ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଆମେରିକାରେ ଧୁମ୍‌ଧାମ୍‌ରେ ଦୀପାବଳି ସେଲିବ୍ରେସନ୍: ସ୍କୁଲ ଛୁଟି ଘୋଷଣା, ହ୍ବାଇଟ ହାଉସ୍‌ରେ ଉତ୍ସବର ପରିବେଶ

Published By : Harapriya Biswal | October 30, 2024 2:25 PM

ନ୍ୟୁୟର୍କ,୩୦।୧୦: ଆମେରିକାର ହ୍ବାଇଟ୍ ହାଉସରେ ଦୀପାବଳି ଉତ୍ସବର ରହିଥାଏ ଧୁମ୍। ବାରାକ ଓବାମା, ଡୋନାଲ୍ଡୋ ଟ୍ରମ୍ପଙ୍କଠାରୁ ନେଇ ବାଇଡେନ୍‌ଙ୍କ ପର୍ଯ୍ୟନ୍ତ ଯିଏବି ରାଷ୍ଟ୍ରପତି ହୋଇଛନ୍ତି, ସେମାନେ ହ୍ବାଇଟ ହାଉସରେ ଦୀପାବଳି ସେଲିବ୍ରେସନ୍ କରିଥାନ୍ତି। କେବଳ ସେତିକି ନୁହେଁ ସ୍ଥାନୀୟ ସ୍ତରରେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜିତ କରିଥାନ୍ତି। ହେଲେ ଏଥର ନ୍ୟୁୟର୍କରେ ଦୀପାବଳି ଅବସରରେ ସ୍କୁଲ ବନ୍ଦ ରହିବ। ନ୍ୟୁୟର୍କ ସିଟି ମେୟର କାର୍ଯ୍ୟାଳୟରେ ଡେପୁଟି କମିଶନର ଭାବରେ କାମ କରୁଥିବା ଦିଲ୍ଲୀପ ଚୌହାନ ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ବର୍ଷ ଦୀପାବଳି ସ୍ପେଶାଲ ରହିଛି। ଇତିହାସରେ ପ୍ରଥମ ଥର ନ୍ୟୁୟର୍କର ସ୍କୁଲ ଦୀପାବଳି ଅବସରରେ ବନ୍ଦ ରହିବ। ସ୍କୁଲରେ ଶୁକ୍ରବାର ୧ ନଭେମ୍ବରରେ ଦୀପାବଳି ଛୁଟି ରହିବ।

ଚୌହାନ କହିଛନ୍ତି, ନ୍ୟୁୟର୍କରେ ଏଭଳି ନିଷ୍ପତ୍ତି ନେବା ସହଜ ନଥିଲା ସେଠାରେ ୧୧ ଲକ୍ଷ ଛାତ୍ର ପଢନ୍ତି। ସେ କହିଛନ୍ତି, ହିନ୍ଦୁ ସମ୍ପ୍ରଦାୟର ବହୁ ନେତାଙ୍କର କିଛି ବର୍ଷ ପୂର୍ବରୁ ହିଁ ଏହାକୁ ନେଇ ମୁଭମେଣ୍ଟ ଆରମ୍ଭ କରାଯାଇଥିଲା। ତାଙ୍କର ଦାବି ଥିଲା ଯେ, ଏଭଳି ଛୁଟି ହେବା ଦରକାର। ଏବେ ଯାଇ ଏହାକୁ ନ୍ୟୁୟର୍କ ସିଟି ମେୟାର ଏରିକ୍ ଆଡାମ୍ସ ସ୍ବୀକାର କରିଛନ୍ତି। 

ଏବେ ପ୍ରଶାସନ ୧ ନଭେମ୍ବରରେ ଦୀପାବଳି ଛୁଟି ଘୋଷଣା କରିଛନ୍ତି। ଦିଲୀପ ଚୌହାନ କହିଛନ୍ତି, ହିନ୍ଦୁ ସମ୍ପ୍ରଦାୟ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, କାରଣ ଦୀର୍ଘ ସମୟ ଧରି ପଡିଥିବା ଏହି ଦାବି ଉପରେ ଏଥର ମୋହର ଲାଗିଛି। ସେ କହିଛନ୍ତି, ଏପର୍ଯ୍ୟନ୍ତ ଛାତ୍ରଙ୍କୁ  ଚୟନ କରିବାକୁ ପଢୁଥିଲା ଯେ, ଦୀପାବଳି ପାଳନ କରିବେ ନା ସ୍କୁଲ ଯିବେ। ଏମିତି ବି ଦୀପାବଳ ଦିନକର ନୁହେଁ ୫ ଦିନର ପର୍ବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.