ନୂଆଦିଲ୍ଲୀ: ତାମିଲନାଡ଼ୁ ରାଜନୀତିରେ ରୋଚକ ଦୃଶ୍ୟ । ସରକାର ଗଠନ କରିବା ପାଇଁ ଦାବି ଜଣାଇଛନ୍ତି ଟିଭିକେ । ବିଜୟଙ୍କ ଦଳ ନିର୍ବାଚନରେ ୧୦୮ ଆସନରେ ଜିତିଥିବାବେଳେ ସରକାର ଗଠନ ପାଇଁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କୁ ଭେଟିଛନ୍ତି । ୧୧୨ ବିଧାୟକଙ୍କ ସମର୍ଥନ ଥିବା ଏକ ଦସ୍ତଖତ ଟିଭିକେ ପକ୍ଷରୁ ରାଜ୍ୟପାଳଙ୍କୁ ପ୍ରଦାନ କରାଯଇଛି । ଏହାସହ ବିଜୟ ସରକାର ଗଠନ ପାଇଁ ଦାବି କରିଛନ୍ତି । ସେପଟେ ରାଜ୍ୟପାଳ କହିଛନ୍ତି କି, ଆଣନ୍ତୁ ୧୧୮ ବିଧାୟକଙ୍କ ଦସ୍ତଖତ । ଯେଉଁ କାରଣରୁ ଏହି ଦାବିକୁ ଫେରାଇ ଦେଇଛନ୍ତି ରାଜ୍ୟପାଳ ।
କହି ରଖୁଛୁ କି, ଯଦିଓ ତାମିଲନାଡ଼ୁରେ ସର୍ବାଧିକ ଆସନରେ ଟିଭିକେ ବିଜୟ ହୋଇଛି ବିଜୟଙ୍କ ଟିଭିକେ ତଥାପି ସେମାନଙ୍କ ପାଖରେ ନାହିଁ ମ୍ୟାଜିକ୍ ନମ୍ବର । ୨୩୪ ଆସନ ବିଶିଷ୍ଟ ତାମିଲନାଡ଼ୁ ବିଧାନସଭାରେ ସରକାର ଗଠନ ପାଇଁ ଆବଶ୍ୟକ ୧୧୮ ମ୍ୟଜିକ୍ ନମ୍ବର । ବିଜୟ ଦୁଇଟି ଆସନରୁ ଲଢ଼ୁଥିବାବେଳେ ଗୋଟିଏ ଆସନ ଛାଡ଼ିବେ । ଟିଭିକେ ପାଖରେ ୧୦୭ ଆସନ ରହିଥିବାବେଳେ କଂଗ୍ରେସର ୫ ବିଧାୟକଙ୍କ ସମର୍ଥନ ବଳରେ ୧୧୨ରେ ପହଞ୍ଚିଛି । ଏବେ ଆଉ ୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି । ଯେଉଁ କାରଣରୁ ରାଜ୍ୟପାଳଙ୍କୁ କିଛି ସମୟ ଭାଗିଛନ୍ତି ବିଜୟ ।
ଏହାସହ ପଢ଼ନ୍ତୁ : ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି ଭାରତରେ ଖେଳିପାରିବ ପାକିସ୍ତାନ
ସେପଟେ ଟିଭିକେ କାର୍ଯ୍ୟାଳୟରେ କଂଗ୍ରେସ ନେତା । ଟିଭିକେ ମୁଖ୍ୟ ଥାଲାପତି ବିଜୟଙ୍କୁ ଭେଟିଛନ୍ତି । ଚେନ୍ନାଇ ଟିଭିକେ ମୁଖ୍ୟାଳୟରେ ଭେଟିଛନ୍ତି କଂଗ୍ରେସ ନେତା । କଂଗ୍ରେସ ନେତାଙ୍କୁ ସ୍ବାଗତ କରିଛନ୍ତି ତାମିଲନାଡ଼ୁ ଭାବି ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ। ଟିଭିକେକୁ କଂଗ୍ରେସ ସମର୍ଥନ ଘୋଷଣା କରିଛି । ଆସନ୍ତାକାଲି ବିଜୟ ଶପଥ ନେବେ ବୋଲି ପୂର୍ବରୁ ଘୋଷଣା ହୋଇଛି । ଏହି ଶପଥ ସମାରୋହରେ ଯୋଗଦେବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଏବେ ମ୍ୟାଜିକ୍ ନମ୍ବର ହାସଲ କରିବା ପାଇଁ କେଉଁମାନେ ବିଜୟଙ୍କୁ ସମର୍ଥନ ଦେବେ ଏହା ଉପରେ ରହିଛି ସମସ୍ତଙ୍କ ନଜର ।
ଏହାସହ ପଢ଼ନ୍ତୁ : ଶକ୍ତିଶାଳୀ NDAକୁ ନ ବାଛି, କାହିଁକି କଂଗ୍ରେସ ସହ ମେଣ୍ଟ କଲେ ବିଜୟ ?