ଭୁବନେଶ୍ୱର,୨୪/୦୬: ଚେନ୍ନାଇରେ  ଚାଲିଥିବା ହକି ଇଣ୍ଡିଆ ମାଷ୍ଟର୍ସ କପ୍‌ରେ  ଓଡ଼ିଶା ପୁରୁଷ ଦଳ ସେମି ଫାଇନାଲରେ  ପ୍ରବେଶ କରିଛି । ସେମିତି ଓଡ଼ିଶା ମହିଳା ଦଳ ହରିଆନାକୁ ହରାଇଛି । 

ଓଡ଼ିଶା ପୁରୁଷ ଦଳ କ୍ୱାର୍ଟର  ଫାଇନାଲରେ ୬-୨ ଗୋଲରେ ଆନ୍ଧ୍ର ପ୍ରଦେଶକୁ ପରାଜିତ କରିଥିଲା । ଲାଜରୁସ ବାର୍ଲା (୫, ୩୬  ମିନିଟ) ଏବଂ ଅନୀଲ କୁଲୁ (୫୧, ୫୯ ମିନିଟ) ୨ଟି  ଲେଖାଏଁ ଗୋଲ୍‌ ଦେଇ ଦଳକୁ ଜିତାଇବାରେ ମୁଖ୍ୟ  ଭୂମିକା ଗ୍ରହଣ କରିଥିଲେ । ୧୦ ମିନିଟରେ ସାଣ୍ଟିଏଲ  ମୁଣ୍ଡା ଏବଂ ୨୧ ମିନିଟରେ ସାଇପ୍ରିୟାନ କେର୍କେଟା  ଗୋଲ ଦେଇଥିଲେ । 

ମହିଳାରେ ଓଡ଼ିଶା ୩-୨  ଗୋଲରେ ହରିଆନାକୁ ପରାସ୍ତ କରିଥିଲା । ରଞ୍ଜିତା  ବେକ୍‌ (୫, ୩୭) ଡବଲ ଏବଂ ସରିତା ରୋଶନ ମିଞ୍ଜ (୧୧) ଗୋଟିଏ ଗୋଲ୍‌ ଦେଇ ଦଳକୁ ଜିତାଇଥିଲେ ।