ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ହିଜବୁଲ୍ଲାକୁ ମିଳିଲା ନୂଆ ମୁଖିଆ, ନଇମ୍‌ କାସିମ୍‌ ଧରିବ ମଙ୍ଗ

Published By : Rasmita Pradhan | October 30, 2024 9:31 AM

ତେହରାନ୍‌, ୩୦/୧୦ : ଇରାନ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ହିଜବୁଲ୍ଲାକୁ ମିଳିଛି ନୂଆ ମୁଖିଆ । ହସନ୍‌ ନସ୍‌ରଲ୍ଲାହ ନିପାତ ହେବାର ୩୨ ଦିନ ପରେ ୭୧ ବର୍ଷୀୟ ନଇମ୍‌ କାସିମ୍‌କୁ ହିଜବୁଲ୍ଲାର ନୂଆ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ସଙ୍ଗଠନର ଡେପୁଟି ଲିଡର ଭାବେ କାର୍ଯ୍ୟ କରୁଥିଲା କାସିମ୍‌ । ଏବେ ସେ ଇରାନରେ ରହୁଛି । ମଙ୍ଗଳବାର ତାକୁ ସଙ୍ଗଠନର ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଖୁବଶୀଘ୍ର ସେ ଲେବାନନ୍‌ ଆସି ହିଜବୁଲ୍ଲାର ମଙ୍ଗ ଧରିବ । କାସିମ୍‌ ହିଜବୁଲ୍ଲାର ଦ୍ୱିତୀୟ ବରିଷ୍ଠ ନେତା ଥିଲା । ନସ୍‌ରଲ୍ଲାହର ମୃତ୍ୟୁ ପରେ କାସିମ୍‌ ହିଁ ଲେବାନନ୍‌ର ଜନତାଙ୍କୁ ସମ୍ବୋଧନ କରିଥିଲା । ରିପୋର୍ଟ ମୁତାବକ, କାସିମ୍‌ ବର୍ତ୍ତମାନ ଇରାନରେ ରହୁଛି । ଅକ୍ଟୋବର ୫ରେ ସେ ଲେବାନନ୍‌ ରାଜଧାନୀ ବିରୁଟ୍‌ ଛାଡ଼ି ପଳାଇଥିଲା । ତାକୁ ଇରାନର ବିଦେଶ ମନ୍ତ୍ରୀଙ୍କ ବିମାନରେ ନିଆଯାଇଥିଲା । ଇସ୍ରାଏଲୀ ହମଲାରେ ନସ୍‌ରଲ୍ଲାହ ନିପାତ ହେବା ପରେ କାହାକୁ ପରବର୍ତ୍ତୀ ମୁଖ୍ୟ ଚୟନ କରାଯିବ, ତାକୁ ନେଇ ସଙ୍ଗଠନରେ ମନ୍ଥନ ଚାଲିଥିଲା । ପ୍ରଥମେ ମୁଖ୍ୟ ଦୌଡ଼ରେ ହାସେମ୍‌ ସାଫିଦ୍ଦିନ୍‌ର ନାମ ଶୁଣିବାକୁ ମିଳିଥିଲା । କିନ୍ତୁ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ସାଫିଦ୍ଦିନ୍‌ ବି ପ୍ରାଣ ହରାଇଥିଲା । ଇସ୍ରାଏଲୀ ହମଲାରେ ଏ ପର୍ଯ୍ୟନ୍ତ ୫ ପ୍ରମୁଖ ହମାସ୍‌ ନେତୃତ୍ୱ ପ୍ରାଣ ହରାଇଲେଣି । ସେମାନେ ହେଉଛନ୍ତି ନସ୍‌ରଲ୍ଲାହ, ସାଫିଦ୍ଦିନ୍‌, ଅଲ୍ଲୀ କାରାକି, ଫୁଆଦ ଶୁକର ଓ ଇବ୍ରାହିମ ଅକିଲ । 

ନଇମ୍‌ କାସିମ୍‌ କିଏ? 

ନଇମ୍‌ କାସିମ୍‌ ୧୯୫୩ରେ ଲେବାନନ୍‌ର କଫାର କିଲ୍ଲା ଗ୍ରାମରେ ଜନ୍ମଗ୍ରହଣ କରିଥିଲା । ୧୯୭୦ ଦଶକରେ ସେ ଲେବାନନ୍‌ରେ ଶିୟାମାନଙ୍କ ‘ଅମଲ୍‌’ ଆନ୍ଦୋଳନରେ ସାମିଲ ହୋଇଥିଲା । ଶିୟାମାନଙ୍କ ଅଧିକାର ପାଇଁ ଲଢ଼ିବା ଲାଗି ଏହି ଆନ୍ଦୋଳନ କରାଯାଇଥିଲା । ପରେ ୧୯୮୦ ଦଶକ ଆରମ୍ଭରେ କାସିମ୍‌ ହିଜବୁଲ୍ଲାର ଆନ୍ଦୋଳନ ସହ ସାମିଲ ହୋଇ ସଙ୍ଗଠନର ପ୍ରତିଷ୍ଠା କରିଥିବା ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରେ ସାମିଲ ହୋଇଥିଲା । କାସିମ୍‌ ଅନେକ ଦଶନ୍ଧି ହେଲା ଲେବାନନ ରାଜଧାନୀ ବିରୁଟରେ ଧାର୍ମିକ ଶିକ୍ଷା ଦେଇଆସୁଥିଲା । ସେ ୧୯୯୧ରେ ହିଜବୁଲ୍ଲାର ଡେପୁଟି ସେକ୍ରେଟାରି ଜେନେରାଲ ହୋଇଥିଲା । ସେ ହିଜବୁଲ୍ଲା ସୁରା କାଉନସିଲ ସଦସ୍ୟ ବି ଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.