ଭୁବନେଶ୍ୱର,୦୬/୦୪: ପେଟ୍ରୋଲ ସଙ୍କଟର ମୁକାବିଲା କରିବାକୁ ଅଣ୍ଟା ଭିଡିଛି ବିଏମ୍ସି । ବିଏମ୍ସରୁ ବାହାରୁଥିବା ପରିବା ଚୋପା ବର୍ଜ୍ୟକୁ ସିଏନ୍ଜି ବାହାରିବ । ଏହାକୁ ଗାଡିର ଇନ୍ଧନ ଭାବେ ବ୍ୟବହାର କରିବ । ଏନେଇ ବିଏମ୍ସି ଏକ ଘରୋଇ ସଂସ୍ଥା ସହ ଏମ୍ଓୟୁ କରିବ ।
ବିଏମ୍ସିର ବିଭିନ୍ନ ମାର୍କେଟ ତଥା ୟୁନିଟ୍-୧, ୟୁନିଟ୍-୪, ସୁନ୍ଦରପଦା, କୋଚିଳେଇ ଭଳି ଏକାଧିକ ପରିବା ହାଟରୁ ପରିବା ବର୍ଜ୍ୟ ବାହାରୁଛି । ଏହି ସବୁ ଅଳିଆ ପୂର୍ବରୁ ବିଭିନ୍ନ ଏମ୍ସସି ସେଣ୍ଟର ଯାଉଥିଲା ଏହାକୁ ଖତ କରାଯାଉଥିଲା । ପ୍ରତି ଘରୁ ବାହାରୁଥିବା ପରିବା ଅଳିଆ ସଂଗ୍ରହ କରାଯିବ । ଏହି ସବୁ ପରିବା ଏକ ଘରୋଇ ସଂସ୍ଥାକୁ ବିଏମ୍ସି ଦେବ । ଏହାକୁ ପକ୍ରିୟାକରଣ କରାଯାଇ ଏଥିରୁ ସିଏନ୍ଜି ଗ୍ୟାସ୍ ବାହାର କରାଯିବ । ବର୍ତ୍ତମାନ ଯୁଦ୍ଧ ସମୟରେ ପେଟ୍ରୋଲ ଏବଂ ରନ୍ଧନ ଗ୍ୟାସ୍ର ଘୋର ଅଭାବ ରହିଛି । ହର୍ମୁଜ ସଂକଟ ନ ଟଳିବା ଯାଏ ପେଟ୍ରୋଲ ଓ ଏଲ୍ପି ଜି ଅଭାବ ଦେଖାଦେବ । ତେଣୁ ଲୋକେ ସିଏନ୍ଜି ଗାଡ଼ିର ବ୍ୟବହାର କରିବେ ।
ଅଧିକ ପଢ଼ନ୍ତୁ : - ଡରାଇଲା କାଳବୈଶାଖୀ: ୧୦ ତାରିଖ ଯାଏ ଝଡ଼ ବର୍ଷା ସମ୍ଭାବନା, ଆଜି ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