ହୋଲି ହେଲା କାଳ, ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ନିଶ୍ଚିନ୍ତକୋଇଲି ୮/୩: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଜିଗ୍ନିପୁର ଗ୍ରାମ ପଞ୍ଚାୟତ ମହାଜନପୁର ଗ୍ରାମର ରାମ ଚନ୍ଦ୍ର ସେନାପତିଙ୍କ ପୁତ୍ର √ ରାଜକିଶୋର ସେନାପତି (ରାଜା) ହୋଲି ଖେଳ ସାରି ସାଙ୍ଗ ମାନଙ୍କ ସହିତ ଗାଧୋଇବା ଯାଇଥିଲେ ବରପଡ଼ା ନିକଟସ୍ତ ନଗାମଠ ଲୁଣାନଦୀକୁ ଠିକ୍ ଗାଧଉଥିବା ସମୟରେ ଆକସ୍ମିକ ଭାବେ ପାଣି ରେ ଭାସି ଯାଇଥିଲେ ରାଜକିଶୋର (ରାଜା) । ସାଙ୍ଗରେ ଥିବା ସାଙ୍ଗ ମାନଙ୍କ କହିବା ଅନୁଯାୟୀ ସାଙ୍ଗହୋଇ ଗାଧୋଉ ଥିବା ସମୟରେ କେହି କିଛି ବୁଝିବା ପୂର୍ବରୁ ନଦି ଗର୍ଭକୁ ପଶି ଯାଇଥିଲେ ରାଜା। ଘଟଣା ପ୍ରଚାର ହେଲା ପରେ ଖବର ପାଇ ସ୍ଥାନୀୟ ଅଗ୍ନୀସମ ବାହିନୀ ବହୁ ଖୋଯାଖୋଜି କଲା ପରେ ରାଜାଙ୍କୁ ପାଇଥିଲା। ତେବେ ରାଜା ମୃତୁବରଣ କରିଥିବା ଜଣା ଯାଇଛି।