ନୂଆଦିଲ୍ଲୀ : ଏଆଇକୁ ଡ଼ରିଲେଣି ଗୁଗଲ ସିଇଓ ସୁନ୍ଦର ପିଚାଇ। ସେ ଏବେଠାରୁ ଏଆଇର କାମକୁ ନେଇ ଖୁଭ୍ ଆଶଙ୍କାରେ ରହିଲେଣି। କାରଣ ଯେଉଁଭଳି ଭାବେ ଏଆଇ ଦିନକୁ ଦିନ ତାର କାୟା ବିସ୍ତାର କରିବାରେ ଲାଗିଛି , ଏହା ଆଉ କିଛି ଦିନ ଭିତରେ ମଣିଷର ସବୁ କାମ କରିବାରେ ସିଦ୍ଧହସ୍ତ ହୋଇଯିବ। ନିକଟରେ ଏକ ବଡ଼ ହୃଦୟସ୍ପର୍ଶୀ କଥା କହିଛନ୍ତି ପିଚାଇ।
ଗୁଗଲ ସିଇଓ କହିଛନ୍ତି- ଏଆଇର ପରିସର ଏତେ ବ୍ୟାପକ ହେବାରେ ଲାଗିଛି ଯେ , ଦିନେ ସିଇଓର ଚାକିରି ମଧ୍ଯ ମେସିନ୍ କରି ପାରିବ। ଏହା ଶୁଣି ଯେକେହି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। କାରଣ କମ୍ପାନୀ ଚଲାଇବା ସହଜ କାମ ନୁହେଁ , ପିଚାଇଙ୍କ କହିବା ହେବା ଯେ, ଏଆଇ କେବଳ ଛୋଟ ଛୋଟ କାମ କରିବ ନାହିଁ , ବରଂ ଏହା ଆଗାମୀ ସମୟରେ କମ୍ପାନୀ ଗୁଡି଼କ ପାଇଁ ବଡ଼ ବଡ଼ ନିଷ୍ପତ୍ତି ବି ନେଇପାରେ। ସେ କହିଛନ୍ତି ଯେ, କିଛି କାମ ଏମିତି ହୋଇଥାଏ ଯେ, ଯିଏ ନିୟମାନୁସାରେ ଚାଲିବା , ଯେମିତି କି ରିପୋର୍ଟ ପଢିବା , ଡାଟା ବୁଝିବା , ପ୍ଲାନ ପ୍ରସ୍ତୁତ କରିବା ଏବଂ ନିଷ୍ପତ୍ତି ନେବା ଏବଂ ଏହିସବୁ କାମ ଏଆଇ ପୂର୍ବରୁ ଖୁବ୍ ଭଲ ଭାବେ କରି ପାରିବ।
ପିଚାଇ କହିଛନ୍ତି ,ଆଗାମୀ ୧୨ ମାସରେ ଏଆଇ ଏତେ ପ୍ରଖର ହୋଇଯିବ ଯେ, ସେ ମଣିଷଙ୍କ ପରି ଅନେକ କଠିନ କାମକୁ ନିଜେ କରି ପାରିବ। ଅର୍ଥାତ୍ ଆପଣଙ୍କୁ କେବଳ କହିବାକୁ ହେବ ଏବଂ ଏଆଇ ଆପଣଙ୍କ ପାଇଁ ପୂରା ଟାକ୍ସ କରି ଦେବ। ଏବେ ପ୍ରଶ୍ନ ଉଠୁଛି ଯେ, ଏ କଣ ଭଲ କଥା ନା ଖରାପ ? ପିଚାଇ କହିଛନ୍ତି ଯେ ଏଆଇ ଅନେକ ନୂଆ ଚାକିରି ମଧ୍ୟ ତିଆରି କରିବ, କିନ୍ତୁ କିଛି ଚାକିରି ବନ୍ଦ ବି ହୋଇଯିବ। ଏଥିପାଇଁ ଲୋକେ ଯେତେ ଶୀଘ୍ର ଏଆଇକୁ ବୁଝିବେ ଓ ଶିଖିଲେ , ସେତିକି ଶୀଘ୍ର ସେମାନେ ଏହି ନୂଆ ଯୁଗରେ ଆଗକୁ ବଢି ପାରିବେ।
ଗୁଗଲର ସିଇଓ ସୁନ୍ଦର ପିଚାଇ ନିକଟରେ କହିଛନ୍ତି ଯେ , ଏଆଇ ଦିନେ ସିଇଓର ଚାକିରି ବି ନେଇପାରେ। ଏହା ଶୁଣି ବହୁତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ସିଇଓ କମ୍ପାନୀର ସବୁଠୁ ବଡ଼ ବସ୍ ହୋଇଥାନ୍ତି। କିନ୍ତୁ ପିଚାଇଙ୍କର କହିବା ହେଲା ଯେ, ଏଆଇର ଏବେ ଏତେ ବୁଦ୍ଧି ଆସି ଯାଇଛି ଯେ, ସେ ଅତି ବଡ଼ରୁ ବଡ଼ ନିଷ୍ପତ୍ତି ମଧ୍ୟ ଭାବିଚିନ୍ତି କରି ପାରେ।
