ଅନୁଗୁଳ,୧୨।୫ : ବିଦ୍ୟୁତ ଆଘାତରୁ ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ଅଜାର ମୃତ୍ୟୁ ହୋଇଛି। ଏଥିସହ ନାତୁଣୀ ଗୁରୁତର ହୋଇଛି। ଆଠମଲ୍ଲିକ ପାଇକସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ହେଲେ ରତ୍ନାକର ସାହୁ। ଗୁରୁତର ନାତୁଣୀ ହେଲେ ତୁଳସୀ ସାହୁ। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।
ନାତୁଣୀ ତୁଳସୀ ସାହୁ ଘରେ ଲୁଗା ଶୁଖାଉଥିଲେ। ଏହି ସମୟରେ ତୁଳସୀଙ୍କୁ ସର୍ଭିସ ତାରରୁ ବିଦ୍ୟୁତ ଆଘାତ ଲାଗିଥିଲା। ସେହି ସମୟରେ ଅଜା ରତ୍ନାକର ଏହା ଦେଖି ନାତୁଣୀକୁ ଉଦ୍ଧାର କରିବାକୁ ଯାଇଥିଲେ। ହେଲେ ବିଦ୍ୟୁତ ସଂସ୍ପର୍ଶରେ ଅଜା ଆସି ଗୁରୁତର ହୋଇଥିଲେ। ପରିବାର ଲୋକେ ଚିକିତ୍ସା ପାଇଁ ଅଜା ଓ ନାତୁଣୀଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ଅଜା ରତ୍ନାକରଙ୍କୁ ମୃତ ଘୋଷଣା କରିଛନ୍ତି। ଅନୁଗୋଳ ମେଡିକାଲ ରେ ନାତୁଣୀର ଚିକିତ୍ସା ଚାଲିଛି ।
ଆହୁରି ପଢନ୍ତୁ : ରାଜ୍ୟରେ ପେଟ୍ରୋଲ- ଡିଜେଲ ଯଥେଷ୍ଟ ମହଜୁଦ ରହିଛି : ଯୋଗାଣ ମନ୍ତ୍ରୀ