ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଶୀତ ଦିନରେ ଡ୍ରାଏ ସ୍କିନକୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ଉପାୟ..

Published By : Anindita Ratha | November 13, 2024 2:28 PM

ଶୀତ ଦିନେ ଅଧିକାଂଶ ଲୋକଙ୍କ ମୁହଁ, ଓଠ ଫାଟିବା, ତ୍ବଚା ରୁକ୍ଷ ହେବା ଭଳି ସମସ୍ୟା ଦେଖାଯାଏ । ବିଶେଷକରି ଯେଉଁମାନଙ୍କ ତ୍ବଚା ରୁକ୍ଷ ବା ଡ୍ରାଏ ସ୍କିନ ସେମାନଙ୍କୁ ଅଧିକ ସମସ୍ୟା ହୁଏ । ତେବେ ଆସନ୍ତୁ ଜାଣିବା ଏପରି କିଛି ଘରୋଇ ଉପାୟ ବିଷୟରେ ଯାହାକୁ ଆପଣାଇବା ଦ୍ବାରା ନିଜର ଶୁଷ୍କ ରୁକ୍ଷ ତ୍ବଚାକୁ ନରମ ମୁଲାୟମ କରିପାରିବେ ।

ଆଲୋଭେରା: ରୁକ୍ଷ ତ୍ବଚା ପାଇଁ ମହିଳାମାନେ ଆଲୋଭେରା ବ୍ୟବହାର କରିପାରିବେ। ଡ୍ରାଏ ସ୍କିନରୁ ମୁକ୍ତି ଦେବାରେ ଏହା ଉପଯୋଗୀ । ସାଧାରଣତଃ ଶୀତ ଦିନେ ମୁହଁ ସହ ହାତଗୋଡ ମଧ୍ୟ ଶୁଷ୍କ ଲାଗିଥାଏ । ଆଲୋଭେରା ଜେଲକୁ ନିଜର ହାତଗୋଡରେ ଲଗାଇ ମୋଜା ଓ ଗ୍ଲୋଭରେ ଘୋଡାଇ ରଖିଲେ ଫାଇଦା ମିଳେ । ବିଶେଷକରି ଲୋକମାନେ ରାତିରେ ଶୋଇବା ପୂର୍ବରୁ ଏପରି କରିବାକୁ ପସନ୍ଦ କରନ୍ତି ।

ନଡିଆ ତେଲ:ଶୀତ ଦିନେ ଶୁଷ୍କ ତ୍ବଚାକୁ ନରମ ତଥା କୋମଳ କରିବା ପାଇଁ ନଡିଆ ତେଲ ବେଶ୍ ଉପଯୋଗୀ । 2014ରେ ଏକ ଅଧ୍ୟୟନରୁ ଜଣାପଡିଥିଲା ଯେ, ଶୁଷ୍କ ତ୍ବଚାର ଚିକିତ୍ସା ପାଇଁ ନଡିଆ ତେଲ ସୁରକ୍ଷିତ ଓ ପ୍ରଭାବଶାଳୀ । ଏହା ତ୍ବଚାକୁ ହାଇଡ୍ରେଟ ରଖେ । ଏଥିରେ ଥିବା ସାଚୁରେଟେଡ ଫ୍ୟାଟି ଏସିଡ ପ୍ରାକୃତିକ ମଇଶ୍ଚରାଇଜର ଭଳି କାମ କରେ । ଶୁଷ୍କ ତ୍ବଚାରେ ଥିବା ଖାଲି ଜାଗାକୁ ଭରିବା ସହ ତ୍ବଚା ନରମ କରେ ।

ପ୍ରଚୁର ପାଣି ପିଅନ୍ତୁ: ସାଧାରଣତଃ ଶୀତ ଦିନେ ଲୋକମାନେ କମ୍ ପାଣି ପିଇଥାନ୍ତି । ଶରୀରରେ ଜଳ ଅଭାବରୁ ସ୍କିନ ରୁକ୍ଷ ହୋଇଯାଏ । ତେଣୁ ଶୀତ ଦିନରେ ଅଧିକରୁ ଅଧିକ ପାଣି ପଇବା ଜରୁରୀ । ଶରୀର ହାଇଡ୍ରେଟ ରହିଲେ ତ୍ବଚା ରୁକ୍ଷ ଦେଖାଯିବ ନାହିଁ ।

ଉଷୁମ ପାଣିରେ ଗାଧାନ୍ତୁ ନାହିଁ: ସାଧାରଣତଃ ଶୀତ ଦିନେ ଲୋକମାନେ ସବୁଦିନ ଉଷୁମ ପାଣିରେ ଗାଧୋଇବା ପସନ୍ଦ କରନ୍ତି । ଏହାଦ୍ବାରା ତ୍ବଚା ଆହୁରି ଶୁଷ୍କ ହୋଇଯାଏ । ତେଣୁ ରୁକ୍ଷ ତ୍ବଚା ଥିବା ଲୋକମାନେ ଅଧିକ ଉଷୁମ ପାଣିରେ ନ ଗାଧୋଇବାକୁ ପରାମର୍ଶ ଦିଆଯାଏ ।

ମହୁ: ମହୁରେ ଔଷଧୀୟ ଗୁଣ ରହିଛି । ଏହା ବିଭିନ୍ନ ପ୍ରକାରର ଚର୍ମ/ତ୍ବଚା ସମସ୍ୟା ଦୂର କରିବାରେ ସହାୟକ ବୋଲି ରିସର୍ଚ୍ଚରୁ ଜଣାପଡେ । ତେଣୁକରି ଶୀତ ଦିନେ ଶୁଷ୍କ ତ୍ବଚାକୁ ମୁଲାୟମ ତଥା କୋମଳ କରିବାକୁ ଚାହୁଁଥିଲେ ମହୁ ଏକ ଉତ୍ତମ ଘରୋଇ ଉପଚାର । ଆପଣ ମହୁକୁ ସିଧାସଳଖ ମୁହଁରେ ଲଗାଇପାରିବେ । ଏହା ପ୍ରାକୃତିକ ହୋଇଥିବାରୁ ତ୍ବଚା ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.