ନୂଆଦିଲ୍ଲୀ : ଇରାନ-ଆମେରିକାର ଉତ୍ତେଜନା ମଧ୍ୟରେ ପାକିସ୍ତାନର ମଧ୍ୟସ୍ଥତାର ଛବି ପୂରା ମଳିନ ପଡ଼ି ଯାଇଛି। ଅନେକ ସପ୍ତାହର କୂଟନୀତିକ ଧାଁ ଦୌଡ଼ ପରେ ଇସଲାମାବାଦ ଏମଓୟୁ ଏବେ କାଗଜ ବାଘ ସାବ୍ୟସ୍ତ ହୋଇଛି, ଯାହାକି ତେହରାନର ଆକ୍ରମଣ ଓ ଆମେରିକୀର ଜବାବୀ କାର୍ଯ୍ୟାନୁଷ୍ଠାନ ପୂରା ଅଞ୍ଚଳକୁ ପୁଣି ଥରେ ଅସ୍ଥିର କରି ଦେଇଛି। ଶହବାଜ ସରିଫ ଓ ଅସିମ ମୁନିରଙ୍କ ଦ୍ୱାରା ପରିଚାଳିତ ପାକିସ୍ତାନ ଏବେ ନିଜକୁ ଦୁଇ ପାର୍ଶ୍ୱରୁ ଘେରି ରହି ଥିବା ମନେକରୁଛି, ଯେଉଁଠି ତାର ମଧ୍ୟସ୍ଥତାର ଭୂମିକା କେବଳ ଦୁର୍ବଳ ହୋଇ ଯାଇ ନାହିଁ, ବଲି କା ବକରା ହେବାର ବିପଦ ମଧ୍ୟ ଆଚ୍ଛାଦିତ କରିଛି।

ପ୍ରକୃତ ଘଟଣା ଏହା ଯେ, ତେହେରାନ ଦ୍ୱାରା ବାହାରିନ ଓ କୁଏତରେ ଆମେରିକାର ସାମରିକ ଠିକଣା ଉପରେ ଆକ୍ରମଣ ପରେ ମାହୋଲ ଉତ୍ତେଜିତ ହୋଇ ଉଠିଛି। ଆମେରିକା ତୁରନ୍ତ ଜବାବୀ କାର୍ଯ୍ୟାନୁଷ୍ଠାନ କରିଛି, ଯେଉଁଥିରେ ପୁଣି ଥରେ ମିଡିଲ ଇଷ୍ଟରେ ବୋମା ଓ ମିସାଇଲର ଶବ୍ଦ ଶୁଭୁଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କହି ଦେଇଛନ୍ତି ଯେ,  ସେ ଇରାନୀଙ୍କୁ ନେଇ ବିରକ୍ତ ହୋଇ ଯାଇଛନ୍ତି ,ଏବେ ଆଉ କୌଣସି ଡିଲ୍‌ କରିବାକୁ ଚାହୁଁ ନାହାନ୍ତି। ହେଲେ ପାକିସ୍ତାନ ଦୁଇ ପକ୍ଷକୁ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଛି ଏବଂ ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ଦ୍ୱାରା ସାଉଦୀ ଆରବ ଉପରେ ଆକ୍ରମଣର ନିନ୍ଦା ମଧ୍ୟ କରିଛି। କିନ୍ତୁ ଇସଲାମାବାଦ ନିଜକୁ ମୁସ୍କିଲ ସ୍ଥିତିରେ ଫସିବାର ଅନୁମାନ କରୁଛି। ମଧ୍ୟସ୍ଥିର ଭୂମିକା ତୁଲାଇବା ଚେଷ୍ଟା ସତ୍ତ୍ୱେ ଏହାର ପ୍ରଭାବ ଲଗାତାର ହ୍ରାସ ପାଇବା ଦେଖା ଯାଉଛି।

ଆମେରିକାରେ ରହୁଥିବା ଜିୟୋପଲିଟିକାଲ ବିଶେଷଜ୍ଞ ମାଇକେଲ କୁଗେଲମ୍ୟାନ ଚେତାବନୀ ଦେଇଛନ୍ତି ଯେ, ଯଦି ଶାନ୍ତି ବାର୍ତ୍ତା ସଂପୂର୍ଣ୍ଣ ବିଫଳ ହୋଇ ଯାଏ ତ ପାକିସ୍ତାନକୁ ‘Fall Guy’ (ବଲି କା ବକରା) କରି ଦିଆ ଯାଇପାରେ। କୁଗେଲମ୍ୟାନ କହିଛନ୍ତି – ଇରାନ ପ୍ରସଙ୍ଗରେ ମଧ୍ୟସ୍ଥତା ପାକିସ୍ତାନର ମୁଖ୍ୟ ଭୂମିକା ଏବେ ସବୁଠୁ ବଡ଼ ବିପଦରେ। ବିଫଳ ଶାନ୍ତି ବାର୍ତ୍ତା ନେଇ ଦାୟୀ ହେବା, ଏବେ ତା ମୁଣ୍ଡ ଉପରକୁ ଆସି ପାରେ ଏବଂ ତାକୁ ବିଫଳ ଆଲୋଚନାକୁ ବୃଦ୍ଧି କରିବାର ଅଭିଯୋଗ ହୋଇପାରେ।  ହେଲେ ଯଦି ପାକିସ୍ତାନ କ୍ଷେତ୍ରରେ ସ୍ଥାୟୀ ଶାନ୍ତି ପାଇଁ ଲଗାତାର ପ୍ରୟାସ କରେ ତ ତାକୁ ତାର ପରିଶ୍ରମର ଶ୍ରେୟ ମଧ୍ୟ ମିଳିପାରେ।

ଉଲ୍ଲେଖନୀୟ ଯେ, ପାକିସ୍ତାନ ଉଭୟ ଦେଶକୁ ଆଲୋଚନାର ଟେବୁଲକୁ ଆଣିବା ଓ ଇସଲାମାବାଦ ଏମଓୟୁର ସ୍ମରଣା କରାଇବାକୁ ଚେଷ୍ଟା କରୁଛି , କିନ୍ତୁ ଅସ୍ତ୍ରବରିତ ଭାଙ୍ଗିବାର ଗୋଟେ ମାସ ଭିତରେ ହିଁ ଏହାର ସ୍ଥିତି ଖୁବ୍‌ ଦୁର୍ବଳ ହୋଇ ଯାଇଛି।

​​​​​​​ଆହୁରି ମଧ୍ୟ ପଢନ୍ତୁ - JD Vance : ଚତୁର୍ଥ ଥର ବାପା ହେଲେ ଆମେରିକା ଉପରାଷ୍ଟ୍ରପତି, ୧୫୬ ବର୍ଷ ପରେ ନିଆରା ରେକର୍ଡ