ଭୁବନେଶ୍ୱର,୦୩/୧୨: ହୋଣ୍ଡା ମୋଟର୍‌ସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ  ପ୍ରାଇଭେଟ ଲିମିଟେଡ (ଏଚ୍‌ଏମ୍‌ଏସ୍‌ଆଇ)  ପକ୍ଷରୁ ଇ-ଯାନ କ୍ଷେତ୍ରରେ ପ୍ରବେଶ  ସମ୍ପର୍କରେ ଘୋଷଣା କରାଯାଇଛି । କମ୍ପାନି  ଆକ୍ଟିଭା ଇ ଏବଂ କ୍ୟୁସି୧ ଉନ୍ମୋଚନ କରିଛି ।  

ଏବେ ଇଲେକ୍ଟ୍ରିକ ଅବତାରରେ  ଆସିଛି ଆଇକନିକ ଆକ୍ଟିଭା । ସେହିଭଳି  ଇ-ଯାନ କ୍ଷେତ୍ରରେ ପ୍ରତିବଦ୍ଧତାକୁ କ୍ୟୁସି୧  ଦୋହରାଇଛି । ବେଙ୍ଗାଲୁରୁରେ କମ୍ପାନି ଏହି  ମଡେଲଗୁଡିକୁ ଉନ୍ମୋଚନ କରିଛି । ଜାନୁଆରୀ  ପହିଲାରେ ଏହାର ବୁକିଂ ଆରମ୍ଭ ହେବ ।  ୨୦୨୫ ଫେବ୍ରୁଆରୀ ପରଠୁ ଗ୍ରାହକ ଏହି  ଯାନଗୁଡିକର ଡେଲିଭରି ପାଇବେ । 

ଏ ଅବସରରେ କମ୍ପାନିର ସିଇଓ ସୁତସୁମୁ  ଓଟାନି କହିଛନ୍ତି, ଇଲେକ୍ଟ୍ରିକ ମୋବିଲିଟି  କ୍ଷେତ୍ରରେ କମ୍ପାନି ପାଇଁ ଆଜି ଏକ ସ୍ମରଣୀୟ  ଦିନ । ପରିବେଶ ଉପଯୋଗୀ ଯାନ ଗ୍ରହଣୀୟତା  କ୍ଷେତ୍ରରେ ଏହା ଆମର ପ୍ରତିବଦ୍ଧତାକୁ  ଦୋହରାଉଛି । ୨୦୫୦ ସୁଦ୍ଧା କାର୍ବନ ନ୍ୟୁଟ୍ରାଲିଟି  ଉପରେ ଏବେ ଫୋକସ କରାଯାଇଛି । ଆମେ  ଦେଶର ସର୍ବୋତ୍ତମ ଇଭି ଇକୋସିଷ୍ଟମ ଗଠନ  ଦିଗରେ ଉଦ୍ୟମ ଜାରି ରଖିଛୁ । 

କମ୍ପାନିର  ସେଲ୍‌ସ ଆଣ୍ଡ୍‌ ମାର୍କେଟିଂ ନିର୍ଦ୍ଦେଶକ ଯୋଗେଶ ମାଥୁର କହିଛନ୍ତି, ଆକ୍ଟିଭା-ଇରେ ଗ୍ରାହକ ସ୍ୱାପ  ହୋଇ ପାରୁଥିବା ବ୍ୟାଟେରୀ ଟେକ୍ନୋଲୋଜି  ପାଇବେ । କ୍ୟୁସି ୧ ଫିକ୍ସ ବ୍ୟାଟେରି ସହ  ଆସୁଛି । ଏହି ଇ-ସ୍କୁଟର ଗୁଡିକରେ ଗ୍ରାହକ  ଅତୁଳନୀୟ ମାଲିକାନା ଅଭିଜ୍ଞତା ଲାଭ  କରିପାରିବେ ।ଗ୍ରାହକଙ୍କ ବହୁବିଧ ଆବଶ୍ୟକତା  ପୂରଣ ଦିଗରେ ଉଦ୍ୟମ ଜାରି ରହିଛି ।