ଭୁବନେଶ୍ବର, ୭।୨ : ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠ୍ୟପୁସ୍ତକରେ  ବହୁ  ତ୍ରୁଟି  ରହିଛି।  ଯାହାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଜୋର ଧରିଛି।  ତେବେ ସଂଶୋଧିତ ପାଠ୍ୟପୁସ୍ତକ ପାଇଁ ସରକାର ମତ ଲୋଡିଛନ୍ତି। ଇମେଲ, ହେଲପଲାଇନ ନଂ ଜରିଆରେ ସୁଚିନ୍ତିତ ମତ ଦେଇ ପାରିବେ। ୭ ଦିନ ମଧ୍ୟରେ ମତାମତ ଦେବାକୁ ସ୍କୁଲ ଓ ଗଣଶିକ୍ଷାବିଭାଗ  ପକ୍ଷରୁ ନିବେଦନ କରାଯାଇଛି। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଇମେଲ୍- [email protected] ଏବଂ ହେଲ୍ପଲାଇନ ନମ୍ବର ୧୮୦୦୩୪୫୬୭୨୨ ଜାରି କରାଯାଇଛି।

ସୂଚନାଥାଉକି, ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ  ଗଣଶିକ୍ଷା ସଚିବ ଏନ୍ ତିରୁମାଲା ନାୟକ ବୁଧବାର  କହିଥଲେ ୧ମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ତ୍ରୁଟିଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇବା ପାଇଁ ଯୋଜନାର ତଜର୍ମା କରାଯାଉଛି। ପ୍ରଥମେ ସଂଶୋଧିତ ବହିକୁ ଶିକ୍ଷାବିତ ଏବଂ ଜନସାଧାରଣଙ୍କ ମତାମତ ନିମନ୍ତେ ଓସେପା ତଥା ବିଭାଗୀୟ ଓେବସାଇଟରେ ପ୍ରଦାନ କରାଯିବ। କିନ୍ତୁ ନୂଆ ବହି ଯୋଗାଇ ଦିଆଯିବା ପର୍ଯ୍ୟନ୍ତ ସଂଶୋଧିତ ତଥ୍ୟ ଶିକ୍ଷକମାନଙ୍କୁ ଦିଆଯାଇ ପାଠପଢ଼ା ଚାଲୁ ରହିବ।

​​​​​​​

ଆହୁରି ପଢନ୍ତୁ :  ବିଇଓଙ୍କୁ କଡ଼ା ନିର୍ଦ୍ଦେଶ, ୭ ଦିନ ଭିତରେ ବିଦ୍ୟାଳୟର ବିଦ୍ୟୁତ ବକେୟା ପୈଠ ନ ହେଲେ କାର୍ଯ୍ୟାନୁଷ୍ଠାନ