ପ୍ରମୂଖ ଖବର
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଲୋକଙ୍କ ଆକାଉଣ୍ଟକୁ ଏମିତି ଖାଲି କରି ଦେଉଛନ୍ତି ସାଇବର ଠକ, ଚିନ୍ତା ବଢାଇଲା ଭାଇରାଲ ଭିଡ଼ିଓ

Published By : Prameya | March 21, 2025 7:13 PM

ନୂଆଦିଲ୍ଲୀ : ଏବେ ଅଧିକାଂଶ ଜିନିଷ ଅନଲାଇନ୍‌ ହୋଇ ସାରିଛି ଏବଂ ଏଥିରେ ସ୍କାମର ବିପଦ ଲୋକଙ୍କ ମଧ୍ୟରେ ଖୁବ୍‌ ବଢିବାରେ ଲାଗିଛି। ସ୍କାମର ନୂଆ ନୂଆ ଆଇଡିଆ ସହ ଲୋକଙ୍କ ସହ ଏମିତି ସ୍କାମ କରୁଛନ୍ତି , ଯାହା ବିଷୟରେ କେହି କେବେ କଳ୍ପନା ମଧ୍ୟ କରି ନଥିବ। ଏହି କାରଣ କି, ସ୍କାମ୍‌ର ଅଜବଗଜବ କଥା ସବୁ ଶୁଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାନ୍ତି। ଏକ ଏମିତି ହିଁ ସ୍କାମର ଖୁଲାସା ଏହି ସମୟରେ ହର୍ଷ ଭୋଗଲେ କରିଛନ୍ତି। ଏହା ମାଧ୍ୟମରେ ସ୍କାମର ଲୋକଙ୍କ ହ୍ୱାଟ୍ସଆପ୍‌କୁ ହ୍ୟାକ୍‌ କରୁଛନ୍ତି। 

ଟେକ୍ନୋଲଜିର ଦୁନିଆରେ ହ୍ୱାଟ୍ସଆପ୍‌ ଏକ ଏମିତି ସଫ୍ଟୱେୟାର , ଯେଉଁଥିରେ ଏଣ୍ଡ ଟୁ ଏଣ୍ଡ ଏନକ୍ରିପଟେଡ୍‌ ହୋଇଥାଏ ଏବଂ ଏହି କାରଣରୁ ଏହାର ସିକ୍ୟୁରିଟିକୁ ନେଇ ଦୁନିଆ ଏହା ଉପରେ ଭରସା କରୁଛି। ଏହି ଆପ୍‌ରେ କାହାର ବି ପର୍ସନାଲ ତଥ୍ୟ ବିନା କାହାର ଅନୁମତିରେ ହ୍ୟାକ୍‌ ହୋଇ ପାରିବ ନାହିଁ। କିନ୍ତୁ କ୍ରିକେଟର ପ୍ରସିଦ୍ଧ କମେଣ୍ଟେଟର ହର୍ଷ ଭୋଗଲେ ମାର୍କେଟ୍‌ରେ ଚାଲି ଥିବା ଏକ ନୂଆ ହ୍ୱାଟ୍ସଆପ୍ ସ୍କାମର ଖୁଲାସା କରିଛନ୍ତି। ଏହି ବିଷୟରେ ଜାଣି ଲୋକେ ଖୁବ୍‌ ଆଶ୍ଚର୍ଯ୍ୟ ହେଉଛନ୍ତି ଏବଂ ଏହା ବିଷୟରେ କେହି କେବେ ଭାବି ନଥିଲେ। 

ଏହି ଭିଡ଼ିଓକୁ ସେୟାର କରି ଭୋଗଲେ କହିଛନ୍ତି ଯେ, ଗତ ମାସରେ ମୋର ଜଣେ ସଂପର୍କୀୟଙ୍କ ପାଖକୁ ତାଙ୍କର ଜଣେ ବନ୍ଧୁଙ୍କ ମେସେଜ ଆସିଥିଲା ଯେ, ସେ ଭୁଲ୍‌ରେ ତାଙ୍କ ନମ୍ୱରରେ ଏକ କୋଡ୍‌ ପଠାଇ ଦେଇ ଥିଲେ, ଏହାପରେ ମୋର ସଂପର୍କୀୟ ତାଙ୍କ ଉପରେ ଭରସା କରି ସେ କୋଡ୍‌ ତାଙ୍କୁ ଦେଇ ଥିଲେ ଏବଂ ସ୍କାମର ତାଙ୍କର ହ୍ୱାଟ୍ସଆପ୍‌ ଆକାଉଣ୍ଟକୁ ଲଗ୍‌ ଆଉଟ୍‌ କରି ଦେଲା ଏବଂ ଏବେ ସ୍କାମର ତାଙ୍କ ନମ୍ୱରରେ ଚିହ୍ନା ପରିଚିତ ଲୋକଙ୍କୁ କଲ୍‌ କରି ପଇସା ମାଗୁଛି। ଆଶ୍ଚର୍ଯ୍ୟର କଥା ଯେ, ହ୍ୟାକର ଏହି ଗ୍ରୁପ୍‌ର ସେଟିଂ ମଧ୍ୟ ବଦଳାଇ ଦେଇଥିଲା, ଯାହାର ସେ ଆଡମିନ୍‌ ଥିଲା ଏବଂ ବ୍ୟାକଅପ୍‌ ଇମେଲ୍‌ ଆଇଡି ମଧ୍ୟ ବଦଳାଇ ଦେଇଥିଲା, ଯାହାକି ସେ ପୁଣି ଲଗ୍‌ ଇନ୍‌ କରି ପାରିବ ନାହିଁ।


ଏହି ଭିଡ଼ିଓକୁ ଏକ୍ସରେ ସେୟାର କରିଛନ୍ତି , ଖବର ଲେଖାଯିବା ଯାଏ କୋଟି କୋଟି ଲୋକ ଦେଖି ସାରିଛନ୍ତି ଏବଂ ଏହା ଉପରେ କମେଣ୍ଟ କରି ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ, ଆଜିକାଲି ଏତେ ବିପଜ୍ଜନକ ସ୍କାମର ଆସି ଗଲେଣି ଯେ, ଆମର ଏକ ଛୋଟିଆ ଭୁଲ୍‌କୁ ବଡ଼ ଭୁଲ୍‌ରେ ପରିଣତ କରି ଦେଉଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି, ଏହି କାରଣ ଯେ, ଆମକୁ କିଛି ନଭାବି ନଚିନ୍ତି କାହାକୁ କେବେ ଓଟିପି ଦେବା ଉଚିତ୍‌ ନୁହେଁ। ଆଉ ଜଣେ ଲେଖିଛନ୍ତି , ସାର୍‌ ଆପଣଙ୍କୁ ଧନ୍ୟବାଦ ଆମକୁ ସଚେତନ କରିବା ପାଇଁ ଏବଂ ଏହି ନୂଆ ସ୍କାମ୍‌ ବିଷୟରେ କହିବା ପାଇଁ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.