ମାଲକାନଗିରି ୩୦/୦୩: ମାଓବାଦୀଙ୍କୁ ଅନ୍ତିମ ସୁଯୋଗ । ଆତ୍ମସମର୍ପଣ କର, ନଚେତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରୁହ । ଏହି ଭିତରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ସୁକମା ପାଲମପଲ୍ଲୀ ଜଙ୍ଗଲରେଏନ୍କାଉଣ୍ଟରରେ ଟଳିଲେ ମାଓ କମାଣ୍ଡର ମୁଚାକି କେଲାସ। ତାଙ୍କ ନିକଟରୁ ବିପୁଳ ପରିମାଣ ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଆଜି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ପାଲମପଲ୍ଲୀ ଜଙ୍ଗଲରେ ପୁଲିସ -ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୁଲିସର ଏନକାଉଣ୍ଟରରେ ୫ ଲକ୍ଷ ଟଙ୍କାର ଇନାମୀ ହାର୍ଡକୋର ମାଓବାଦୀ ନିହତ ହୋଇଛି। ମୃତ ମାଓବାଦୀ ନାଁ ମୁଚାକି କେଲାସ। ମାଓ ସଙ୍ଗଠନ ରେ ପ୍ଲାଟୁନ ୩୧ର PPCM କ୍ୟାଡ଼ର ସେକ୍ସନ କମାଣ୍ଡର ଭାବେ ସକ୍ରିୟ ଥିଲା।ଘଟଣା ସ୍ଥଳରୁ ଗୋଟିଏ ଅଟମେଟିକ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ସୁରକ୍ଷାକର୍ମୀ। ଡିଆର୍ଜି ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି।ସୂଚନା ଦେଇଛନ୍ତି ସୁକମା ଏସ୍ପି ରଣ ଚୌହାନ।
ଅଧିକ ପଢ଼ନ୍ତୁ :- ମଧ୍ୟପ୍ରାଚ୍ୟ ଯୁଦ୍ଧ ନେଇ ଜରୁରୀ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ, ସନ୍ଧ୍ୟାରେ ବଡ଼ ଘୋଷଣା !
ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ମାଓବାଦୀ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଡେଡ୍ଲାଇନ୍କୁ ଆଉ ୨୪ ଘଣ୍ଟା ବାକି ରହିଛି । ଇତିମଧ୍ୟରେ ଓଡ଼ିଶା-ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଶତାଧିକ କ୍ୟାଡର, ସହଯୋଗୀ ମୁଖ୍ୟସ୍ରୋତକୁ ଫେରିଛନ୍ତି । ଓଡ଼ିଶାରେ ମଧ୍ୟ ହାତଗଣତି ମାଓବାଦୀ ଅଛନ୍ତି । କିନ୍ତୁ ଅସ୍ତ୍ର ଛାଡ଼ି ମୁଖ୍ୟସ୍ରୋତରେ ସାମିଲ କରିବାକୁ ବାରମ୍ବାର ପ୍ରୟାସ ସତ୍ତେ୍ୱ ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ସରଣ୍ଡା ଜଙ୍ଗଲରେ ଆଡ୍ଡା ଜମାଇଥିବା ମାଓବାଦୀମାନେ ଆତ୍ମସମର୍ପଣ କରୁନାହାନ୍ତି ।
ଉଲ୍ଲେଖଯୋଗ୍ୟ, ସରଣ୍ଡାରେ ଦୁର୍ଦ୍ଦାନ୍ତ ମାଓବାଦୀ ମିଶିର ବେସ୍ରା ଓ ଅସୀମ ମଣ୍ଡଳଙ୍କ ନେତୃତ୍ୱରେ ସଙ୍ଗଠନ ପରିଚାଳିତ ହେଉଛି । ଏଠାରେ ୪୯ ଜଣ ମାଓବାଦୀ ଆଡ୍ଡା ଜମାଇ ରହିଛନ୍ତି । ସେମାନଙ୍କୁ ଆତ୍ମସମର୍ପଣ ପାଇଁ ପୁଲିସ୍ ଅନେକ ସୁଯୋଗ ଦେଇ ସାରିଛି । ତଥାପି ସେମାନେ ଆତ୍ମସମର୍ପଣ କରୁନାହାନ୍ତି । ତେଣୁ ପୁଲିସ୍ ପକ୍ଷରୁ ମାଓବାଦୀଙ୍କ ଫଟୋ ଥିବା ପୋଷ୍ଟର ସରଣ୍ଡାର ବିଭିନ୍ନ ସ୍ଥାନରେ ଲଗାଯାଇଛି । ଡ୍ରୋନ୍ ସହାୟତାରେ ମାଓବାଦୀଙ୍କୁ ଠାବ କରିବା ଲାଗି ଉଦ୍ୟମ ଜାରି ରହିଛି । ହେଲେ ଘଞ୍ଚ ଜଙ୍ଗଲ ଭିତରେ ମାଓବାଦୀଙ୍କୁ ଠାବ କରିବା ସମ୍ଭବ ହେଉନାହିଁ । ଅସ୍ଥାୟୀ କ୍ୟାମ୍ପ୍ରେ ସିଆରପିଏଫ୍, କୋବ୍ରା, ଝାଡ଼ଖଣ୍ଡ ଜାଗୁଆର ଓ ଚାଇଁବସାର ସ୍ୱତନ୍ତ୍ର ପୁଲିସ୍ ଟିମ୍ ମୁତୟନ ହୋଇଛନ୍ତି । ଯବାନମାନେ ଘଞ୍ଚ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ମାର୍ଚ୍ଚ ୩୧ ଅନ୍ତିମ ଦିନରେ ମାଓବାଦୀମାନେ ଆତ୍ମସମର୍ପଣ କରିବା ସମ୍ଭାବନା ରହିଛି। ନଚେତ୍ ଅଭିଯାନ ତୀବ୍ର କରିବାକୁ ଯୋଜନା କରୁଛନ୍ତି ସୁରକ୍ଷା ବାହିନୀ