ନୂଆଦିଲ୍ଲୀ: ଆସାମରେ ବିଜେପିର ହ୍ୟାଟ୍ରିକ୍ ବିଜୟ । ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ହିମନ୍ତ ବିଶ୍ବଶର୍ମା । ତେବେ ଏକ ଜାତୀୟ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଧୁରନ୍ଧର ସମ୍ପର୍କରେ କହିଛନ୍ତି । ସେ ଦାବି କରିଛନ୍ତି କି, କଂଗ୍ରେସର ୩୦ ଜଣ ପ୍ରାର୍ଥୀ ଆମ ସହ ରହିଛନ୍ତି । ଏହାସହ ବିଜୟୀ ହୋଇଥିବା ୬ ବିଧାୟକ ମଧ୍ୟ ଆସ ସହ ସମ୍ପର୍କରେ ରହିଛନ୍ତି ।

ଆମ ସହ ଭଲ ସମ୍ପର୍କରେ ରହିଥିବା ୩୦ ଜଣ ପ୍ରାର୍ଥୀଙ୍କୁ କଂଗ୍ରେସ ଟିକେଟ୍ ଦେଇଥିଲା । ଯେଉଁମାନଙ୍କ ମଧ୍ୟରୁ ୬ ଜଣ ଜିତିଛନ୍ତି । ଏମାନେ ଆମ ସହ ରହିଥିବା ସେ ଦାବି କରିଛନ୍ତି । ତେବେ ଏହାକୁ ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା କି, ସେମାନେ କଣ ଗୁପ୍ତଚର କି ? ଉତ୍ତରରେ କହିଥିଲେ କି, ନାଁ ଗୁପ୍ତଚର ନୁହଁନ୍ତି । ସେମାନଙ୍କର ମଧ୍ୟ ରାଜନୈତିକ କ୍ୟାରିୟର ଅଛି । ସେମାନେ ବିଜେପିରେ ଯୋଗଦେଲେ ହାରିଯିବେ ବୋଲି ଜଣାଇଛନ୍ତି । ତେଣୁ ସେମାନେ ଖୋଲିଖୋଲି ଭାବେ ଆମକୁ ସାହାଯ୍ୟ କରୁନାହାନ୍ତି । କି୍ତୁ କିଛି ବିଧାୟକ ଖୋଲାଖୋଲି ଭାବେ ମଧ୍ୟ ଆମକୁ ସହଯୋଗ କରୁଛନ୍ତି ।

ତେବେ ଆମେ ଯଦି କହିବା ତାହେଲେ ଆସାମରେ ଜିତିଥିବା ୧୯ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ରହିଛନ୍ତି ୧୮ ଜଣ ମୁସଲମାନ । ମାତ୍ର ଜଣେ ହିନ୍ଦୁ ବିଧାୟକ ନିର୍ବାଚନରେ ଜିତିଛନ୍ତି । ଜୟପ୍ରକାଶ ଦାସ କେବଳ ଏକା ହିନ୍ଦୁ ବିଧାୟକ କଂଗ୍ରେସ ପକ୍ଷରୁ ଜିତିଛନ୍ତି । ଆସାମରେ କଂଗ୍ରେସ ହେଉଛି ମିଆଁ ମୁସଲମାନଙ୍କ ଦଳ । ଯେଉଁ କାରଣରୁ ଆସାମରେ ହିନ୍ଦୁମାନେ କଂଗ୍ରେସକୁ ଭୋଟ ଦିଅନ୍ତି ନାହିଁ । ଏହାସହ ସେ ଦାବି କରିଛନ୍ତି କି, ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସର ୬ ବିଧାୟକଙ୍କ ବିଜେପି ସପକ୍ଷରେ ମତଦାନ କରିବେ ।

୨୦୧୬ ମସିହାରୁ ଆସାମରେ ବିଜେପି କ୍ଷମତାରେ ରହିଛି । ଚଳିତ ନିର୍ବାଚନରେ ଦଳ ୧୨୯ ଆସନରୁ ୯୦ ଆସନରେ ପ୍ରତିଦ୍ବନ୍ଦିତା କରିଥିଲା । ଏବଂ ୮୨ ଆସନରେ ଜିତିଛି । ଦଳର ରେଜଲ୍ଟ ରହିଛି ୯୨ ପ୍ରତିଶତ । ତେବେ ବିଜେପି ସହ ଏନଡିଏ ମେଣ୍ଟରେ ଲଢ଼ୁଥିବା ସହଯୋଗୀ ଦଳ ଆସମା ଗଣ ପରିଷଦ ଏବଂ ବୋଡେଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ ରହିଛନ୍ତି । ଏହି ମେଣ୍ଟ ୧୦୨ ଆସନରେ ବିଜୟୀ ହୋଇଛନ୍ତି । ବଡ଼ ବ୍ୟବଧାନରେ ବିଜୟୀ ହୋଇ ସରକାର ଗଠନ କରିବାକୁ ଯାଉଛନ୍ତି ।

ଏହାସହ ପଢ଼ନ୍ତୁ : ସରକାର ଗଠନ ପାଇଁ ବିଜୟଙ୍କ ଦାବି, ରାଜ୍ୟପାଳ କହିଲେ ଆଣ ୧୧୮ ବିଧାୟକଙ୍କ ଦସ୍ତଖତ