ଭୁବନେଶ୍ୱର, ୨୮/୦୪:  ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ । ଷ୍ଟେସନରେ ପଇଁତରା ମାରିଲେ ୨ ସେକ୍ସନ ଫୋର୍ସ । ଷ୍ଟେସନ୍‌ରେ ଫ୍ଲାଗ୍‌ ମାର୍ଚ୍ଚ କଲା ଆର୍ପିଏଫ୍ ପୋଲିସ ।  ପହଲଗାମ ଆତଙ୍କୀ ଆକ୍ରମଣ ପରେ ସବୁ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ୍‌କୁ ହାଇ ଆଲର୍ଟ ଜାରି କରାଯାଇଛି । ଷ୍ଟେସନ୍‌ରେ ଥିବା ଲୋକଙ୍କୁ ସତର୍କ କରିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ସରକାର । ଏଥିରେ ଆର୍ପିଏଫ୍ ଆଇଆଇସି ଏବଂ ଏସଆଇ ସାମିଲ ହୋଇଥିଲେ ।

କହିରଖୁ କି, ଏପ୍ରିଲ ୨୨ ତାରିଖରେ ଜମ୍ମୁ କାଶ୍ମୀରର ପହଲଗାମ ଠାରେ ହୋଇଥିବା ଆତଙ୍କୀ ହମ୍‌ଲା ସାରା ଦେଶକୁ ଏକ ଶକ୍ତ ଝଟ୍‌କା ଦେଇଛି । ଏଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ଜୀବନ ଯାଇଥିଲା । ଏହା ପରେ ଦେଶରେ ଶୋକର ଛାୟା ଖେଳି ଯାଇଛି । ଯାହା ପରେ ଦେଶର ପ୍ରମୁଖ ସ୍ଥାନ ଗୁଡ଼ିକରେ ଲୋକମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ରେଳ ଷ୍ଟେସନ୍‌, ବସ୍‌ ଷ୍ଟାଣ୍ଡ, ପର୍ଯ୍ୟଟନ ସ୍ଥଳ ତଥା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ୍‌ ଗୁଡ଼ିକୁ ହାଇଆଲର୍ଟ ଜାରି କରାଯାଇଛି ।