ବିଜେଡିରେ ମିଶିଲେ ରାଜ୍ଯ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର

source:http://bangla.eenaduindia.com
ଭୁବନେଶ୍ୱର ୧୬/୩: ବିଜେଡିରେ ମିଶିଲେ ରାଜ୍ଯ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା । ନିଜ ସମର୍ଥକଙ୍କ ସହ ଶନିବାର ନବୀନ ନିବାସରେ ଶଙ୍ଖ ଧରିଛନ୍ତି ହରିଶ୍ଚନ୍ଦ୍ର ।
ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି ହରିଶ୍ଚନ୍ଦ୍ର । ଗତ ପଂଚାୟତ ନିର୍ବାଚନରେ ବସନ୍ତଙ୍କ ନିର୍ବାଚନ କ୍ଷେତ୍ର ନୂଆପଡାରେ ଅତି ଶୋଚନୀୟ ଭାବେ ପରାଜିତ ହୋଇଥିଲା ବିଜେପି । ହରିଶ୍ଚନ୍ଦ୍ର କହିଛନ୍ତି ଯେ ଗତ ପଂଚାୟତ ନିର୍ବାଚନରେ ସେ ବିଜେପି ପାଇଁ କାମ କରିଥିଲେ । ମାତ୍ର ଦଳ ତାଙ୍କୁ ଅଣଦେଖା କରିଥିଲା । ତେବେ ନବୀନଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ବିଜେଡିରେ ଯୋଗ ଦେଇଥିବା ସେ କହିଛନ୍ତି । ଅନ୍ୟପଟେ ବିଜେପି କହିଛି ଯେ ହରିଶ୍ଚନ୍ଦ୍ରଙ୍କର ଦରେ କିଛି ପରିଚୟ ନଥିଲା । ସେ ଦଳ ଛାଡିଲେ ମଧ୍ୟ ଦଳରେ କିଛି ପ୍ରଭାବ ପଡିବନି ବୋଲି ବିଜେପି କହିଛି ।