ନୂଆଦିଲ୍ଲୀ,୧୮/୦୪; ୮ ଚୌକା, ୪ ଛକା ୮୬ ରନ୍ । ଅହମ୍ମଦାବାଦରେ ପୁଣି ଫାୟାର କ୍ୟାପ୍ଟେନ୍ ଶୁଭମନ ଗିଲ । କୋଲକାତା ନାଇଟ ରାଇଡର୍ସକୁ ଧୋଇଦେଲେ । ଶୁଭମନ ଗିଲଙ୍କ ଅଧିନାୟକ ଇନିଂସ ବଳରେ ଘରୋଇ ଗୁଜରାଟ ଚଳିତ ଆଇପିଏଲ୍ରେ ତୃତୀୟ ବିଜୟ ହାସଲ କରି ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନ ଦଖଲ କରିଛି । ଶୁକ୍ରିବାର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ୨୫ତମ ଲିଗ ମୁକାବିଲାରେ ଦଳ ୫ୱିକେଟରେ କୋଲକାତାକୁ ହରାଇଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କୋଲକାତା ନିର୍ଦ୍ଧାରିତ ଓଭରରେ ୧୮୦ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଜବାବରେ ଗୁଜରାଟ ୧୯.୪ ଓଭରରେ ୫ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଗିଲ୍ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ଗିଲ୍‌ଙ୍କ ପାଖରେ ଅରେଞ୍ଜ କ୍ୟାପ୍ ମଧ୍ୟ ରହିଛି । ଦମଦାର ବିଜୟ ସତ୍ତ୍ୱେ କ୍ୟାପ୍ଟେନ୍ ଗିଲି ନିରାଶ ଥିଲେ । ମ୍ୟାଚରେ ଶେଷ ପର୍ଯ୍ୟନ୍ତ ତିଷ୍ଠି ନପାରି ଅସନ୍ତୋଷ ପ୍ରକାଶ କରିଥିଲେ । ମ୍ୟାଚ ପରେ ସେ କହିଥିଲେ ଯେ ଏହି ସିଜିନରେ ତାଙ୍କର ଧ୍ୟାନ ତାଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଅପେକ୍ଷା ଫାଇନାଲରେ ପହଞ୍ଚିବା ଏବଂ ଟ୍ରଫି ଜିତିବା ଉପରେ ଅଧିକ ।

​​​​​​​ମ୍ୟାଚ୍ ପରେ ଶୁଭମନ ଗିଲଙ୍କୁ ପଚରାଯାଇଥିଲା ଯେ ସେ, ପୁଣି ଥରେ ୨୦୨୩ ପରି ବ୍ୟାଟିଂ କରିବାକୁ ପସନ୍ଦ କରୁଛନ୍ତି କି,  ସେ କହିଥିଲେ, ସତ କହିବାକୁ ଗଲେ, ମୁଁ ଭାବୁନାହିଁ ଏହା ଗୁରୁତ୍ୱପୂର୍ଣ୍ଣ । କେବଳ ମ୍ୟାଚ ଜିତିବା ଗୁରୁତ୍ୱପୂର୍ଣ୍ଣ ଏବଂ ସ୍ପଷ୍ଟ ଭାବରେ, ଫାଇନାଲ ଖେଳିବା ଏବଂ କପ ଜିତିବା ଏପରି ବିଷୟ ଯହା ପାଇଁ ମୁଁ ଅପେକ୍ଷା କରିଛି ।''  ଗିଲ୍ ୨୦୨୩ ଆଇପିଏଲ ସିଜିନରେ ସର୍ବାଧିକ ୮୯୦ ରନ୍ କରିଥିଲେ ଏବଂ କେକେଆର ବିପକ୍ଷରେ ତାଙ୍କର ଚମତ୍କାର ଇନିଂସ ପରେ ସେ ଚଳିତ ସିଜିନରେ ୪ଟି ମ୍ୟାଚରେ ୬୨.୭୫ ହାରରେ ୨୫୧ ରନ କରି ସର୍ବାଧିକ ରନ ହାସଲକାରୀ ତାଲିକାରେ ଶୀର୍ଷରେ ପହଞ୍ଚିଛନ୍ତି । ଶୁଭମନ ଗିଲ୍ ତାଙ୍କ ବ୍ୟାଟିଂ ବିଷୟରେ କହିଛନ୍ତି, ମୁଁ ଭାବୁଛି ଫିଟନେସ୍ ଏପରି ଏକ ଜିନିଷ ଯାହା ମୁଁ ଏହାର କିଛି ମାସ ପୂର୍ବରୁ ପାଇଥିଲି । ଫିଟନେସ ଏପରି ଏକ ଜିନିଷ ଯାହା ଉପରେ ମୁଁ କାମ କରିଥଲି । ଖେଳର ମାନସିକ ଦିଗ ଉପେର ମଧ୍ୟ କାମ କରି ଭଲ ହେବାକୁ ଚେଷ୍ଟା କରିଥିଲି, କେବଳ ବୈଷୟିକ ଭାବରେ ନୁହେଁ ବରଂ କୌଶଳଗତ ଭାବରେ ମଧ୍ୟ ।

ଏହା ବି ପଢନ୍ତୁ...ପୁଣି ହାରିଲା KKR, ୫ ଓ୍ବିକେଟରେ ଜିତିଲା ଗୁଜୁରାଟ

​​​​​​​

ନୂଆ ଲୁକ୍‌ ନେଇ କ'ଣ କହିଲେ ଗିଲ୍ ? ଗୁଜରାଟ କ୍ୟାପ୍ଟେନ୍ ତାଙ୍କ ନୂଆ ଦାଢି କଟା ଲୁକକୁ ନେଇ କହିଛନ୍ତି, ଦେଖାଯାଉ ଏ ପର୍ଯ୍ୟନ୍ତ ମୁଁ କିଛି ଭିନ୍ନ କରିବାକୁ ଚାହୁଁଥିଲି । ତେଣୁ ଏପର୍ଯ୍ୟନ୍ତ ଏହା ଭଲ ହୋଇଛି । ୩ଟି ମ୍ୟାଚ ୩ଟି ବିଜୟ ମିଳିସାରିଛି  । ଦେଖାଯାଉ ଆଗକୁ କଣ ହେଉଛି ।