ପଞ୍ଚାଙ୍ଗ ଅନୁସାରେ, ଆସନ୍ତା ୨୦୨୬ ମସିହା ମାର୍ଚ୍ଚ ୪ ତାରିଖ ଅର୍ଥାତ୍ ବୁଧବାର ଦିନ ରଙ୍ଗର ପର୍ବ ‘ହୋଲି’ ପାଳନ ହେବ । ତେବେ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ଚଳିତ ବର୍ଷର ହୋଲି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଏହି ସମୟରେ କୁମ୍ଭ ରାଶିରେ ସୂର୍ଯ୍ୟ, ବୁଧ ଏବଂ ଶୁକ୍ରଙ୍କ ସମାଗମ ଯୋଗୁଁ କେତେକ ଦୁର୍ଲଭ ରାଜଯୋଗ ସୃଷ୍ଟି ହେଉଛି, ଯାହା କିଛି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିଙ୍କ ପାଇଁ ଭାଗ୍ୟ ବଦଳାଇ ଦେଇପାରେ । 

ଦୁଇଟି ଶୁଭ ରାଜଯୋଗ: 

ଜ୍ୟୋତିଷ ଗଣନା ଅନୁଯାୟୀ, କୁମ୍ଭ ରାଶିରେ ସୂର୍ଯ୍ୟ ଓ ବୁଧଙ୍କ ମିଳନରୁ ‘ବୁଧାଦିତ୍ୟ ରାଜଯୋଗ’ ଏବଂ ସୂର୍ଯ୍ୟ ଓ ଶୁକ୍ରଙ୍କ ଯୁତିରୁ ‘ଶୁକ୍ରାଦିତ୍ୟ ରାଜଯୋଗ’ ସୃଷ୍ଟି ହେଉଛି । ଏହି ଯୋଗ ପ୍ରଗତି, ପ୍ରତିଷ୍ଠା ଏବଂ ପ୍ରଚୁର ଧନଲାଭର ସଙ୍କେତ ଦେଇଥାଏ । ଫଳରେ ଏହି ହୋଲି ନିମ୍ନଲିଖିତ ୩ଟି ରାଶି ପାଇଁ ଖୁସିର ଖବର ନେଇ ଆସିବ:

୧. ମେଷ ରାଶି:

ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ରାଜଯୋଗ ଆୟ ଏବଂ ଲାଭ ରହିଛି ।

ବ୍ୟବସାୟରେ ବଡ଼ ଧରଣର ଲାଭ ମିଳିବାର ସମ୍ଭାବନା ରହିଛି ।

ଚାକିରି କ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ । ଅଟକି ରହିଥିବା ସରକାରୀ କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହେବ ।

ବିଦେଶ ସହ ଜଡ଼ିତ ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷ ଭାବେ ଉପକୃତ ହେବେ ।

୨. ତୁଳା ରାଶି:

ତୁଳା ରାଶି ପାଇଁ ଏହି ଶୁଭ ଯୋଗ ପଞ୍ଚମ ଭାବରେ ସୃଷ୍ଟି ହେଉଛି, ଯାହା ପ୍ରେମ, ସନ୍ତାନ ଏବଂ ଶିକ୍ଷା ସହ ଜଡ଼ିତ ।

ସନ୍ତାନଙ୍କ ପକ୍ଷରୁ କୌଣସି ବଡ଼ ସଫଳତା ମିଳିପାରେ ।

ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ଏବଂ ପ୍ରେମ ଜୀବନରେ ଚାଲିଥିବା ବିବାଦ ଦୂର ହେବ ।

ପାର୍ଟନରସିପ୍‌ରେ କରୁଥିବା ବ୍ୟବସାୟରୁ ଭଲ ମୁନାଫା ମିଳିବ ।

୩. ମକର ରାଶି:  

ମକର ରାଶିର ବ୍ୟକ୍ତିଙ୍କ ପାଇଁ ଏହି ହୋଲି ଭାଗ୍ୟଶାଳୀ ସାବ୍ୟସ୍ତ ହେବ । ଏହି ଯୋଗ ଆପଣଙ୍କ ଧନ ଓ ବାଣୀ ସ୍ଥାନରେ ରହିଛି ।

ଚାକିରିରେ ପଦୋନ୍ନତି କିମ୍ବା ଦରମା ବୃଦ୍ଧିର ଯୋଗ ରହିଛି ।

ବ୍ୟବସାୟରେ ନୂଆ ଚୁକ୍ତି ମିଳିପାରେ ।

ପରିବାରରେ ହସଖୁସିର ମାହୋଲ ରହିବ ଏବଂ ସମାଜରେ ସମ୍ମାନ ବୃଦ୍ଧି ପାଇବ ।

ବୁଧାଦିତ୍ୟ ଓ ଶୁକ୍ରାଦିତ୍ୟ ଯୋଗ କ’ଣ ? 

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ସୂର୍ଯ୍ୟଙ୍କ ସହ ବୁଧ ବସନ୍ତି, ସେତେବେଳେ ବ୍ୟକ୍ତିର ବୁଦ୍ଧି ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି ପାଏ । ସେହିପରି ସୂର୍ଯ୍ୟ ଓ ଶୁକ୍ରଙ୍କ ଯୁତି ବ୍ୟକ୍ତିକୁ ବିଳାସପୂର୍ଣ୍ଣ ଜୀବନ, ସୁଖ-ସୁବିଧା ଏବଂ ଆକର୍ଷଣୀୟ ବ୍ୟକ୍ତିତ୍ୱ ପ୍ରଦାନ କରିଥାଏ ।