ନୂଆଦିଲ୍ଲୀ : ଏବେ ଅଧିକାଂଶ ଜିନିଷ ଅନଲାଇନ୍‌ ହୋଇ ସାରିଛି ଏବଂ ଏଥିରେ ସ୍କାମର ବିପଦ ଲୋକଙ୍କ ମଧ୍ୟରେ ଖୁବ୍‌ ବଢିବାରେ ଲାଗିଛି। ସ୍କାମର ନୂଆ ନୂଆ ଆଇଡିଆ ସହ ଲୋକଙ୍କ ସହ ଏମିତି ସ୍କାମ କରୁଛନ୍ତି , ଯାହା ବିଷୟରେ କେହି କେବେ କଳ୍ପନା ମଧ୍ୟ କରି ନଥିବ। ଏହି କାରଣ କି, ସ୍କାମ୍‌ର ଅଜବଗଜବ କଥା ସବୁ ଶୁଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାନ୍ତି। ଏକ ଏମିତି ହିଁ ସ୍କାମର ଖୁଲାସା ଏହି ସମୟରେ ହର୍ଷ ଭୋଗଲେ କରିଛନ୍ତି। ଏହା ମାଧ୍ୟମରେ ସ୍କାମର ଲୋକଙ୍କ ହ୍ୱାଟ୍ସଆପ୍‌କୁ ହ୍ୟାକ୍‌ କରୁଛନ୍ତି। 

ଟେକ୍ନୋଲଜିର ଦୁନିଆରେ ହ୍ୱାଟ୍ସଆପ୍‌ ଏକ ଏମିତି ସଫ୍ଟୱେୟାର , ଯେଉଁଥିରେ ଏଣ୍ଡ ଟୁ ଏଣ୍ଡ ଏନକ୍ରିପଟେଡ୍‌ ହୋଇଥାଏ ଏବଂ ଏହି କାରଣରୁ ଏହାର ସିକ୍ୟୁରିଟିକୁ ନେଇ ଦୁନିଆ ଏହା ଉପରେ ଭରସା କରୁଛି। ଏହି ଆପ୍‌ରେ କାହାର ବି ପର୍ସନାଲ ତଥ୍ୟ ବିନା କାହାର ଅନୁମତିରେ ହ୍ୟାକ୍‌ ହୋଇ ପାରିବ ନାହିଁ। କିନ୍ତୁ କ୍ରିକେଟର ପ୍ରସିଦ୍ଧ କମେଣ୍ଟେଟର ହର୍ଷ ଭୋଗଲେ ମାର୍କେଟ୍‌ରେ ଚାଲି ଥିବା ଏକ ନୂଆ ହ୍ୱାଟ୍ସଆପ୍ ସ୍କାମର ଖୁଲାସା କରିଛନ୍ତି। ଏହି ବିଷୟରେ ଜାଣି ଲୋକେ ଖୁବ୍‌ ଆଶ୍ଚର୍ଯ୍ୟ ହେଉଛନ୍ତି ଏବଂ ଏହା ବିଷୟରେ କେହି କେବେ ଭାବି ନଥିଲେ। 

ଏହି ଭିଡ଼ିଓକୁ ସେୟାର କରି ଭୋଗଲେ କହିଛନ୍ତି ଯେ, ଗତ ମାସରେ ମୋର ଜଣେ ସଂପର୍କୀୟଙ୍କ ପାଖକୁ ତାଙ୍କର ଜଣେ ବନ୍ଧୁଙ୍କ ମେସେଜ ଆସିଥିଲା ଯେ, ସେ ଭୁଲ୍‌ରେ ତାଙ୍କ ନମ୍ୱରରେ ଏକ କୋଡ୍‌ ପଠାଇ ଦେଇ ଥିଲେ, ଏହାପରେ ମୋର ସଂପର୍କୀୟ ତାଙ୍କ ଉପରେ ଭରସା କରି ସେ କୋଡ୍‌ ତାଙ୍କୁ ଦେଇ ଥିଲେ ଏବଂ ସ୍କାମର ତାଙ୍କର ହ୍ୱାଟ୍ସଆପ୍‌ ଆକାଉଣ୍ଟକୁ ଲଗ୍‌ ଆଉଟ୍‌ କରି ଦେଲା ଏବଂ ଏବେ ସ୍କାମର ତାଙ୍କ ନମ୍ୱରରେ ଚିହ୍ନା ପରିଚିତ ଲୋକଙ୍କୁ କଲ୍‌ କରି ପଇସା ମାଗୁଛି। ଆଶ୍ଚର୍ଯ୍ୟର କଥା ଯେ, ହ୍ୟାକର ଏହି ଗ୍ରୁପ୍‌ର ସେଟିଂ ମଧ୍ୟ ବଦଳାଇ ଦେଇଥିଲା, ଯାହାର ସେ ଆଡମିନ୍‌ ଥିଲା ଏବଂ ବ୍ୟାକଅପ୍‌ ଇମେଲ୍‌ ଆଇଡି ମଧ୍ୟ ବଦଳାଇ ଦେଇଥିଲା, ଯାହାକି ସେ ପୁଣି ଲଗ୍‌ ଇନ୍‌ କରି ପାରିବ ନାହିଁ।


ଏହି ଭିଡ଼ିଓକୁ ଏକ୍ସରେ ସେୟାର କରିଛନ୍ତି , ଖବର ଲେଖାଯିବା ଯାଏ କୋଟି କୋଟି ଲୋକ ଦେଖି ସାରିଛନ୍ତି ଏବଂ ଏହା ଉପରେ କମେଣ୍ଟ କରି ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ, ଆଜିକାଲି ଏତେ ବିପଜ୍ଜନକ ସ୍କାମର ଆସି ଗଲେଣି ଯେ, ଆମର ଏକ ଛୋଟିଆ ଭୁଲ୍‌କୁ ବଡ଼ ଭୁଲ୍‌ରେ ପରିଣତ କରି ଦେଉଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି, ଏହି କାରଣ ଯେ, ଆମକୁ କିଛି ନଭାବି ନଚିନ୍ତି କାହାକୁ କେବେ ଓଟିପି ଦେବା ଉଚିତ୍‌ ନୁହେଁ। ଆଉ ଜଣେ ଲେଖିଛନ୍ତି , ସାର୍‌ ଆପଣଙ୍କୁ ଧନ୍ୟବାଦ ଆମକୁ ସଚେତନ କରିବା ପାଇଁ ଏବଂ ଏହି ନୂଆ ସ୍କାମ୍‌ ବିଷୟରେ କହିବା ପାଇଁ।