• ପ୍ରେମ ଆଗରେ ଫିକା ପଡ଼ିଲା ପରିବାର
  • ପ୍ରେମିକ ପାଇଁ ପରିବାର ଲୋକଙ୍କୁ ଦେଉଥିଲେ ନିଶା ବଟିକା
  • ସବୁଠି ଚର୍ଚ୍ଚାର ବିଷୟ ନାବାଳିକାଙ୍କ ପ୍ରେମ କାହାଣୀ

ଲକ୍ଷ୍ନୌ; ୧୨/୧ : ନାବାଳିକାଙ୍କ ପ୍ରେମ ନିଶା । ପ୍ରେମିକ ପାଖକୁ ରାତିରେ ଯିବ ବୋଲି ପରିବାର ଲୋକଙ୍କୁ ଦେଉଥିଲା ନିଶା ବଟିକା । ଖାଇବାରେ ନିଶା ମିଶାଇ ଦେଉଥିଲା । ଆଉ ପରିବାର ଲୋକେ ଶୋଇ ପଡ଼ିବା ପରେ ପ୍ରେମିକ ସହ ରାତିସାରା ରହୁଥିଲା ନାବାଳିକା ଜଣକ । ଉତ୍ତରପ୍ରଦେଶର ଗୋରଖପୁର ଅଞ୍ଚଳରୁ ଆସିଛି ଏଭଳି ଖବର । ନାବାଳିକାଙ୍କ ବାପା ଥାନାରେ ଏନେଇ ଝିଅର ପ୍ରେମିକ ନାମରେ ଏତଲା ଦେଇଛନ୍ତି । ଜଣେ ନାବାଳିକାଙ୍କ ଏଭଳି ପ୍ରେମ କାହାଣୀ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

କଥାରେ ଅଛି ସବୁଦିନ ଚୋର ଘର ଅନ୍ଧାର ନଥାଏ । ଦିନେ ନା ଦିନେ ସବୁ ସତ ଜଣା ପଡ଼ିଥାଏ । ଠିକ୍ ସେହିପରି ଝିଅର ଏଭଳି ଅସ୍ବାଭାବିକ ବ୍ୟବହାର ସମ୍ପର୍କରେ ପରିବାର ଲୋକେ ଜାରି ପାରିଥିଲେ । ଜାଣିଶୁଣି ଶୋଇବାର ଅଭିନୟ କରିଥିଲେ, ଆଉ ଯେତେବେଳେ ଝିଅ ଘରୁ ବାହାରିଥିଲା ପଛେ ପଛେ ଯାଇଥିଲେ । ଏନେଇ ଥାନାରେ ଝିଅର ବାପା ଏତଲା ଦେଇଥିବାବେଳେ ପ୍ରେମିକ ଏବେ ଫେରାର ରହିଛି । ପୋଲିସ ସେହି ଯୁବକଙ୍କୁ ଧରିବା ପାଇଁ ଖୋଜାଖୋଜି ଜାରି ରଖିଛି ।

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନାବାଳିକାଙ୍କ ବାପା ମୁମ୍ବାଇରେ ରଙ୍ଗ କାମ କରନ୍ତି । ସେ ଯେତେବେଳେ ଘରକୁ ଆସିଥିଲେ ଝିଅର ହାବଭାବ କିଛି ଠିକ୍ ଲାଗି ନଥିଲା । ଏହାସହ ତାଙ୍କ ସ୍ତ୍ରୀ କହିଥିଲେ କି, ମୋତେ ରାତିରେ ପ୍ରବଳ ନିଦ ହୋଇ ଯାଉଛି । ପରେ ନାବାଳିକାଙ୍କ ବାପା ମଧ୍ୟ ଘରେ କିଚିଦିନ ରହିବା ପରେ ତାଙ୍କୁ ମଧ୍ୟ ସମାନ ଅନୁଭବ ହୋଇଥିଲା । ସେମାନେ ଝିଅକୁ ଧରିବା ପାଇଁ ଶୀଘ୍ର ଶୋଇ ପଡ଼ିଥିଲେ । ଝିଅଟି ରାତି ୧୧ଟା ପରେ ଗୋଟିଏ ଶାଲ୍ ଘୋଡ଼ି ହୋଇ ବାହାରକୁ ଯାଇଥିଲା । ସେମାନେ ତାକୁ ପିଛା କରିବା ପରେ ସବୁ ସତ ଜଣା ପଡ଼ିଥିଲା । ସେପଟେ ଝିଅକୁ ପଚରା ଉଚରା କରାଯିବା ପରେ ଜଣା ପଡ଼ିଥିଲା କି, ପ୍ରେମିକଙ୍କ କଥାରେ ଏମିତି କରୁଥିଲେ ।

ଦୀର୍ଘ ବର୍ଷେ ହେବ ଉଭୟ ପ୍ରେମ ସମ୍ପର୍କରେ ରହିଛନ୍ତି । ପରିବାର ଲୋକେ ଏକଥା ଜାଣିବା ପରେ ସେମାନଙ୍କୁ ବିରୋଧ କରୁଥିଲେ । ତେବେ ଝିଅର ଘରଠାରୁ ପୁଅର ଘର ମାତ୍ର ୨୦୦ ମିଟର ଦୂରରେ ରହିଥିଲା । ଯାହାର ଫାଇଦା ସେମାନେ ଉଠାଉଥିଲେ । ଯୁବକଙ୍କ ବୟସ ୨୨ ହୋଇଥିବାବେଳେ ଝିଅଟି ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଛି । ଏଣୁ ସମସ୍ତେ ପ୍ରେମିକକୁ ଦୋଷ ଦେଉଛନ୍ତି । ସେପଟେ ଏନେଇ ପ୍ରଥମେ ପଞ୍ଚାୟତ ବସିଥିଲା । ଯୁବକ ଜଣକ ଏମିତି ନକରିବାକୁ କହିଥିଲେ । ମାତ୍ର ପରେ ଧମକ ଦେବା ପରେ ନାବାଳିକାଙ୍କ ବାପା ଥାନାର ଦ୍ବାରସ୍ଥ ହୋଇଥିଲେ । ପୁଲିସ ମାମଲା ରୁଜୁ କରିବା ପରେ ଯୁବକ ଜଣକ ଫେରାର ରହିଥିବାବେଳେ ତାଙ୍କୁ ଶୀଘ୍ର ଧରାଯିବ ବୋଲି କୁହାଯାଉଛି । ମାତ୍ର ଜଣେ ପ୍ରେମ ପାଇଁ ପରିବାର ଲୋକଙ୍କୁ ଏଭଳି ନିଶ ଦେବା ଘଟଣାକୁ ଯେକେହି ବି ଶୁଣୁଛି ନିନ୍ଦା କରୁଛି ।
​​​​​​​