PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ଆଜିର ରାଶିଫଳ (୦୫/୦୭,ମଙ୍ଗଳବାର)

ମେଷ: ପଞ୍ଚମ ଓ ଷଷ୍ଠ ଚନ୍ଦ୍ର ଏବଂ ଘାତତିଥି ହେତୁ ଘାତତିଥିର ପ୍ରଭାବ ରହିବ ନାହିଁ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ । ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଏବଂ ଜନ ସମ୍ପର୍କ ବୃଦ୍ଧି ପାଇବ । ପିତାମାତାଙ୍କ କୃପାଲାଭ କରିବେ ଏବଂ ସନ୍ତାନମାନେ ଆଜ୍ଞାଧୀନ ହେବେ । ଯେଉଁମାନଙ୍କର ଦ୍ୱିଜା ମେଷ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ-ହଳଦିଆ, ସଂଖ୍ୟା: ୧୧, ଆରାଧନା: ପ୍ରଭୁ ହନୁମାନ ।

ବୃଷ: ଅପରାହ୍ନ ୪ଟା ୫୨ ମିନିଟ୍‌ ପର୍ଯ୍ୟନ୍ତ ଚତୁର୍ଥ ଚନ୍ଦ୍ର ଓ ପରେ ଘାତଚନ୍ଦ୍ର ହେତୁ ଆର୍ଥିକ କାରବାର, ବାଦବିବାଦ, ସ୍ୱାସ୍ଥ୍ୟ ଓ ସାଙ୍ଗସାଥୀ ଓ ସ୍ୱଜନମାନଙ୍କ ସହ କଥାବାର୍ତ୍ତା ବେଳେ ସତର୍କ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଅଧିକ ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ, ଆର୍ଥିକ ଠକାମି, ସ୍ୱଜନରେ ବିବାଦ, ପରିବାରରେ ମତାନ୍ତର, ମନସ୍ତାପ ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି । କର୍ମରେ ବାଧାବିଘ୍ନ ଓ ସମସ୍ତ କର୍ମ କଣ୍ଟକସଦୃଶ ମନେ ହେବ । ଯେଉଁମାନଙ୍କର କୃତ୍ତିକା ବୃଷ ସେମାନେ ସତର୍କ ହେବେ । ଶୁଭରଙ୍ଗ : ମେରୁନ୍‌, ସଂଖ୍ୟା: ୧୨, ଆରାଧନା: ମା’ କମଳା ।

ମିଥୁନ: ଅପରାହ୍ନ ୪ଟା ୫୨ ମିନିଟ୍‌ ପର୍ଯ୍ୟନ୍ତ ତୃତୀୟ ଚନ୍ଦ୍ର ହେତୁ ସେ ସମୟ ପର୍ଯ୍ୟନ୍ତ ସମସ୍ତ କର୍ମରେ ଶୁଭଫଳ ମିଳିବ । ଏହା ପରେ ସମସ୍ତ କର୍ମରେ ଅଶୁଭଫଳ ପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ଆଂଶିକ ଶୁଭଫଳ ମିଳିବ । ଅପରାହ୍ନ ୪ଟା ୫୨ ମିନିଟ୍‌ ପରେ ମନରେ ଅସ୍ଥିରତା, ବ୍ୟବସାୟରେ କ୍ଷତି ଓ କର୍ମରେ ବହୁବିଧ ସମସ୍ୟାର ସମ୍ମୁଖୀନ ହେବେ । ଯେଉଁମାନଙ୍କର ପୁନର୍ବସୁ ମିଥୁନ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ସବୁଜ, ସଂଖ୍ୟା: ୮, ଆରାଧନା : ମା’ ଭୈରବୀ ।

କର୍କଟ: ଘାତତିଥି ଓ ଅପରାହ୍ନ ୪ଟା ୫୨ ମିନିଟ୍‌ ପର୍ଯ୍ୟନ୍ତ ଘାତଚନ୍ଦ୍ର ହେତୁ ଧନକୁ ନେଇ ବିବାଦ ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବଦ୍‌ଖର୍ଚ୍ଚ ଅଧିକ ରହିବ ଏବଂ କର୍ମରେ ବାଧାବିଘ୍ନ ଦେଖାଦେବ । ଅପରାହ୍ନ ୪ଟା ୫୨ ମିନିଟ୍‌ ପରେ ସମସ୍ତ କର୍ମରେ ଆଂଶିକ ଶୁଭଫଳ ମିଳିବ । ଯେଉଁମାନଙ୍କର ପୁଷ୍ୟା କର୍କଟ ସେମାନେ ସତର୍କ ହେବେ । ଶୁଭରଙ୍ଗ: ଲାଲ, ସଂଖ୍ୟା: ୫, ଆରାଧନା: ମା’ ସମଲେଶ୍ୱରୀ ।

