ନୂଆଦିଲ୍ଲୀ : ଅଯଥା ମୋଟାପା କାହାକୁ ପସନ୍ଦ ହୋଇ ନଥାଏ। ସମସ୍ତେ ଚାହାନ୍ତି ତାଙ୍କ ଶରୀର ସ୍ଲିମ୍‌ ଓ ଫିଟ୍‌ ରହୁ। ଏଥିପାଇଁ ଲୋକେ ବିଭିନ୍ନ ପ୍ରକାରର ଉପାୟ ଆପଣାଇଥାନ୍ତି। ଜିମ୍‌ରେ ଝାଳ ବୁହାଇବା ସହ ଡାଇଟ୍‌ର ମଧ୍ୟ ଖାସ୍‌ ଧ୍ୟାନ ରଖିଥାନ୍ତି, ଯାହା ପୂରା ଠିକ୍‌ ମଧ୍ୟ। ହେଲେ ଡାଇଟିଂକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୁଲ୍‌ ଧାରଣା ହୋଇଛି। ଲୋକେ ଭାବନ୍ତି ଡାଇଟିଂର ଅର୍ଥ ଖାଦ୍ୟ କମ୍‌ ଖାଇବା ବା ଖାଦ୍ୟକୁ ପୂରା ସ୍କିପ୍‌ କରି ଦେବା। ଏହି ଚକ୍କରରେ ଅନେକ ଲୋକ ଡିନର ସ୍କିପ୍‌ କରିବା ଆରମ୍ଭ କରି ଦିଅନ୍ତି , ଯାହା ପୂରା ସ୍ୱାସ୍ଥ୍ୟକର ନୁହେଁ। ଏହି ସ୍ଥାନରେ ଆପଣ ଡିନର ପାଇଁ କିଛି ଲାଇଟ୍‌ ଓ ହେଲଦି ଅପସନ ବାଛି ପାରିବେ, ଯାହା ବିନା ଭୋକରେ ୱେଟ୍‌ ମ୍ୟାନେଜମେଣ୍ଟରେ ଆପଣଙ୍କୁ ସାହାଯ୍ୟ କରିବ। ଆସନ୍ତୁ ଦେଖିବା ଏମିତି କିଛି ଫୁଡ୍‌ ଅପସନ ବିଷୟରେ –

ଡିନରରେ ଖାଆନ୍ତୁ ଓଟ୍ସ ଉପମା –

ରାତ୍ର ଭୋଜନ ପାଇଁ ଉପମା ବେଷ୍ଟ ଅପସନ। ଏହା ଖାଇବାକୁ ସ୍ୱାଦିଷ୍ଟ ହେବା ସହ ବହୁତ ହିଁ ଲାଇଟ୍‌ ଓ ହେଲଦି ହୋଇଥାଏ। ସବୁଠୁ ଖାସ୍ କଥା ଏହା କି ଏହି ସାଉଥ୍‌ ଇଣ୍ଡିଆନ ଡିସ୍‌କୁ ପ୍ରସ୍ତୁତ କରିବାରେ ଅଧିକ ସମୟ ମଧ୍ୟ ଲାଗି ନଥାଏ। ଓଟ୍ସ ଉପମାକୁ ଆହୁରି ଅଧିକ ହେଲଦି କରିବା ପାଇଁ ଏଥିରେ ନିଜ ପସନ୍ଦର ଅନେକ ଗୁଡ଼ିଏ ପରିବା ପକାଇ ପାରିବେ। ଏହାକୁ ଡାଇଜେଷ୍ଟ କରିବା ବହୁତ ସହଜ ହୋଇଥାଏ , ଏହି କାରଣ ଯେ, ଏହା ଡିନର ପାଇଁବେଷ୍ଟ ଅପସନ ହୋଇପାରେ। 

