ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଦୀର୍ଘ ଦିନର ବ୍ରେକ୍‌ ପରେ ପରଦାକୁ ଫେରିଲେ ହିନା, କର୍କଟ ଚିକିତ୍ସା ଲାଗି ଛାଡିଥିଲେ ଅନେକ ପ୍ରୋଜେକ୍ଟ

Published By : Krishna Priya | January 11, 2025 8:34 AM

ମୁମ୍ବାଇ ୧୧/୦୧: ଟିଭି-ବଲିଉଡ୍‌ ଅଭିନେତ୍ରୀ ହିନା ଖାନ୍‌ ଏବେ କର୍କଟ ସହ ଲଢୁଛନ୍ତି । ଚିକିତ୍ସା ଯୋଗୁ ସ୍ୱାସ୍ଥ୍ୟର ଯତ୍ନ ନେବାରେ ତାଙ୍କର ଅଧିକାଂଶ ସମୟ ବିତୁଛି । ଫ୍ୟାନ୍‌ଙ୍କ ପାଇଁ ହିନା ଖୁସି ଖବର ଆଣିଛନ୍ତି । ଲମ୍ବା ବ୍ରେକ୍‌ ପରେ ସେ ପରଦାକୁ ଫେରୁଛନ୍ତି । ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ସେ କହିଛନ୍ତି, ସ୍ୱାସ୍ଥ୍ୟ ପାଇଁ ତାଙ୍କୁ ବ୍ରେକ୍‌ ନେବାକୁ ପଡ଼ିଲା । କିନ୍ତୁ ଯେତେବେଳେ ଜଣେ କଳାକାର ପରଦାଠୁ ଦୂରରେ ରହେ, ଲୋକେ ତାକୁ ଭୁଲିଯାଆନ୍ତି । ଆପଣ ଯେତେ ବଡ଼ ସେଲିବ୍ରିଟି ହେଲେ ବି କିଛି ଫରକ ପଡ଼ିବ ନାହିଁ ବୋଲି ହିନା ସ୍ୱୀକାର କରିଛନ୍ତି । ମନୋରଞ୍ଜନ ଉଦ୍ୟୋଗର ଏହା ଅପ୍ରିୟ ସତ । ତଥାପି ସ୍ୱାସ୍ଥ୍ୟଠୁ ବଳି ତାଙ୍କ ପାଇଁ ଆଉ କିଛି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ସେଥିପାଇଁ ସେ କ୍ୟାରିଅର୍‌କୁ ଭୁଲି ଚିକିତ୍ସା ଉପରେ ଫୋକସ୍‌ କଲେ । 

ହିନା କହିଛନ୍ତି, ମଣିଷ ପାଇଁ ସ୍ୱାସ୍ଥ୍ୟ ସର୍ବପ୍ରଥମ ପ୍ରାଥମିକତା । ଜଟିଳ ସମୟରେ ତାଙ୍କ ପାଖରେ କିଛି ପ୍ରୋଜେକ୍ଟ ଥିଲା । ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା । କାମ ଆରମ୍ଭ ହେବାକୁ ଯାଉଥିଲା । କର୍କଟ ଚିକିତ୍ସା ଲାଗି ତାଙ୍କୁ ତାହା ଛାଡ଼ିବାକୁ ପଡ଼ିଲା । ସେମାନେ ତାଙ୍କ ଲାଗି ଅପେକ୍ଷା କରିବା ବି ଠିକ୍‌ ନ ଥିଲା । ଏବେ କିନ୍ତୁ କାମ କରିବାକୁ ପ୍ରସ୍ତୁତ ବୋଲି ହିନା ସ୍ପଷ୍ଟ କରିଛନ୍ତି । ତାଙ୍କର ଏକ ନୂଆ ଶୋ’ ଆସୁଛି ଯାହାର ଟାଇଟଲ୍‌ ‘ଗୃହଲକ୍ଷ୍ମୀ’ । ଆସନ୍ତା ୧୬ ତାରିଖରୁ ଏହା ପ୍ରସାରିତ ହେଉଛି । ଆଗକୁ ଭଲ ପ୍ରୋଜେକ୍ଟ ଓ ଭଲ ଚରିତ୍ର ମିଳିବ ବୋଲି ସେ ଆଶା କରୁଛନ୍ତି । ବ୍ରେକ୍‌ ପରେ ହିନା ଭିନ୍ନ ପ୍ରକାର ଭୂମିକା ନିର୍ବାହ କରିବାକୁ ଚାହୁଁଛନ୍ତି । ଫିଲ୍ମ ନିର୍ମାତାଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ‘ହିନା ଖାନ୍‌ ପରଦାକୁ ଓହ୍ଲାଇବାକୁ ପ୍ରସ୍ତୁତ । ସବୁ ପ୍ରକାର କାମ ପାଇଁ ତା’ ପାଖରେ ତାରିଖ ଅଛି ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.