ନୂଆଦିଲ୍ଲୀ,୨୦।୭: ଚୀନ୍ ସରକାର ଏକ ନୂଆ ନିୟମ ଲାଗୁ କରିଛନ୍ତି। ଏହା ଅନୁସାରେ, ଟେକ୍ କମ୍ପାନୀ ଏଭଳି ଏଆଇ ଚାଟବଟ୍ ତିଆରି କରିପାରିବେନି, ଯାହାକି ଲୋକଙ୍କୁ ଇମୋସନାଲ ରୂପରେ ନିଜ ଦ୍ବାରା ପ୍ରଭାବିତ କରୁଛି। ଏହାର ସିଧା ଅର୍ଥ ହେଉଛି ଚୀନ୍ ସରକାର ଚାହୁଁଛନ୍ତି ଲୋକ ଏଆଇ ଚାଟବଟକୁ ମଣିଷ ହୃଦୟ ଦେଇ ଭଲ ନପାଉ କିମ୍ବା ସମ୍ପର୍କ ବେଶୀ ନିର୍ଭରଶୀଳ ହୋଇନଯାଉ। ତେଣୁ କମ୍ପାନୀର ଏଭଳି ଇମୋସନାଲ ଏଆଇ ଫିଚର୍ସ ତିଆରି କରିବା ଉପରେ ରୋକ ଲଗାଇ ଦେଇଛନ୍ତି ଚୀନ୍ ସରକାର। କାରଣ ଦେଶରେ ଲଗାତାର ହ୍ରାସ ପାଉଛି ଜନ୍ମହାର । ଏହି ପଦକ୍ଷେପ ଏଭଳି ସମୟରେ ନିଆଯାଇଛି ଯେତେବେଳେ ଜନସଂଖ୍ୟା ହ୍ରାସ ଏବେ ବଡ଼ ସମସ୍ୟା ପାଲଟିଛି। ଚିନ୍ତା ବଢିବାରେ ଲାଗିଛି ଯେ, ଏଆଇ ସାଥୀ ଦେଶରେ ପ୍ରକୃତ ସମ୍ପର୍କର ସ୍ଥାନ ନେଇପାରେ।

ଏହି ପ୍ରସଙ୍ଗ ଟେସଲାର ସିଇଓ ଏଲନ୍ ମସ୍କଙ୍କ ଚେତାବନୀ ଭଳି ରହିଛି। ଯିଏକି ବାରମ୍ବାର ହ୍ରାସ ପାଉଥିବା ଜନ୍ମହାର ଓ ଜନସଂଖ୍ୟାରେ ହ୍ରାସକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଚୀନ୍‌ରେ ଲାଗୁ ହୋଇଥିବା ନୂଆ ନିୟମ ଅନୁସାରେ, କମ୍ପାନୀ ପାଇଁ ଏଭଳି ଏଆଇ ଚାଟବଟ୍ ତିଆରି କରିବାର ଉପରେ ରୋକ୍ ଲଗାଇ ଦିଆଯାଇଛି, ଯାହାକି ଲୋକଙ୍କୁ ଭାବନାତ୍ମକ ଭାବରେ ନିଜ ଉପରେ ନିର୍ଭରଶୀଳ କରିଥାଏ। ଏହି ନିୟମ ଅନୁସାରେ, ନାବାଳିକାଙ୍କ ସହିତ ଏଆଇର ରୋମାଣ୍ଟିକ୍ ଓ ପ୍ରେମଭରା ଭର୍ଚୁଆଲ ସମ୍ପର୍କ ଉପରେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବ୍ୟାନ୍ କରି ଦିଆଯାଇଛି। ଏହାଛଡା ଯଦି କୌଣସି ଚାଟବଟ୍ରୁ ଏହା ଜଣାପଡିଛି ଯେ, କୌଣସି ବ୍ୟକ୍ତି ଟେନସନ୍ରେ ଅଛନ୍ତି ତେବେ କମ୍ପାନୀକୁ ସେହି ୟୁଜରଙ୍କ ଏମର୍ଜେନ୍ସି କଣ୍ଟାଣ୍ଟକୁ ସୂଚିତ କରିବାକୁ ହେବ।

