ପ୍ରମୂଖ ଖବର

କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମ୍‌ରୁ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

Published By : Harapriya Sethi | February 27, 2025 10:57 AM

ଭୁବନେଶ୍ୱର, ୨୭/୦୨: କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମ୍‌ରୁ ଆଟେଣ୍ଡାଣ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ପ୍ରଭାତ ମହାନ୍ତି ବୋଲି ଜଣାପଡ଼ିଛି । ତାଙ୍କ ଆତ୍ମହତ୍ୟାର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି । ରାଜଧାନୀ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ବିଭାଗର ଆଟେଣ୍ଡାଟ ଭାବରେ କାର୍ଯ୍ୟରତ ଥିଲେ ପ୍ରଭାତ ମହାନ୍ତି । ବୁଧବାର ରାତିରେ ତାଙ୍କର ନାଇଟ୍‌ ଡ୍ୟୁଟି ଥିଲା । ହେଲେ ଗୁରୁବାର ସକାଳୁ ଏକ୍ସରେ ରୁମ୍‌ରେ ପ୍ରଭାତଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ଏକ୍ସରେ ବିଭାଗର ଅନ୍ୟ କର୍ମଚାରୀମାନେ । ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି । ଗୁରୁବାର ତାଙ୍କ ମୃତଦେହର ବ୍ୟବଚ୍ଛେଦ ହେବ । ତେବେ ପ୍ରଭାତ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ତାର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି । ଘଟଣାର ତଦନ୍ତ ଚଳାଇଛି କ୍ୟାପିଟାଲ ଥାନା ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.