ହିମାଚଳରେ ବାଦଲ ଫଟା ବର୍ଷା ଯୋଗୁଁ ବନ୍ୟା, ମଣିକର୍ଣ୍ଣରେ ଟୁରିଷ୍ଟ କ୍ୟାମ୍ପ କ୍ଷତିଗ୍ରସ୍ତ

କୁଲ୍ଲୁ,୬।୭: ହିମାଚଳ ପ୍ରଦେଶର କୁଲ୍ଲୁରେ ବାଦଲ ଫଟା ବର୍ଷା ଯୋଗୁଁ ଭୟଙ୍କର ସ୍ଥିତି। ପ୍ରବଳ ବର୍ଷା କାରଣରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଗାଁରେ ବନ୍ୟା ପାଣି ପଶିବା ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଥବାର ସୂଚନା ମିଳିଛି। ବହୁ ପ୍ରୋଜେକ୍ଟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। କେବଳ ସେତିକି ନୁହେଁ ମଣିକର୍ଣ୍ଣରେ ଟୁରିଷ୍ଟ କ୍ୟାମ୍ପ ନଷ୍ଟ ହୋଇଯାଇଛି। ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ବୁଧବାର କୁଲ୍ଲୁରେ ବାଦଲ ଫଟା ବର୍ଷ କାରଣରୁ ଘାଟିରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବାର ଚେଷ୍ଟା କରୁଛି।
#WATCH | Himachal Pradesh: Flash flood hits Manikaran valley of Kullu district due to heavy rainfall, dozens of houses and camping sites damaged in Choj village: SP Kullu Gurdev Sharma pic.twitter.com/NQhq8o8JXC
— ANI (@ANI) July 6, 2022
କୁଲ୍ଲୁର ଏସପି ଗୁରୁଦେବ ଶର୍ମା କହିଛନ୍ତି, ଜିଲ୍ଲାରେ ବର୍ଷା କାରଣରୁ ବନ୍ୟା ସ୍ଥିତି ଲାଗି ରହିଛି। ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗି ରହିଛି। କୁହାଯାଉଛି ଯେ, ୬ ଜଣ ଲୋକ ବନ୍ୟାରେ ନିଖୋଜ ହୋଇଛନ୍ତି। ତାଙ୍କୁ ଖୋଜା ଖୋଜି କାମ ଚାଲିଛି। ବନ୍ୟାରେ ୭ଟି ଘର ପ୍ରବଳ କ୍ଷତିଗ୍ରସ୍ତ ହୋଇଛି। ୩ଟି ପ୍ରୋଜେକ୍ଟକୁ ଖୁବ୍ କ୍ଷତି ହୋଇଛି। ବନ୍ୟା କାରଣରୁ ଡ୍ୟାମ୍ର ପାଣିକୁ ଛଡା ଯାଉନାହିଁ। ଏହା ସହିତ ଲୋକଙ୍କୁ ନଦୀ କୂଳକୁ ନଯିବାକୁ ପରାମର୍ଶ ଦିଆଯାଇଛି।