ନୂଆଦିଲ୍ଲୀ,୨୦\୭ : ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି, ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ସୁନା ଦର ସାମାନ୍ୟ ବୃଦ୍ଧି ପାଇଛି । ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପାଇଁ ୧୦ ଟଙ୍କା ବୃଦ୍ଧି ହୋଇ ୧ ଲକ୍ଷ,୪୫ ହଜାର,୬୬୦ ରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୧ ଲକ୍ଷ,୩୧ ହଜାର,୫୦୦ ଟଙ୍କା ଛୁଇଁଛି । ଅନ୍ୟପକ୍ଷରେ, ରୂପା ଅପରିବର୍ତ୍ତିତ ରହିଛି । ଏବଂ କିଲୋ ପ୍ରତି ୨ ଲକ୍ଷ,୩୬ ହଜାର ,୯୦୦ ରେ କାରବାର କରୁଛି ।
ଆଜି ସୁନା କେତେ ମହଙ୍ଗା ହୋଇଛି ?
ଆଜି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୦.୦୧ % ବୃଦ୍ଧି ପାଇଛି । ଫଳରେ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୧୦ ଟଙ୍କା ବୃଦ୍ଧି ପାଇ ୧,୪୫,୬୬୦ରେ ପହଞ୍ଚିଛି । ଏହି ସମୟରେ,୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ମୂଲ୍ୟ ୧,୩୩,୫୨୦ରେ କାରବାର ହେଉଛି, ଯାହା ୧୦ ଟଙ୍କା ବୃଦ୍ଧି ପାଇଛି ।
ରୁପାର ମୂଲ୍ୟ କେତେ ପରିବର୍ତ୍ତନ ହୋଇଛି ?
ସୁନା ବୃଦ୍ଧି ମଧ୍ୟରେ ଆଜି ରୁପାର ମୂଲ୍ୟ ସ୍ଥିର ରହିଛି । ରୂପା ବର୍ତ୍ତମାନ କିଲୋଗ୍ରାମ ପ୍ରତି ୨,୩୬,୯୦୦ରେ ବିକ୍ରି ହେଉଛି । ଏହାର ଅର୍ଥ ପୂର୍ବ ବ୍ୟବସାୟ ଦିନ ତୁଳନାରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।
ସୁନା ମୂଲ୍ୟ କାହିଁକି ବଢ଼ୁଛି ?
ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ, ବିଶ୍ୱ ଆର୍ଥିକ ଅନିଶ୍ଚିତତା, ସୁନାର ଆନ୍ତର୍ଜାତୀୟ ଚାହିଦା ଏବଂ ନିବେଶକଙ୍କ ନିରାପଦ ସ୍ଥାନ ପ୍ରତି ଆଗ୍ରହ ବୃଦ୍ଧି ପାଇବା ଯୋଗୁଁ ସୁନା ମୂଲ୍ୟ ନିରନ୍ତର ବୃଦ୍ଧି ପାଉଛି । ହେଲେ ଆଜିର ମୂଲ୍ୟ ସାମାନ୍ୟ ବଢ଼ିଛି ।
ଏବେ ସୁନା କିଣିବା ଉଚିତ କି ?
ଯଦି ଆପଣ ବିବାହ, ପର୍ବପର୍ବାଣୀ କିମ୍ବା ଦୀର୍ଘକାଳୀନ ନିବେଶ ପାଇଁ ସୁନା କିଣିବାକୁ ଚାହୁଁଛନ୍ତି, ତେବେ ବଜାର ଉପରେ ନଜର ରଖନ୍ତୁ । ଅନ୍ତର୍ଜାତୀୟ ପରିସ୍ଥିତି ଏବଂ ଡଲାରର ଗତିବିଧି ଉପରେ ନିର୍ଭର କରି ଆଗାମୀ ଦିନରେ ସୁନା ମୂଲ୍ୟରେ ପରିବର୍ତ୍ତନ ଘଟିପାରେ । ଏହାକୁ ଦୃଷ୍ଟିରେ ରଖି ସୁନା କିଣିପାରିବେ । ତେବେ ସୁନା କିଣିବା ସମୟରେ ସର୍ବଦା BIS ହଲମାର୍କ ଯାଞ୍ଚ କରନ୍ତୁ । ଏବଂ ଏକ ବୈଧ ବିଲ୍ ନିଅନ୍ତୁ । ଏହା ସହିତ, ରୁପା କିଣିବା ସମୟରେ ରୁପାର ଶୁଦ୍ଧତା ଭଲ ଭାବରେ ଯାଞ୍ଚ କରନ୍ତୁ ।