପଡ଼ିଛି । ବିବାହ ଋୁତୁ ଚାଲିଥିବା ବେଳେ ସୁନା ଦରରେ ଲମ୍ବା ଲମ୍ପ ଚିନ୍ତା ବଢାଇଛି । ସାଧାରଣ ଲୋକଙ୍କ ପାଇଁ ସୁନା କିଣିବା ଏବେ ସାତ ସପନ ହୋଇଛି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.