ସୁନ୍ଦର ପିଚାଇଙ୍କ ଭବିଷ୍ୟବାଣୀ: ୱାର୍ଲ୍ଡ କପ୍ ଫାଇନାଲରେ ପହଞ୍ଚିବେ ଭାରତ ଓ…

ୱାଶିଂଟନ୍ ୧୩/୬: ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କ କ୍ରିକେଟ୍ ପ୍ରେମ କାହାକୁ ଅଜଣା ନାହିଁ । ସେ ଅନେକ ଥର ମିଡିଆ ଆଗରେ କହିଛନ୍ତି ଯେ ସେ କ୍ରିକେଟକୁ ବହୁତ ଭଲ ପାଆନ୍ତି । ତେବେ ସୁନ୍ଦର ପିଚାଇ ଭବିଷ୍ୟବାଣୀ କରିଛନ୍ତି ଯେ ଆଇସିସି ବିଶ୍ୱ କପର ଫାଇନାଲରେ ଭାରତ ଓ ଇଲଂଣ୍ଡ ମଧ୍ୟରେ ମ୍ଯାଚ୍ ଖେଳାଯିବ ଏବଂ ସେ ଚାହୁଁଛନ୍ତି ଯେ ବିରାଟ କୋହଲିଙ୍କ ଟିମ୍ ଭଲ ପ୍ରଦର୍ଶନ କରି ବିଜେତା ହେଉ ।
୪୬ ବର୍ଷୀୟ ସୁନ୍ଦର ପିଚାଇ କହିଛନ୍ତି ଯେ ସେ ଯେତେବେଳେ ଆମେରିକା ଆସିଲେ ସେତେବେଳେ ତାଙ୍କୁ ବେସ୍ ବଲ୍ ସାମାନ୍ୟ ଚାଲେଞ୍ଜପୂର୍ଣ୍ଣ ଲାଗୁଥିଲା । ପିଚାଇ ୟୁଏସ୍ ଆଇବିସିର ଇଣ୍ଡିଆ ଆଇଡିଆଜ୍ ସମିତିରେ କହିଥିଲେ ଯେ ଏହା(ଆଇସିସି ବିଶ୍ୱ କପ୍ ଫାଇନାଲ୍) ଇଂଲଣ୍ଡ ଓ ଭାରତ ମଧ୍ୟରେ ହେବା ଉଚିତ୍ । କିନ୍ତୁ ଅଷ୍ଟ୍ରେଲିଆ ଓ ନ୍ଯୁଜିଲାଣ୍ଡର ଟିମ୍ ବହୁତ ଭଲ । ସୁନ୍ଦର ପିଚାଇ ୟୁଏସ୍ ଆଇବିସିର ଅଧ୍ଯକ୍ଷା ନିଶା ଦେଶାଇ ବିଶ୍ୱାଲଙ୍କ ପ୍ରଶ୍ନର ଜବାବରେ ଏହା କହିଥିଲେ । ନିଶା ଦେଶାଇ, ସୁନ୍ଦରଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣଙ୍କୁ ଫାଇନାଲ୍ ମ୍ୟାଚ୍ ସମ୍ପର୍କରେ କଣ ଲାଗୁଛି ?