ସିଂହ: ଶ୍ରୀଚନ୍ଦ୍ର ଓ ଦ୍ୱିତୀୟ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ । ସ୍ୱଜନ, ପ୍ରିୟଜନ, ବନ୍ଧୁ ଓ ପଡ଼ୋଶୀଙ୍କ ସହ ସୁସମ୍ପର୍କ, ସୁଖାଦ୍ୟ, ସୁବସନ ପ୍ରାପ୍ତି ଏବଂ ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ । କର୍ମରେ ପରିଶ୍ରମ ତୁଳନାରେ ଅଧିକ ସଫଳ ଏବଂ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଯେଉଁମାନଙ୍କର ପୂର୍ବା ଫାଲଗୁନୀ ସିଂହ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୬, ଆରାଧନା: ଭଗବାନ ବିଷ୍ଣୁ ।

କନ୍ୟା: ଅପରାହ୍ନ ୪ଟା ୫୨ ମିନିଟ୍‌ ପର୍ଯ୍ୟନ୍ତ ଦ୍ୱାଦଶ ଚନ୍ଦ୍ର ହେତୁ ଅଯଥା ଖର୍ଚ୍ଚ, ବଦ୍‌ଖର୍ଚ୍ଚ ଓ ପରିବାରର ଖର୍ଚ୍ଚଭାର ବଢ଼ି ଚାଲିବ ଏବଂ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ପ୍ରକାଶ ପାଇବ । ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ ଏବଂ ନିଶ୍ଚିତତାକୁ ତ୍ୟାଗ କରି ଅନିଶ୍ଚିତତା ପଛରେ ପଡ଼ିବେ । କର୍ମରେ ବିଫଳତା ଓ କର୍ମ ପ୍ରତି ଆଳସ୍ୟତା ଭାବ ବୃଦ୍ଧି ପାଇବ । ଏ ସମୟ ଅତିକ୍ରାନ୍ତ ପରେ ସମସ୍ତ କର୍ମରେ କିଛି ଶୁଭଫଳ ମିଳିବ । ଯେଉଁମାନଙ୍କର ଉତ୍ତରା ଫାଲଗୁନୀ କନ୍ୟା ସେମାନେ ସତର୍କ ହେବେ । ଶୁଭରଙ୍ଗ: ନୀଳ, ସଂଖ୍ୟା: ୮, ଆରାଧନା: ମା’ ଛିନ୍ନମସ୍ତା ।

ତୁଳା: ଅପରାହ୍ନ ୪ଟା ୫୨ ମିନିଟ୍‌ ପର୍ଯ୍ୟନ୍ତ ଏକାଦଶ ଚନ୍ଦ୍ର ହେତୁ ସେ ସମୟ ପର୍ଯ୍ୟନ୍ତ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ମନରେ ପ୍ରସନ୍ନତା ଭାବ ପ୍ରକାଶ ପାଇବ । କୌଣସି ମାଙ୍ଗଳିକ କର୍ମରେ ଯୋଗଦାନ କରିବେ କିମ୍ବା ବ୍ୟବସାୟ କର୍ମରେ କୌଣସି ଦୂରସ୍ଥାନକୁ ଯାତ୍ରା କରିବେ । କର୍ମରେ ସଫଳତା ମିଳିବ ଓ ସମ୍ମାନ ପ୍ରାପ୍ତି ହେବ । ଏ ସମୟ ପରେ ବ୍ୟବସାୟରେ ମାନ୍ଦାବସ୍ଥା ଓ କର୍ମରେ ଆଳସ୍ୟତା ଭାବ ଦେଖାଦେବ । ଯେଉଁମାନଙ୍କର ଚିତ୍ରା ଓ ବିଶାଖା ତୁଳା ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୧୨, ଆରାଧନା: ପ୍ରଭୁ ଶ୍ରୀରାମ ।

