ନୂଆଦିଲ୍ଲୀ, ୧୧/୨ : ଆମେରିକା ବିପକ୍ଷ ମ୍ୟାଚରେ ବିଜୟୀ ହୋଇ ବିଶ୍ବକପ ଅଭିଯାନ ଆରମ୍ଭ କରିଛି ଭାରତ । ପରବର୍ତ୍ତୀ ମ୍ୟାଚରେ ଭାରତ ନାମ୍ବିଆକୁ ଭେଟିବ । ତେବେ ପ୍ରଥମ ମ୍ୟାଚରେ ଭାରତର ବ୍ୟାଟ୍ସମ୍ୟାନମାନେ ପ୍ରଥମରୁ ନୈରାଶ୍ୟଜନକ ବ୍ୟାଟିଂ କରିଥିଲେ । ସୂର୍ଯ୍ୟକୁମାର ଯାଦକଙ୍କ ଘାତକ ବ୍ୟାଟିଂ ଭାରତକୁ ବିଜୟ କରାଇଛି । ତେବେ ପରବର୍ତ୍ତୀ ମ୍ୟାଚରେ ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରାଯିବ । ଏଭଳି ଏକ ସୂଚନା ମିଳିଛି ।

ପରବର୍ତ୍ତୀ ମ୍ୟାଚରେ ଅଭିଶେକ ଶର୍ମା ଏବଂ ମହ୍ମଦ ସିରା ଖେଳିନପାରନ୍ତି । ଅଭିଶେକ ଶର୍ମା ଅସୁସ୍ଥତା କାରଣରୁ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେପଟେ ଦଳକୁ ବୁମରା ଫେରିବେ । ଏଣୁ ସିରାଜଙ୍କୁ ପ୍ଲେଇଂ ୧୧ରେ ସ୍ଥାନ ମିଳିନପାରେ । ଅଭିଶେକ ଶର୍ମାଙ୍କ ପେଟରେ ସଂକ୍ରମଣ ଏବଂ ଜ୍ବର ହେଉଥିବାବେଳେ ସେ ମେଡିକାଲରେ ଅଛନ୍ତି । ଏଣୁ ସେ ଏକପ୍ରକାର ପରବର୍ତ୍ତୀ ମ୍ୟଚରେ ଦଳରେ ରହିପାରିବେ ନାହିଁ । ଅଭିଶେକଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିପାରେ । ଏବେ ସକ୍ରିୟ ଭାବେ ଅଭ୍ୟାସ ଜାରି ରଖିଛନ୍ତି ସଞ୍ଜୁ । ଇଶାନ କିଷନଙ୍କ ସହ ପାଳି ଆରମ୍ଭ କରିବେ ବୋଲି କୁହାଯାଉଛି ।

ଅନ୍ୟପଟେ ଓ୍ବାଶିଂଠନତ ସୁନ୍ଦର ଦଳରେ ରହିଥିବାବେଳେ ସେ ଖେଳିପାରନ୍ତି । ରିଙ୍କୁ ସିଂହଙ୍କ ସ୍ଥାନରେ ତାଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ସୁନ୍ଦର ଖେଳିଲେ ଭାରତକୁ ଜଣେ ଅତିରିକ୍ତ ବୋଲର ମଧ୍ୟ ମିଳିପାରିବ । ବ୍ୟାଟିଂ ସାଙ୍ଗକୁ ବୋଲିଂରେ କମାଲ କରିଥିବା ଓ୍ବାଶିଂଟନ୍ ସୁନ୍ଦର ଦଳରେ ଖେଳିପାରନ୍ତି । କିନ୍ତୁ ଏଯାବତ ସେଭଳି କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଯଦି ପରିବର୍ତ୍ତନ ହୁଏ ତାହେଲେ ଏହି ତିନି ଜଣ ଖେଳାଳିଙ୍କୁ ପରବର୍ତ୍ତୀ ମ୍ୟାଚରେ ପରିବର୍ତ୍ତନ କରାଯାଇପାରେ ।

ଏହାସହ ପଢ଼ନ୍ତୁ : ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର, ଅଭିଷେକ ଶର୍ମାଙ୍କ ପେଟରେ ଭୟଙ୍କର ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି