ନୂଆଦିଲ୍ଲୀ, ୨୯/୧ : ଆସନ୍ତା ଫେବୃଆରୀ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ । ଭାରତ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଥିବାବେଳେ ଦଳ ଟାଇଟଲ ହାସଲ କରିବାର ମଧ୍ୟ ପ୍ରମୁଖ ଦାବିଦାର ବୋଲି କୁହାଯାଉଛି । ଟି-୨୦ରେ ଭାରତ ଦମଦାର ପ୍ରଦର୍ଶନ ଜାରି ରଖିଛି । ଏଣୁ ଚଳିତ ବିଶ୍ବକପରେ ଦଳ ବଡ଼ ବଡ଼ ଦଳକୁ ମଧ୍ୟ ପାଣି ପିଆଇବ ବୋଲି ଆଶା କରାଯାଉଛି । ଟି-୨୦ରେ ବଡ଼ ପାଳି ଖେଳିଥିବା ୫ ଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ନାହାନ୍ତି ଭାରତୀୟ ଖେଳାଳି । ଏହି ଜଣ ଖେଳାଳିଙ୍କ ମଧ୍ୟରେ ବିଦେଶୀ ଖେଳାଳି ରହିଛନ୍ତି । ଯଦିଓ ଭାରତ ଦୁଇଥର ଟି-୨୦ ବିଶ୍ବକପ ଜିତିଛି ତଥାପି ଏହି ତାଲିକାରେ ନାହାନ୍ତି ।
କେଉଁ ଖେଳାଳି କରିଛନ୍ତି ବଡ଼ ସ୍କୋର :
ମ୍ୟାକୁଲମ୍ : ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡମ ମ୍ୟାକୁଲମ ଜଣେ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ । ଥରେ ତାଙ୍କ ବ୍ୟାଟ ଚାଲିଲେ ବଡ଼ ବଡ଼ ବୋଲରଙ୍କୁ ମଧ୍ୟ ସେ ପାଣି ପିଆଇ ଦେଉଥିଲେ । ୨୦୧୨ ଟି-୨୦ ବିଶ୍ବକପରେ ସେ ବାଂଲାଦେଶ ବିପକ୍ଷରେ ୫୮ ବଲରେ ୧୨୩ ରନ କରିଥିଲେ । ଯେଉଁଥିରେ ୭ ଛକା ଏବଂ ୧୧ ଚୌକା ରହିଛି । ସେ ଟି-୨୦ ବିଶ୍ବକପରେ ଗୋଟିଏ ପାଳିରେ ସର୍ବାଧିକ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ
କ୍ରିସ୍ ଗେଲ୍ : ଓ୍ବେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟର କ୍ରିସ୍ ଗେଲ୍ । ୟୁନିଭର୍ସନାଲ ବସ୍ ଭାବେ ଜଣାଶୁଣା ଗେଲଙ୍କ ବିଷୟରେ ସମସ୍ତେ ଜାଣନ୍ତି । ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୧୭ ରନର ପାଳି ଖେଳିଥିଲେ । ଯେଉଁଥିରେ ୧୦ ଛକା ସହ ୭ ଚୌକା ରହିଛି ।
ଆଲେକ୍ସ ହେଲ୍ସ : ଇଂଲଣ୍ଡର ଏହି ପୂର୍ବତନ କ୍ରିକେଟର ଶ୍ରୀଲଙ୍କା ବିପକ୍ଷରେ ତୃତୀୟ ଟି-୨୦ ବିଶ୍ବକପରେ ସର୍ବାଧିକ ସ୍କୋର କରିବାର ରେକର୍ଡ କରିଛନ୍ତି । ୨୦୧୪ ମସିହାରେ ଶ୍ରୀଲଙ୍କ ବିପକ୍ଷରେ ଏହି ରେକର୍ଡ କରିଛନ୍ତି । ସେ ୧୧୬ ରନ କରି ତୃତୀୟ ସ୍ଥାନରେ ରହିଛନ୍ତି ।
ଅହମ୍ମଦ ଶେହେଜାଦ : ପାକିସ୍ତାନୀ କ୍ରିକେଟ ଅହମ୍ମଦ ଶେହେଜାଦ ବାଂଲାଦେଶ ବିପକ୍ଷରେ ୬୨ ବଲରେ ୧୧୧ ରନ କରିଥିଲେ । ୨୦୧୪ ମସିହାରେ ସେ ଏହି ରେକର୍ଡ କରିଛନ୍ତି । ଯେଉଁଥିରେ ୧୦ ଚୌକା ଏବଂ ୫ ଛକା ରହିଛି ।
ରିଲେ ରୋସେ ଦକ୍ଷିଣ ଆଫ୍ରିକାର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ୨୦୨୨ ଟି-୨୦ ବିଶ୍ବକପରେ ବାଂଲାଦେଶ ବିପକ୍ଷରେ ୧୦୯ ରନ କରିଛନ୍ତି ।
ତେବେ ୫ ଜଣ ଖେଳାଳିଙ୍କ ମଧ୍ୟରେ ଭାରତୀୟ ଖେଳାଳି ରହିନଥିବାବେଳେ ଚଳିତ ବିଶ୍ବକପରେ ଭାରତୀୟ ଖେଳାଳି ସ୍ଥାନ ପାଇବେ ବୋଲି ଆଶା କରାଯାଉଛି ।
ଏହାସହ ପଢ଼ନ୍ତୁ : ବିରାଟ କୋହଲିଙ୍କର କ’ଣ ହେଲା ?, ଫୋନ୍ କରି ଏମିତି କହିଲେ ଅଶ୍ବିନୀ