ଏହି ନୂଆ ନିୟମ ଚୀନ୍‌ର ଏହି ସବୁ ଏଆଇ ଆପ୍ସ ଓ ସେବା ଉପରେ ଲାଗୁ ହେବ, ଯାହାକି ଲୋକଙ୍କ ସହ କଥା ହେବା କିମ୍ବା ତାଙ୍କ ମନ ବୁଝାଇବା ପାଇଁ କଥା ହୁଏ। ଏଥିରେ ଆଲିବାବା ଓ ଟିକଟକ୍ ତିଆରି କରୁଥିବା କମ୍ପାନୀ ବାଇଟ୍ଡ୍ୟାନ୍ସର ଏଆଇ ପ୍ରଡକ୍ଟ ମଧ୍ୟ ରହିଛି। ଦୁଇଟି କମ୍ପାନୀ ୟୁଜର୍ସଙ୍କୁ କହିଛି ଯେ, ନିୟମର ପାଳନ କରିବା ପାଇଁ କିଛି ଚାଟବଟ୍ ଫିଚର୍ସକୁ ବନ୍ଦ କରି ଦିଆଯିବ। ଚୀନ୍ ସରକାର ଚାହୁଁଛନ୍ତି ଯେ, ଲୋକ ପ୍ରକୃତ ସମ୍ପର୍କ ରଖନ୍ତୁ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଚୀନ୍ ଅଧିକାରୀଙ୍କୁ ଚିନ୍ତା ରହିଛି ଯେ,ଏଆଇ ସାଥୀ ଲୋକଙ୍କୁ ଅସଲ ଦୁନିଆରେ ସମ୍ପର୍କ ରଖିବା ଓ ପରିବାର ଆରମ୍ଭ କରିବା ଉପରେ ରୋକ ଲଗାଇ ପାରନ୍ତି। ବିଜନେସ୍ ଇନସାଇଡରର ରିପୋର୍ଟ ଅନୁସାରେ, କାର୍ନେଗି ଏଡୋମେଣ୍ଟ ଫର ଇଣ୍ଟରନ୍ୟାସନାଲ ପିସ୍ର ଫେଲୋ ମେଟ୍ ଶିହାନ କହିଛନ୍ତି, ତାଙ୍କୁ ଏହି କଥା ପସନ୍ଦ ନୁହେଁ, ତାଙ୍କର ଜନସଂଖ୍ୟାର ଏକ ବଡ ଅଂଶ ଚାଟବଟ୍ ସହିତ ଗଭୀର ଭାବନାତ୍ମକ ସମ୍ପର୍କ ରଖିଛନ୍ତି, ଯାହାଫଳରେ ସେ ବିବାହଠାରୁ ଦୂରେଇ ଯାଉଛନ୍ତି।

ସରକାର ଚାହୁଁଛନ୍ତି, ଲୋକମାନେ ଏଆଇ ସାଥୀଙ୍କ ସହ ନିର୍ଭର କରିବା ବଦଳରେ ଅସଲ ଦୁନିଆରେ ସମ୍ପର୍କ ରଖନ୍ତୁ। ନୂଆ ନିୟମ ଅନୁସାରେ,ଏଆଇ ସାଥୀ ଚାଟବଟ୍କକୁ ରିଲିଜ୍ ହେବା ପୂର୍ବରୁ ସରକାରଙ୍କ ଦ୍ବାରା ଯାଉଥିବା ରିଭ୍ୟୁ ପ୍ରୋସେସ୍ ଦେଇ ଯିବାକୁ ହେବ। ଅଧିକାରୀଙ୍କ ପାଖରେ ସେହି ସେବାକୁ ବନ୍ଦ କରିବାର ମଧ୍ୟ ଅଧିକ ଅଧିକାର ରହିଛି, ଯାହାକୁ ସେ ଅସୁରକ୍ଷିତ ମାନନ୍ତି। ଏହି ନିୟମ କାର୍ଲିଫର୍ଣ୍ଣିଆ ଓ ନ୍ୟୁୟର୍କ ଭଳି ଆମେରିକୀୟ ରାଜ୍ୟରେ ଲାଗୁ ଉପାୟର ତୁଳନାରେ ଖୁବ୍ ଅଧିକ ଶକ୍ତ ରହିଛି। ସେଠାରେ ଏଆଇ ସାଥୀ ଆଇନ ଅନୁସାରେ, ମୁଖ୍ୟ ରୂପରେ ଚାଟବଟ୍ ପାଇଁ ଏହା ଜରୁରୀ। ଏହା ୟୁଜର୍ସଙ୍କୁ ମନେପକାଇ ଦେବ ଯେ, ସେମାନେ ମଣିଷ ନୁହନ୍ତି ଓ ଆବଶ୍ୟକ ଏବଂ ସଙ୍କଟଜନକ ସ୍ଥିତିରେ ସାହାର୍ଯ୍ୟର ସୂଚନା ଦିଅନ୍ତୁ।

ଆହୁରି ପଢନ୍ତୁ : DGP Anurag Dhankar: ପୋଲିସ ମୁଖ୍ୟାଳୟରୁ ଡିଜିପି ଅନୁରାଗ ଧନଖରଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ !