ମାର୍ଶାଘାଇ, ୧୧।୧ : ସୁନା ଦୋକାନୀଙ୍କୁ ହାଣି ଲକ୍ଷାଧିକ ଟଙ୍କାର ସୁନା ଲୁଟ୍। କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ କୁଦନଗରି ଥାନା ହୁରାସହି -ମେହେନ୍ଦି ନଗର ରାସ୍ତାର ହୁରସହି ଠାରେ ଘଟିଛି ଘଟଣା। ଲୁଟର ଶିକାର ହୋଇଛନ୍ତି ବଙ୍ଗଳାପୁର ପଞ୍ଚାୟତ ମାହଳ ଜଗନ୍ନାଥ ଜୁଏଲାରୀର ମାଲିକ ଦିଲ୍ଲୀପ କୁମାର ନନ୍ଦୀ
ବଙ୍ଗଳାପୁର ପଞ୍ଚାୟତ ମାହଳ ଜଗନ୍ନାଥ ଜୁଏଲାରୀ ମାଲିକ ଦିଲ୍ଲୀପ କୁମାର ନନ୍ଦୀ ଦୋକାନ ବନ୍ଦ କରି କାର ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ହୁରସାହି ରାସ୍ତାରେ କିଛି ଦୃର୍ବୁତ୍ତ କାର ପଛପଟ କାଚକୁ ମାରଣାସ୍ତ୍ର ଦ୍ଵାର ଆକ୍ରମଣ କରି ଭାଙ୍ଗିଥିଲେ। ଗାଡି ଅଟକାଇ ମାରଣାସ୍ତ୍ରରେ ଆକ୍ରମଣ କରି ସୁନା ଟଙ୍କା ଲୁଟି ବାଇକରେ ଫେରାର ହୋଇ ଯାଇଥିଲେ। ଦୋକାନୀଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଘଟଣା ସ୍ଥଳରେ କୁଦାନଗରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।