ପ୍ରମୂଖ ଖବର
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • କଟକ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରେଭେନ୍ସା ବିଶ୍ୱବିଦ୍ୟାଳୟ ୧୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ
  • ||
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଗୁଜରାଟ ଟାଇଟନ୍ସ-ରାଜସ୍ଥାନ ରୟାଲ୍ସ ଲଢ଼େଇ, ଘରୋଇ ମୈଦାନରେ ଭାରି ପଡ଼ିବ ଶୁବମନ ସେନା

Published By : Rasmita Pradhan | April 9, 2025 8:49 AM

ଅହମ୍ମଦାବାଦ, ୯/୪: ଆଜି ଘରୋଇ ଗ୍ରାଉଣ୍ଡ୍‌ରେ ରାଜସ୍ଥାନ ରୟାଲ୍ସକୁ ଭେଟିବ ଗୁଜରାଟ ଟାଇଟନ୍ସ। ୬ ପଏଣ୍ଟ ଅର୍ଜନ କରିସାରିଥିବା ଟାଇଟନ୍ସ ପାଇଁ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବାର ସୁଯୋଗ ରହିଛି । ରାଜସ୍ଥାନ ରୟାଲ୍ସ ମଧ୍ୟ ଶ୍ରେଷ୍ଠ ୪ରେ ପ୍ରବେଶ କରିପାରିବ । ତେଣୁ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ । ଗୁଜରାଟ ଟାଇଟନ୍ସ ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ଠାରୁ ପରାଜିତ ହେବା ପରେ ଲୟକୁ ଫେରି ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନ ଦଖଲ କରିଛି । ଠିକ୍‌ ସେହିପରି ରାଜସ୍ଥାନ ରୟାଲ୍ସ ପ୍ରଥମ ୨ଟି ମ୍ୟାଚ୍‌ରେ ଯଥାକ୍ରମେ ସନରାଇଜର୍ସ ଓ କୋଲକାତା ନାଇଟ ରାଇଡର୍ସ ଠାରୁ ପରାଜିତ ହୋଇଥିଲା । ଏହାପରେ ଦଳ ଲୟକୁ ଫେରି ଚେନ୍ନାଇ ସୁପରକିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସକୁ ହରାଇଛି । ଆଜି ଉଭୟ ଦଳ ବିଜୟ ଧାରା ଜାରି ରଖିବାକୁ ଗୁରୁତ୍ୱ ଦେବେ । 

ଘରୋଇ ଗ୍ରାଉଣ୍ଡ୍‌ରେ ଖେଳୁଥିବାରୁ ଟାଇଟନ୍ସର ପଲା ଭାରି ରହିବ । ପୂର୍ବ ରେକର୍ଡ ମଧ୍ୟ ଟାଇଟନ୍ସ ପକ୍ଷରେ ରହିବ । ଉଭୟ ଦଳ ମଧ୍ୟରେ ୬ଟି ମ୍ୟାଚ୍‌ ଖେଳାଯାଇଛି । ଏଥିରୁ ଟାଇଟନ୍ସ ୫ଟି ମ୍ୟାଚ୍‌ ଜିତିଛି । ୨୦୨୩ରେ ରାଜସ୍ଥାନ ରୟାଲ୍ସ ଗୋଟିଏ ମ୍ୟାଚ ଜିତିଥିଲା । ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଦଳ ଏଥର ପ୍ରୟାସ କରିବ । ବ୍ୟାଟରମାନେ ଫର୍ମକୁ ଫେରିଥିବାରୁ ରୟାଲ୍ସର ଚିନ୍ତା ଦୂର ହୋଇଛି । ତଥାପି ଦଳ ଓପନର ଯଶସ୍ୱୀ ଜୈସ୍ୱାଲଙ୍କ ନିକଟରୁ ଦାୟିତ୍ୱପୂର୍ଣ୍ଣ ଇନିଂସ ଆବଶ୍ୟକ କରୁଛି । ଟାଇଟନ୍ସ ଦଳ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ ଜାରି ରଖିଛି । କେବଳ ଶୁଭମନ ଗିଲଙ୍କ ବ୍ୟାଟରୁ ଏପର୍ଯ୍ୟନ୍ତ ବଡ଼ ଇନିଂସ ଦେଖିବାକୁ ମିଳିନାହିଁ । ମଧ୍ୟ କ୍ରମରେ ସେରଫନ ରଦରଫୋର୍ଡ ଆତଙ୍କ ଖେଳାଇଥିବାରୁ ରାଜସ୍ଥାନ ରୟାଲ୍ସ ପାଇଁ ଚିନ୍ତାର କାରଣ ସାଜିବେ । ଏହି ମ୍ୟାଚ୍‌ରେ ଜୋସ ବଟଲରଙ୍କ ଉପରେ ନଜର ରହିବ । ବଟଲର ଦୀର୍ଘ ଦିନ ଧରି ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିଲେ । ଏଥର ସେ ଟାଇଟନ୍ସ ପକ୍ଷରୁ ଖେଳୁଛନ୍ତି । ଅହମ୍ମଦାବାଦ ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ତେବେ ସ୍ପିନରମାନେ ପିଚ୍‌ର ଭରପୁର ଫାଇଦା ଉଠାଇବେ । ରାତ୍ରିରେ ମ୍ୟାଚ୍‌ ରହିଥିବାରୁ କାକର ପ୍ରଭାବ ପକାଇବ । ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦ୍ୱାଦଶ

ଟାଇଟନ୍ସ: ଶୁଭମନ ଗିଲ୍‌ (ଅଧିନାୟକ), ସାଇ ସୁଦର୍ଶନ, ଜୋସ ବଟଲର, ସେରଫାନ ରଦରଫୋର୍ଡ, ଶାହରୁଖ ଖାନ, ରାହୁଲ ତେୱାତିଆ, ଅର୍ସଦ ଖାନ/ ୱାସିଂଟନ ସୁନ୍ଦର, ରସିଦ ଖାନ, ସାଇ କିଶୋର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଈଶାନ୍ତ ଶର୍ମା । 

ରାଜସ୍ଥାନ ରୟାଲ୍ସ: ଯଶସ୍ୱୀ ଜୈସ୍ୱାଲ୍‌, ସଞ୍ଜୁ ସାମସନ (ଅଧିନାୟକ), ରିୟାନ ପରାଗ, ନୀତିଶ ରାଣା, ଧ୍ରୁବ ଜୁରେଲ, ସିମରନ ହେତମାୟର, ୱାନିଣ୍ଡୁ ହସରଙ୍ଗା, ଜୋଫ୍ରା ଆର୍ଚର, କୁମାର କାର୍ତ୍ତିକେୟ/ଶୁଭମ ଦୁବେ, ମହୀଶ ତୀକ୍ଷଣା, ୟୁଦ୍ଧବୀର ସିଂହ, ତୁଷାର ଦେଶପାଣ୍ଡେ, ସନ୍ଦୀପ ଶର୍ମା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.