ବିଛା: ଦଶମ ଓ ଏକାଦଶ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ । ସମସ୍ତ କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ସମସ୍ତ କର୍ମରେ ଆପଣଙ୍କର କାର୍ଯ୍ୟଦକ୍ଷତା ଓ କର୍ମକୁଶଳତା ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଆପଣେଇବେ । ଯେଉଁମାନଙ୍କର ବିଶାଖା ଓ ଜ୍ୟେଷ୍ଠା ବିଛା ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୩, ଆରାଧନା: ପ୍ରଭୁ ସ୍କନ୍ଦ ।

ଧନୁ: ନବମ ଓ ଦଶମ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଓ ପଦସ୍ଥ କର୍ମ•ରୀଙ୍କ କୃପାଲାଭ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ରାଜନୈତିକ ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭ ସାବ୍ୟସ୍ତ ହେବ । କର୍ମରେ ସଫଳତା , ସମ୍ମାନ ଓ ପ୍ରମୋଶନ ମିଳିପାରେ । ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଲାଲ, ସଂଖ୍ୟା: ୧, ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ମକର: ଘାତବାର ଓ ଅପରାହ୍ନ ୪ଟା ୫୨ ମିନିଟ୍‌ ପର୍ଯ୍ୟନ୍ତ ଘାତଚନ୍ଦ୍ର ହେତୁ ସେ ସମୟ ପର୍ଯ୍ୟନ୍ତ ବିଶେଷ ସତର୍କତା ଜରୁରୀ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ବିଫଳତା, ବାଧାବିଘ୍ନ ଏବଂ କର୍ମ ପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଇବ । ମନରେ ଅସ୍ଥିରତା, ବୃଥା ଭ୍ରମଣ, ଅଯଥା ଖର୍ଚ୍ଚ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ । ଅପରାହ୍ନ ୪ଟା ୫୨ ମିନିଟ୍‌ ପରେ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିବ ଏବଂ ସମସ୍ତ କର୍ମରେ କିଛି ଶୁଭଫଳ ମିଳିବ । ଯେଉଁମାନଙ୍କର ଉତ୍ତରାଷାଢ଼ା ମକର ସେମାନେ ସତର୍କ ହେବେ । ଶୁଭରଙ୍ଗ: ଇନ୍ଦ୍ରନୀଳ, ସଂଖ୍ୟା : ୧୧, ଆରାଧନା : ମା’ କାଳୀ ।

କୁମ୍ଭ: ମାନସିକ, ପାରିବାରିକ ଶାନ୍ତି, ଅପରିଚିତ ମହିଳାଙ୍କଠାରୁ ସାହାଯ୍ୟ, ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ଏବଂ କୌଣସି ମାଙ୍ଗଳିକ କର୍ମରେ ଯୋଗଦେବେ । ପୁତ୍ରକନ୍ୟାଙ୍କର ମାଙ୍ଗଳିକ କର୍ମର ଆୟୋଜନ କରିବେ ଏବଂ ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ସଫଳତା ମିଳିଲେ ମଧ୍ୟ କିଛି ସମସ୍ୟା ଦେଖାଦେବ । ଅପରାହ୍ନ ୪ଟା ୫୨ ମିନିଟ୍‌ ପରେ ଅଷ୍ଟମ ଚନ୍ଦ୍ର ହେତୁ ମନରେ ବିରକ୍ତିଭାବ ପ୍ରକାଶ ପାଇବ । ଯେଉଁମାନଙ୍କର ଧନିଷ୍ଠା ଓ ପୂର୍ବଭାଦ୍ର କୁମ୍ଭ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: କଳା, ସଂଖ୍ୟା : ୩, ଆରାଧନା : ମା’ ଦୁର୍ଗା ।

ମୀନ: ଷଷ୍ଠ ଓ ସପ୍ତମ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା, ମାନସିକ, ପାରିବାରିକ ଶାନ୍ତି ଓ ସ୍ୱାସ୍ଥ୍ୟ ଉତ୍ତମ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ । କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂରହେବ । ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୭, ଆରାଧନା: ମା’ ଧୂମାବତୀ ।