ମୁଗ ଡାଲି ଚିଲା ମଧ୍ୟ ସ୍ୱାସ୍ଥ୍ୟକର –

ନିଜର ଡିନରରେ ଆପଣ ମୁଗ ଡାଲି ଚିଲାକୁ ମଧ୍ୟ ମିଶାଇ ପାରିବେ। ଚିଲା ତିଆରି କରିବା ପାଇଁ ଯଦି ଆପଣ ଗଜା ମୁଗର ବ୍ୟବହାର କରନ୍ତି ତ, ଏହା ଆହୁରି ବି ଅଧିକ ସ୍ୱାସ୍ଥ୍ୟକର ହୋଇଯିବ। ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ୍‌ ଓ ଫାଇବର ସହ ଅନେକ ନ୍ୟୁଟ୍ରିଏଣ୍ଟସ ମିଳିଥାଏ , ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଅଧିକ ଫଳପ୍ରଦ ହୋଇଥାଏ। ଏହି ଲାଇଟ୍‌ ଫୁଡ୍‌ର କ୍ୟାଟେଗୋରୀରେ ଆସିଥାଏ , କାରଣ ଏହାକୁ ଡାଇଜେଷ୍ଟ କରିବା ସହଜ। ନଡିଆର ଚଟଣୀ ସହ ମୁଗ ଡାଲି ଚିଲା , ଏକ ଟେଷ୍ଟି ଓ ୱେଟ୍‌ ଲସ୍‌ ଡିନର ଅପସନ ହୋଇପାରେ। 

ରାତିରେ ପିଅନ୍ତୁ ସୁପ୍‌-

ରାତିରେ କିଛି ଚଟାପଟ , ଲାଇଟ୍‌ ଓ ହେଲଦି ଭୋଜନ ଚାହୁଁଥିଲେ ଆପଣଙ୍କ ପାଇଁ ସୁପ୍‌ ବେଷ୍ଟ ହେବ। ସୁପ୍‌ କମ୍‌ କ୍ୟାଲୋରୀ ଯୁକ୍ତ ହୋଇଥାଏ , ଯାହାକୁ ହଜମ କରିବା ଖୁବ୍‌ ସହଜ ହୋଇଥାଏ। ଆପଣ ନିଜର ପ୍ରିଫରେନ୍ସ ହିସାବରେ ଭେଜ ବା ନନ ଭେଜ୍‌ , ଯେମିତିକା ବି ସୁପ୍‌ ପିଇ ପାରିବେ। ୱେଟ୍‌ ଲସ୍‌ ପାଇଁ ଡିନରରେ ଲାଉ ,ଟମାଟର , ଗାଜର ବା ପାଳଙ୍ଗ ଆଦିର ସୁପ୍‌ ତିଆରି କରି ପିଅନ୍ତୁ । 

ଷ୍ଟିମଡ୍‌ ଭେଜିଟେବଲ ହେଲଦି ଅପସନ – 

ଯଦି ଆପଣ ଖୁବ୍‌ ଜୋରରେ ନିଜର ଓଜନ କମ୍ କରିବାକୁ ଚାହାନ୍ତି ତ, ଡିନରରେ ଷ୍ଟିମ୍ଡ ପରିବା ବା ସିଝା ପରିବା ମଧ୍ୟ ଖାଇ ପାରିବେ। ଗାଜର , ବ୍ରୋକଲି ,ଲାଉ ବା ପାଳଙ୍ଗ ଭଳି ପରିବାକୁ ସିଝାଇ ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକୀୟ ପୋଷଣ ମିଳିଥାଏ। ଏହାସହ ଏହି ପରିବାକୁ ହଜମ କରିବା ମଧ୍ୟ ବହୁତ ସହଜ ହୋଇଥାଏ। ଫାଇବର ଥିବା କାରଣରୁ ଏହାକୁ ଖାଇବା ଦ୍ୱାରା ପେଟ ଅଧିକ ସମୟ ଯାଏ ଭରି ରହିଥାଏ ଏବଂ କ୍ରାଭିଂ କଣ୍ଟ୍ରୋଲ ରହିଥାଏ । ୱେଟ ଲସ୍ ପାଇଁ ଏହା ଏକ ଉପଯୁକ୍ତ ଡିନର ଅପସନ ହୋଇପାରେ।