ମୁମ୍ବାଇ,୧୯/୨ : ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ବିଶ୍ବକପ ମଧ୍ୟରେ ନିଜ ଗାର୍ଲଫ୍ରେଣ୍ଡ ମାହିକା ଶର୍ମାଙ୍କ ଉପରେ ଖୁଲମଖୁଲା ପ୍ରେମ କରୁଥିବା ଦେଖାଯାଉଛି । ପାକିସ୍ତାନ ବିପକ୍ଷରେ ଜିରୋରେ ଆଉଟ ହେବା ପରେ ହାର୍ଦ୍ଦିକ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଶେଷ ଲିଗ୍ ଷ୍ଟେଜ୍ ମ୍ୟାଚରେ ୩୦ରନର ପାଳି ଖେଳିଥିଲେ । ଏହି ପାଳି ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ନିଜ ପ୍ରେମିକା ମାହିକା ଶର୍ମାଙ୍କୁ ଫ୍ଲାଇଂ କିସ୍ ଦେଉଥିବା ନଜର ଆସିଛନ୍ତି ।

ଭିଡ଼ିଓରେ ଦେଖାଯାଉଛି କି ପ୍ରଥମେ ହାର୍ଦ୍ଦିକ କିଛି ଇଶାରା କରୁଛନ୍ତି । ହାର୍ଦ୍ଦିକଙ୍କ କଥାର ଜବାବ ଦେବାକୁ ଯାଇ ମାହିକା ବି କିଛି ଇଶାରା କରୁଛନ୍ତି । ପରେ ଭିଡ଼ିଓରେ ଆଗକୁ ଦେଖାଯାଉଛି କି ଭାରତୀୟ ଅଲରାଉଣ୍ଡର ଗାର୍ଲଫ୍ରେଣ୍ଡଙ୍କୁ ଫ୍ଲାଇଙ୍ଗ୍ କିସ୍ ଦେଉଛନ୍ତି ।