ଭୁବନେଶ୍ବର , ୨୬।୪ :ପଶ୍ଚିମରୁ ଉପକୂଳଓଡିଶା ସବୁଠି ତାତି। ପ୍ରଚଣ୍ଡ ରୌଦତାପରେ ଜଳୁଛି ଓଡିଶା। ଅସହ୍ୟ କଲାଣି ତାତି।ଚାରିଆଡ଼େଅଗ୍ନିବର୍ଷା।ସକାଳ ୯ଟାରୁ ଟାଏଁ ଟାଏଁ ଖରା ।ଟାଏଁ ଟାଏଁ ଖରାରେ ଜନଜୀବନ ଅସ୍ତବ୍ୟସ୍ତ।ଏମିତି ଝାଞ୍ଜି ମାଡ଼ ହେଉଛି,ଦେହ,ମୁହଁ ଜଳିଲା ଭଳି ଲାଗୁଛି ।ଦିନକୁ ଦିନ ପାରଦ ଉପରମୁହାଁ ହେବାରେ ଲାଗିଛି। ଅଧିକାଂଶ ସହରରେ ତାତି ୪୨ ଡିଗ୍ରୀ ଉପରେ ରହୁଛି। ରବିବାରଝାରସୁଗୁଡାରେ ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଛି। ସେଠାରେ ତାପମାତ୍ରା ୪୪.୮ ଡିଗ୍ରୀ ଛୁଇଁଛି।

ସେହିପରି ସୋନପୁରରେ ୪୩.୭ ଡିଗ୍ରୀ, ଟିଟିଲାଗଡରେ ୪୩.୬ ଡିଗ୍ରୀ, ଭବାନୀପାଟଣାରେ ୪୩.୪ ଡିଗ୍ରୀ, ବଲାଙ୍ଗୀର ୪୩.୧ ଡିଗ୍ରୀ, ବୌଦ୍ଧ ୪୩.୧ ଡିଗ୍ରୀ, ସମ୍ବଲପୁର ୪୩ ଡିଗ୍ରୀ ତାପମାତ୍ରା ରହିଛି। ସୁନ୍ଦରଗଡରେ ୪୨.୮ ଡିଗ୍ରୀ, ରାଉରକେଲା ୪୨.୭ ଡିଗ୍ରୀ, ନୂଆପଡା ଓ ନୟାଗଡରେ ୪୨.୫ ଡିଗ୍ରୀ, ହୀରାକୁଦ ୪୨.୪ ଡିଗ୍ରୀ, ତାଳଚେରରେ ୪୧.୫ ଡିଗ୍ରୀ, ଫୁଲବାଣୀରେ ୪୦.୪ ଡିଗ୍ରୀ, ବରଗଡରେ ୪୦ ଡିଗ୍ରୀରେ ପାରଦ ପହଞ୍ଚିଛି।