ଆଠମଲ୍ଲିକ୧୯/୧୨: ଅନୁଗୁଳ ଜିଲ୍ଲାର ଆଠମଲ୍ଲିକରେ ତିନି ଦିନ ହେଲାଣି  ପ୍ରବଳ ଶୀତ ଅନୁଭୂତ ହେଉଛି । ଦିନ ୧୦ଟା ଯାଏ ଘନ କୁହୁଡି ଦେଖିବାକୁ ମିଳୁଛି । ରାତିରେ ସର୍ବନିମ୍ନ ତାପ ମାତ୍ରା ୧୦ ଡିଗ୍ରୀ ହୋଇଯାଉଛି । ସକାଳୁ ଜରୁରୀ କାମ ନଥିଲେ ଲୋକେ ବାହାରକୁ ବାହାରୁ ନାହାନ୍ତି । 

ସକାଳୁ ହାଡ଼ଭଙ୍ଗା ଶୀତ ହେଉଛି । ଶୀତ ବସ୍ତ୍ରବି କାମ ଦେଉନି । ଲୋକେ ନିଆଁ ଲଗାଈ ନିଜକୁ ଗରମ ରଖୁ ଥିବାର ଦେଖିବାକୁ ମିଳୁଛି । ଲୋକେ ଚା ପିଇ ନିଜକୁ ଶୀତରୁ ରକ୍ଷା କରୁଥିବାର ଦେଖିବାକୁ ମିଳୁଛି । ସକାଳୁ ଦୋକାନ ଗୁଡିକରେ ଚା ପାଇଁ ଭିଡ ଦେଖିବାକୁ ମିଳୁଛି ।  ବୟସ୍କ ମାନେ ଶୀତରୁ ରକ୍ଷା ପାଇବା ପାଇ ନିଆଁର ଆଶ୍ରୟ ନେଉଛନ୍ତି  । କୁହୁଡି ଯୋଗୁଁ ବୁଲାବିକାଳି  ଗାଁକୁ ଯିବା ମୁସ୍କିଲ ହୋଇ ପଡୁଛି । ଏନଏସି ସଫେଇ କର୍ମଚାରୀ ସଫେଇ କରିବା ମୁସ୍କିଲ ହୋଇ ପଡୁଛି । ଏହିଭଳି ପରିସ୍ଥିତି ଗତ ସାତ ଦିନ ହେଲାଣି ଲାଗି ରହିଛି ।