ମୁମ୍ବାଇ,୫/୬ : ବିଆର ଚୋପ୍ରାଙ୍କ ‘ମହାଭାରତ’ରେ ଶକୁନି ମାମୁଁଙ୍କ ଭୂମିକାରେ ନଜର ଆସିଥିବା ଅଭିନେତା ଗୁଫି ପେଣ୍ଟାଲଙ୍କ ନିଧନ । ସେ କିଛି ଦିନ ହେବ ଅସୁସ୍ଥତା କାରଣରୁ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ସୋମବାର ୭୯ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଫରିଦାବାଦରେ ଗୁଫିଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା, ପରେ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ମୁମ୍ବାଇ ନିଆଯାଇଥିଲା । ଆଜି ତାଙ୍କର ମୃତ୍ୟୁ ଘଟିଛି । ଅଭିନେତାଙ୍କ ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଏହାସହ ମଧ୍ୟ ପଢନ୍ତୁ- ଆଇସିୟୁରେ ଭର୍ତ୍ତି ହେଲେ ଗୁଫି ପେଣ୍ଟାଲ, ଭଣଜା ଦେଲେ ଅଭିନେତାଙ୍କ ସ୍ୱାସ୍ଥ୍ୟ ସୂଚନା
ସୂଚନା ଅନୁଯାୟୀ ଗୁଫି ପେଣ୍ଟାଲ ବହୁ ଦିନରୁ ଅସୁସ୍ଥଥିଲେ । ତାଙ୍କୁ ଗତ ୩୧ମଇରେ ମୁମ୍ବାଇର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୁଫି ଜଣେ ପ୍ରସିଦ୍ଧ ଅଭିନେତା ଥିଲେ । ସେ ଅନେକ ସିରିୟଲ ଏବଂ ଫିଲ୍ମରେ ନଜର ଆସି ସାରିଛନ୍ତି । ତାଙ୍କ କ୍ୟାରିୟରର ଆରମ୍ଭ ୧୯୭୫ର ଫିଲ୍ମ ‘ରଫୁ ଚକ୍କର’ରୁ କରିଥିଲେ ।