ନୂଆଦିଲ୍ଲୀ, ୧୧/ : ପ୍ରେମ କେତେବେଳେ ଆଉ କାହା ସାଥୀରେ ହୋଇଥାଏ ତାହା ଜଣା ନଥାଏ । ପ୍ରେମରେ ନଥାଏ ଜାତି କି ଧର୍ମ, ପ୍ରେମ ଦେଖେନା ବୟସର ତାରତମ୍ୟ । ସେଥାପାଇଁ ତ କୁହାଯାଏ ପ୍ରେମ ଅନ୍ଧ । ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଗୋରଖପୁର ଅଞ୍ଚଳରେ । ଖୁଡ଼ି-ପୁତୁରାଙ୍କ ପ୍ରେମ କାହାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରେମ ଗାଡ଼ି ଏମିତି ଆଗେଇଛି ଯେ, ଉଭୟ ଘର ଛାଡ଼ି ଫେରାର ହୋଇଯାଇଛନ୍ତି । ଆଉ ବାହାଘର ପାଇଁ ଯୋଜନା କରୁଥିବାବେଳେ ଧରା ପଡ଼ିଛନ୍ତି ।
କୁହାଯାଏ ଖୁଡ଼ି ହେଉଛନ୍ତି ମା’ ସମାନ । କିନ୍ତୁ ଏହି ଖୁଡ଼ି-ପୁତୁରା ଦୀର୍ଘଦିନ ଧରି ଏଭଳି ପାପ ସମ୍ପର୍କ ରଖି ଆସୁଥିଲେ । ଯାହାକୁ କେହି ମଧ୍ୟ ସନ୍ଦେହ କରିନଥିଲେ । ଗୋଟିଏ ଘରେ ରହୁଥିବାବେଳେ ଏଭଳି ଖରାପ ସମ୍ପର୍କ କଥା କିଏ ବା କାହିଁକି ଚିନ୍ତା କରିପାରିବ । ପୁତୁରାର ବୟସ ମାତ୍ର ୧୫ ବର୍ଷ ଆଉ ଖୁଡ଼ିଙ୍କ ବୟସ ୩୫ । ଏହାପରେ ସମ୍ପର୍କ ଏମିତି କି କେହି କେବେ ମଧ୍ୟ ସନ୍ଦେହ କରିପାରିବ ନାହିଁ । ପୁତୁରା ପ୍ରେମରେ ଖୁଡ଼ି ଏତେ ଉବୁଟୁବୁ ହୋଇଥିଲେ କି, ଶେଷରେ ସେମାନେ ଘର ଛାଡ଼ି ପଳାଇ ଆସିଥିଲେ । ଗତ ଜାନୁଆରୀ ୨୬ ତାରିଖ ରାତିରେ ଘର ଛାଡ଼ି ପଳାଇ ଆସିଥିଲେ ।
ପ୍ରଥମେ ପରିବାର ଲୋକେ ମଧ୍ୟ ଏଭଳି ସମ୍ପର୍କ କଥା ଭାବି ନଥିଲେ । ପରେ ଖୋଜାଖୋଜି କରିବାର ୧୦ ଦିନ ପରେ ପତ୍ତା ପାଇଥିଲେ । ପୁଲିସରେ ଖବର ଦେବା ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ସିସିଟିଭି ଆଧାରରେ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯିବା ପରେ ଧରା ପଡ଼ିଥିଲେ । ପୁଲିସ ସେମାନଙ୍କୁ ଧରି ଥାନାରେ ରଖିଥିବାବେଳେ ପଞ୍ଚାୟତ ବସିଥିଲା । ଖୁଡ଼ି କିନ୍ତୁ ଗୋଟିଏ ଜିଦରେ ରହିଥିଲେ କି ସେ ପୁତୁରାଙ୍କ ପାଖରେ ହିଁ ରହିବେ । କିନ୍ତୁ ପରେ ବୁଝାଶୁଝା କରିବା ପରେ ଘରକୁ ଫେରିବାକୁ ରାଜି ହୋଇଥିଲେ । ପରିବାର ଲୋକେ ବୁଝାଶୁଝା କରି ଘରକୁ ନେଇଥିଲେ । ଆଉ କେବେ ଭୁଲ୍ କରିବେନି ବୋଲି କହିଥିଲେ । ତେବେ ଏହି ଘଟଣାରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । କିନ୍ତୁ ଏଭଳି ଏକ ଖରାପ ସମ୍ପର୍କ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହାସହ ପଢ଼ନ୍ତୁ : ପରବର୍ତ୍ତୀ ମ୍ୟାଚରେ ଟିମ୍ ଇଣ୍ଡିଆର ପ୍ଲେଇଂ ୧୧ରୁ ବାଦ୍ ପଡ଼ିପାରନ୍ତି ଏହି ଖେଳାଳି, ଜାଣନ୍ତୁ କାହାକୁ ମିଳିବ ସ୍ଥାନ ?