ଭୁବନେଶ୍ୱର, ୧୦/୦୨: ସବୁ ସମ୍ପର୍କର ଆରମ୍ଭ ମିଠାରୁ ହୋଇଥାଏ । ମୁଁ’ ଆଜି ତୁମକୁ ଏହି ମିଠା ଖୁଆଇ ଆମ ପ୍ରେମର ନିଅଁ ପକେଇଲି । ଆଶା ଆମ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଏହି ଚକୋଲେଟ୍ ଭଳି ମିଠା ହେବ । ଏହଭିଳି ଭାବେ ଭାବର ଆଦନା ପ୍ରଦାନ ସହିତ ପରଷ୍ପରକୁ ଚକୋଲେଟ୍ ଖୁଆଇ ପ୍ରେମିଯୁଗଳ ପାଳିଲେ ଚକୋଲେଟ୍ ଦିବସ । ସେଥିପାଇଁ ଭଳିକି ଭଳି ଚକୋଲେଟ୍‌ର ପସରା ଦୋକାନରେ ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ ଅନେକ ନାମୀଦାମୀ ବ୍ରାଣ୍ଡ୍ ସ୍ୱତନ୍ତ୍ରଭାବେ ଏହି ଦିବସ ଉଦ୍ଦେଶ୍ୟରେ ଚକୋଲେଟ୍କୁ ପ୍ରସ୍ତୁତ କରିଥିଲେ । ଯେଉଁ ପ୍ୟାକେଟ୍ରେ ପ୍ରେମ ସମ୍ବନ୍ଧିୟ ବିଭିନ୍ନ ଢଗ ଲେଖା ହେବା ସହିତ, ଚକୋଲେଟ୍‌ର ଆକାର ମଧ୍ୟ ପାନପତର ଭଳି ରହିଥିଲା । ଖାଲି ସେତିକି ନୁହେଁ ଅନେକ ବିଭିନ୍ନ ପ୍ରକାର ଚକୋଲେଟ୍ ଏବଂ ଫୁଲ ମିଶା ତୋଡ଼ା ପ୍ରେମିକାକୁ ଦେଉଥିବାର ଦେଖାଯାଇଛି । ପ୍ରେମିକ ହାତରୁ ଏହିପରି ଚକୋଲେଟ୍ ପାଇଗଲାକ୍ଷଣି ପ୍ରେମିକା ମନ ପୂରା ଖୁସ୍ । ଯାହାକୁ ସେମାନେ ସାମଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ ।

ଉପହାରରେ କଣ୍ଢେଇ:

ରାସ୍ତାକଡ଼ ଦୋକନଠୁ ବଡ଼ବଡ଼ ସପିଙ୍ଗ ପର୍ଯ୍ୟନ୍ତ ସବୁଠି ସଜେଇ ହୋଇଛି ରଙ୍ଗିନ୍ କଣ୍ଢେଇ(ଟେଡି) । ପାଣ୍ଡାଠୁ ଆରମ୍ଭକରି ବାର୍ବିଡଲ୍ ପର୍ଯ୍ୟନ୍ତ ସବୁକିଛି ମିଳିଯାଉଛି । ମଙ୍ଗଳବାର ଟେଡି ଡେ ପଡ଼ୁଥିବାରୁ ପ୍ରାୟ ସବୁ ଗିଫ୍ଟ ଦୋକାନରେ ଖୋଲିଥିଲା କଣ୍ଢେଇର ପସରା । ବିଶେଷକରି ଝିଅମାନେ ବେବି ପିଙ୍କ୍, ଲାଭେଣ୍ଡର, ପିଚ୍ କଲର ଅଧିକ ପସନ୍ଦ କରୁଥିବାରୁ ଦୋକାନରେ ଏହି ରଙ୍ଗର କଣ୍ଢେଇ ଅଧିକ ଦେଖାଯାଉଥିଲା । ପ୍ରେମିକମାନେ ମଧ୍ୟ ଆଗୁଆ ମନର ମଇନା ପାଇଁ କଣ୍ଢେଇ କିଣିବାରେ ସୋମବାର ଲାଗିପଡ଼ିଥିଲେ ।

ଆହୁରି ପଢ଼ନ୍ତୁ...ପ୍ରେମ ନିବେଦନ କରି ମନ କଥା କହିଲେ, ଆଜି ଦେବେ ଚକୋଲେଟ୍