ନୂଆଦିଲ୍ଲୀ, ୨୯/୧ : ଟିମ ଇଣ୍ଡିଆର ପୂର୍ବତନ ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନୀ ଆଜିକାଲି ବେଶ ଚର୍ଚ୍ଚାରେ ରହିଛନ୍ତି । ସେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରହିଥିବାବେଳେ ନିଜର ଚ୍ୟାନେଲ ପାଇଁ ମଧ୍ୟ ଟ୍ରୋଲର ଶିକାର ହେଉଛନ୍ତି । କୁହାଯାଉଛି କି, ସେ ରୋହିତ ଏବଂ ବିରାଟଙ୍କୁ ଟାର୍ଗେଟ କରୁଛନ୍ତି । ନିକଟରେ ଅଶ୍ବିନୀଙ୍କ ଏକ ପୋଷ୍ଟକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଯେଉଁଥିରେ ସେ ବିରାଟଙ୍କୁ ସମାଲୋଚନା କରିଛନ୍ତି । ଟି-୨୦ରେ ବିରାଟଙ୍କ ବଦଳରେ ରୋହିତଙ୍କୁ ଭଲ ବ୍ୟାଟ୍ସମ୍ୟାନ ବୋଲି କହିଥିଲେ । ଯେଉଁଥି ପାଇଁ ମଧ୍ୟ ତାଙ୍କୁ ଟ୍ରୋଲ କରାଯାଇଥିଲା । ଏହାପରେ ଅଶ୍ବିନୀ ବିରାଟଙ୍କୁ ଫୋନ କରିଥିଲେ ଆଉ କଥା ହୋଇଥିଲେ । ଏହାପରେ ସମ୍ପର୍କ ଆହୁରି ନିବିଡ଼ ହୋଇଛି ବୋଲି ଅଶ୍ବିନୀ କହିଛନ୍ତି ।
Just spoke to Virat about “Rajiv1841’s” concern on the indirect attack and we both had a good laugh about how social media works on such click baity fan wars.
— Ashwin 🇮🇳 (@ashwinravi99) January 29, 2026
Thanks for giving us a reason to bond and talk.☺️☺️ https://t.co/0tXfxoNM6y
ସେପଟେ ଆମେ ଯଦି କହିବା ତାହେଲେ ବିରାଟଙ୍କ ସହ ଅଶ୍ବିନୀ ୨୦୧୧ ମସିହାରେ ଟେଷ୍ଟରେ ଡେବ୍ୟୁ କରିଥିଲେ । ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ରହିଛି । ଏକାସାଙ୍ଗରେ ଟେଷ୍ଟ କ୍ରିକେଟରେ କ୍ୟାରିୟର ଆରମ୍ଭ କରିଥିଲେ ପରେ ବିରାଟଙ୍କ ଅଧିନାୟକିତ୍ବରେ ଅଶ୍ବିନୀ ବିଶ୍ବର ଏକ ନମ୍ବର ଟେଷ୍ଟ ଅଲରାଉଣ୍ଡ ରହି ଆସିଛନ୍ତି । ତେବେ ଅଶ୍ବିନୀ କହିଛନ୍ତି କି, ମୁଁ ବିରାଟଙ୍କୁ ସମାଲୋଚନା କରୁଥିବା ନେଇ ସୋସିଆଲ ମିଡିଆରେ ମୋତେ ଟ୍ରୋଲ କରାଯିବା ପରେ ମୁଁ ବିରାଟଙ୍କୁ ଫୋନ୍ କରିଥିଲି । ଆଉ ସେ ଏହି କଥା ଶୁଣିବା ପରେ ବହୁତ ହସିଥିଲେ ବୋଲି କହିଛନ୍ତି ।
ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସମାଲୋଚନା
ସୋସିଆଲ ମିଡିଆରେ ପ୍ରାୟ ସମୟରେ ଫ୍ରାନ୍ସଙ୍କ ମଧ୍ୟ ଟ୍ରୋଲ କରାକରି ହୋଇଥାଏ । ସାଧାରଣତଃ ଆଇପିଏଲ ସମୟ ଆସିଲେ ଏସବୁ ଅଧିକ ପରିମାଣରେ ଦେଖାଯାଏ । ଏମିତିକି ବିରାଟ,ରୋହିତ ଏବଂ କୋହଲିଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଏହା ଅଧିକ ପରିମାଣର ଦେଖାଯାଏ । ଏହା କୌଣସି ନୂଆ କଥା ନୁହେଁ ।
କେବେ ମ୍ୟାଚ୍ ଖେଳିବେ ବିରାଟ ?
ଟି-୨୦ ଏବଂ ଟେଷ୍ଟ କ୍ରିକେଟକୁ ବାଏ ବାଏ କରିଛନ୍ତି ବିରାଟ । ଏବେ ସେ କେବଳ ଦିନିକିଆରେ ନିଜର ଖେଳ ଜାରି ରଖିଛନ୍ତି । ଭାରତରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ସରିବା ପରେ ପୁଣିଥରେ ଲଣ୍ଡନ ଫେରି ଯାଇଛନ୍ତି କୋହଲି । କେବଳ ଦିନିକିଆରେ ଖେଳ ଜାରି ରଖିଥିବା ବିରାଟ ଦମଦାର ଫର୍ମ ଜାରି ରଖିଛନ୍ତି । ଫ୍ୟାନ୍ସମାନେ ତାଙ୍କ ଖେଳ ଦେଖିବା ପାଇଁ ଚାହିଁ ରହିଛନ୍ତି । ତେବେ ବିରାଟ ଆଇପିଏଲରେ ନଜର ଆସିବେ । ଟି-୨୦ ବିଶ୍ବକପ ପରେ ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ୍ ଆଇପିଏଲ ଖେଳାଯିବ । ଏହାପରେ ଯଦି ଆନ୍ତର୍ଜାତୀୟ କ୍ରିକେଟ କଥା କହିବା ତାହେଲେ ବିରାଟ ଜୁଲାଇରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ସିରିଜରେ ନଜର ଆସିବେ । ଫ୍ୟାନ୍ସମାନେ ଆଶା ରଖିଛନ୍ତି କି, ସେ ଦମଦାର ପ୍ରଦର୍ଶନ ଜାରି ରଖିବା ସହ ୨୦୨୭ ବିଶ୍ବକପ ଖେଳିବେ ।
ଏହାସହ ପଢ଼ନ୍ତୁ : ଦମଦାର ପ୍ରଦର୍ଶନ ପଛର ସତ, ଜାଣନ୍ତୁ କଣ କହିଲେ ଶିଭମ ଦୁବେ ?