ଭୁବନେଶ୍ୱର ୧୯/୦୪: ଏଇତ ମାନବିକତା.. ବର ବେଶରେ ଥାଇ ଗାଡ଼ିରୁ ଓହ୍ଲାଇ ଆମ୍ବୁଲାନ୍ସକୁ ବାଟ ଛାଡ଼ି ଥିଲେ ପ୍ରମେୟର ଯୁବ ସାମ୍ବାଦିକ ସମ୍ବିତ ବେହେରା। ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଯାହାକୁ ନେଇ ବିଭିନ୍ନ ଆଡୁ ପ୍ରଶଂସାର ସୁଅ ଛୁଟିଛି।


ଶୁକ୍ରବାର ପ୍ରମେୟର ଯୁବ ସାମ୍ବାଦିକ ସମ୍ବିତ ବେହେରାଙ୍କ ବାହାଘର ଥିଲା । ବରଯାତ୍ରୀ ଯାଉଥିବା ବେଳେ ପଛରୁ ଆସିଥିଲା ଏକ ଆମ୍ବୁଲାନ୍ସ। ବରଯାତ୍ରୀ ପାଇଁ ସାମାନ୍ୟ ଭିଡ଼ ରହିଥିଲା । ହେଲେ ସମ୍ବିତ ଆମ୍ବୁଲାନ୍ସକୁ ଦେଖିବା ମାତ୍ରେ ତୁରନ୍ତ ଗାଡ଼ିରୁ ଓହ୍ଲାଇ ଆସିଥିଲେ। କେହି କିଛି ବୁଝିବା ପୂର୍ବରୁ ରାସ୍ତାରୁ ଗାଡ଼ି ଗୁଡିକୁ ହଟାଇ ଆମ୍ବୁଲାନ୍ସ ପାଇଁ ବାଟ ଛାଡ଼ିଥିଲେ ସେ । ସମ୍ବିତ ବର ବେଶରେ ଥିବା ବେଳେ ଏଭଳି ମହାନ କାର୍ଯ୍ୟ କରୁଥିବାର  ଭିଡିଓଟି କେହି ଜଣେ ରେକର୍ଡ କରିଥିଲେ । ପରେ ଏହି ଭିଡିଓ  ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯୁବ ସାମ୍ବାଦିକ ସମ୍ବିତଙ୍କ କାର୍ଯ୍ୟକୁ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପ୍ରଶଂସା କରିଛି।  ।  ଏକ୍ସରେ ଭିଡିଓ ପୋଷ୍ଟ କରି ଉତ୍ତମ ନାଗରିକର କର୍ତ୍ତବ୍ୟ ନିର୍ବାହ କରିଥିବାରୁ ସମ୍ବିତଙ୍କୁ ସାଧୁବାଦ ଜଣାଇଛି।