ପିଚାଇ ଖୁବ୍ ସରଳ ଭାଷାରେ ବୁଝାଇଛନ୍ତି ଯେ, କମ୍ପାନୀର ସିଇଓ ଯେଉଁ କାମ କରନ୍ତି , ଏଥିରୁ ଅନେକ କାମ ଏଆଇ ବହୁତ ସହଜରେ କରି ପାରିବ। ଯେମିତି ତଥ୍ୟର ବିଶ୍ଳେଷଣ କରିବା , ରିପୋର୍ଟ ପଢିବା , ନମ୍ୱର ବୁଝିବା , କେଉଁ ଜିନିଷରୁ କମ୍ପାନୀକୁ ଫାଇଦା ହେବ, ଏହାର ଅନ୍ଦାଜା ଲଗାଇବା ,କେଉଁ ପ୍ରୋଜେକ୍ଟ ଭଲ , କେଉଁଟା ନୁହେଁ , ଏ ସବୁ କାମ ଏଆଇ ପୂର୍ବରୁ ହିଁ କରୁଛି। ଏଥିପାଇଁ ସେ କହିଛନ୍ତି ଯେ, ହୋଇପାରେ ଭବିଷ୍ୟତରେ ଏଆଇ ସିଇଓର ଚୌକି ଯାଏ ପହଞ୍ଚି ଯିବ।
ସୁନ୍ଦର ପିଚାଇ କହିଛନ୍ତି , ଆଗାମୀ ବର୍ଷକ ମଧ୍ୟରେ ଏଆଇ ଏଜେଣ୍ଟ ହୋଇଯିବ। ଅର୍ଥ ଏମିତି ସିଷ୍ଟମ ଯିଏ କେବଳ ଜବାବ ଦେବ ନାହିଁ , ବରଂ ଆପଣଙ୍କ ପାଇଁ ପୂରା କାମ ନିଜେ କରି ଦେବ। ଯେମିତି ଇମେଲ୍ ନିଜେ ଲେଖିବ , ମିଟିଂ ସିଡ୍ୟୁଲ୍ କରିବ , କମ୍ପାନୀ ପାଇଁ ପୂରା ପ୍ଲାନ ପ୍ରସ୍ତୁତ କରିବ , ବଡ଼ ବଡ଼ ନିଷ୍ପତ୍ତି ନେବ, ଏହି ସବୁ କାମ ସିଇଓ କରନ୍ତି। ଏଥିପାଇଁ ପିଚାଇଙ୍କ କହିବା ହେଲା ଏଆଇ ଏହି ଦିଗରେ ଖୁବ୍ ଜୋରରେ ଆଗକୁ ବଢୁଛି।
ମଣିଷର ଚାକିରି ନେଇଯିବ କି ଏଆଇ ?
ଏହି ଭୟ ସମସ୍ତଙ୍କ ମନରେ ଅଛି। ପିଚାଇ ସ୍ପଷ୍ଟ ଭାବେ କହିଛନ୍ତି ଏଆଇ କିଛି ଚାକିରି ନେଇ ଯିବ, ହେଲେ ସେତିକି ନୂଆ ଚାକିରି ମଧ୍ୟ ତିଆରି କରିବ। ସେ କହିଛନ୍ତି ଯେ, ଲୋକେ ଯଦି ଏଆଇକୁ ଠିକ୍ ଭାବେ ବୁଝି ଯିବେ , ଏହାକୁ ଶିଖି ଯିବେ ଏବଂ ଏହାକୁ ନିଜ ସହ ତିଆରି କରିନେବେ , ତ ତାକୁ ଡ଼ରିବାର ଆବଶ୍ୟକ ନାହିଁ। ବରଂ ଏଆଇ ତାଙ୍କ କାମକୁ ସହଜ କରିଦେବ।
ଏଆଇ ମଣିଷଙ୍କ ପରି ଭୁଲ୍ ମଧ୍ୟ କରିପାରେ –
ପିଚାଇ ଏହା ମଧ୍ୟ ବିଶ୍ୱାସ କରନ୍ତି ଯେ, ଏଆଇ ଉପରେ ସଂପୂର୍ଣ୍ଣ ଭରସା କରାଯାଇ ପାରିବ ନାହିଁ। ଏଆଇ ଦ୍ୱାରା ଭୁଲ୍ ମଧ୍ୟ ହୋଇପାରେ , ଯେପରି ଭୁଲ୍ ତଥ୍ୟ ଦେବା କିମ୍ୱା ଭୁଲ୍ ପରାମର୍ଶ ଦେବା । ଏଥିପାଇଁ ସେ କହିଛନ୍ତି ଯେ, ପ୍ରକୃତ ଶକ୍ତି ସେତେବେଳେ ଯେବେ ମଣିଷ ଓ ଏଆଇ ଏକାଠି କାମ କରିବେ । ଏହା ହିଁ ଭବିଷ୍ୟତ ।