ନୂଆଦିଲ୍ଲୀ,୧୫/୦୭; ଦେଶର ସେବା ଗତିବିଧିକୁ ଟ୍ରାକ୍ କରିବା ପାଇଁ କେନ୍ଦ୍ର ସରକାର ଏକ ନୂଆ ମାସିକ ମାପକ ଆରମ୍ଭ କରିଛନ୍ତି । ପ୍ରଥମ କରି ଆରମ୍ଭ ହୋଇଥିବା ଏହି ନୂଆ ସେବା ଉତ୍ପାଦନ ସୂଚକାଙ୍କ ଅନୁସାରେ, ୨୦୨୬ ଏପ୍ରିଲରେ ୧୯ଟି ଉପ-କ୍ଷେତ୍ର ମଧ୍ୟରୁ ୧୪ଟି କ୍ଷେତ୍ରରେ ଦୁଇ ଅଙ୍କ ଅଭିବୃଦ୍ଧି ଦେଖିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ :- No Cost EMI Reality : EMIରେ କିଣୁଛନ୍ତି କି ? '0% Interest' ଦାବି ପଛର ଅସଲ ସତ୍ୟ ଜାଣନ୍ତୁ ..
ପରିସଂଖ୍ୟାନ ଏବଂ ଯୋଜନା କାର୍ଯ୍ୟାନ୍ୱୟନ ମନ୍ତ୍ରାଳୟ ପକ୍ଷରୁ ଜାରି ଏହି ପରୀକ୍ଷାମୂଳକ ସୂଚକାଙ୍କରେ ୨୦୨୪-୨୫କୁ ମୂଳବର୍ଷ ଭାବେ ଧରାଯାଇଛି । ୬୦% ସେବା କ୍ଷେତ୍ର ଏଥିରେ ଅନ୍ତର୍ଭୁକ୍ତ । ବାଣିଜ୍ୟ, ପରିବହନ, ଟେଲିଯୋଗାଯୋଗ, ବ୍ୟାଙ୍କିଙ୍ଗ୍, ଆଇଟି ସେବା, ରିୟଲ ଇଷ୍ଟେଟ୍ ଏବଂ ହସ୍ପିଟାଲିଟି ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକର ମାସିକ ଗତିବିଧିକୁ ଏହା ଅନୁଶୀଳନ କରୁଛି ।