ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବଢୁଛି ସୁନାର ଚମକ, ନୂଆବର୍ଷରେ ୬ ହଜାରରୁ ଅଧିକ ମହଙ୍ଗା ହେଲା ସୁନା

Published By : Rasmita Pradhan | February 5, 2025 8:50 AM

ଭୁବନେଶ୍ୱର, ୦୫/୦୨: ଭୁ-ରାଜନୈତିକ ସମସ୍ୟା ଏବଂ ବିଭିନ୍ନ ପ୍ରକାର ଅନିଶ୍ଚିତତା ମଧ୍ୟରେ ବଢୁଛି ସୁନାର ଚମକ। ସୁନା ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ୮୫,୦୦୦ ଟଙ୍କା ପାର୍‌ କରିଛି । ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍‌ ଏବଂ ୨୪ କ୍ୟାରେଟ୍‌ ସୁନା ଦର ଯଥାକ୍ରମେ ୧,୦୫୦ ଏବଂ ୧,୧୫୦ ଟଙ୍କା ମହଙ୍ଗା ହୋଇଛି । ଉଭୟର ଦର ଯଥାକ୍ରମେ ୭୮,୧୦୦ ଟଙ୍କା ଏବଂ ୮୫,୨୦୦ ଟଙ୍କା ହୋଇଛି । 

ନୂଆବର୍ଷରେ ସୁନା ୬,୦୦୦ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି। ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ଦର ୧୦୦୦ ଟଙ୍କା ହ୍ରାସ ପାଇ ୧,୦୬,୦୦୦ ଟଙ୍କା ହୋଇଥିବା ଜଣାପଡ଼ିଛି । ଗତବର୍ଷ ସୁନା ଦର ୨୦.୨୨% ବଢିଛି । ସେହିଭଳି ରୁପା ୧୭.୧୯% ରିଟର୍ଣ୍ଣ ଦେଇଛି ।

ଏହି ଖବରଟିକୁ ପଢନ୍ତୁ-ପ୍ରତି ମାସ ୨୫୦ଟଙ୍କାର SIPରେ କରି ପାରିବେ ନିବେଶ , ପ୍ରସ୍ତାବ ଉପରେ ରାୟ ମାଗିଲା SEBI

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.