ମେଷ:ଶ୍ରୀଚନ୍ଦ୍ର ଯୋଗୁ ଚାକିରୀ କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ, ନୂତନ ଦାୟିତ୍ୱ ମିଳିପାରେ, କର୍ମକ୍ଷେତ୍ରରେ ସମ୍ମାନ ପ୍ରାପ୍ତି, ବ୍ୟବସାୟରେ ଉନ୍ନତି, ସୁସ୍ୱାଦ ଭୋଜନପ୍ରାପ୍ତି, ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି, ମନରେ ସାମାନ୍ୟ ଚିନ୍ତା ଲାଗି ରହିବ, କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମ କରିବେ, ଯାନବାହନ ପ୍ରତି ସତର୍କତା, ଶରୀର ପ୍ରତି ସାବଧାନ ରହିବେ ।
ଶୁଭରଙ୍ଗ : ରୂପେଲି ଓ ଧଳା
ବୃଷ:ଦ୍ୱାଦଶଚନ୍ଦ୍ର ଯୋଗୁ ଚାକିରୀ କ୍ଷେତ୍ରରେ ପରିଶ୍ରମ କରନ୍ତୁ, ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖିବେ, ନୂତନ ବିନିଯୋଗ କରନ୍ତୁ ନାହିଁ, ଅନାବଶ୍ୟକ ଖର୍ଚ୍ଚଯୋଗ, ଶରୀରରେ କ୍ଳାନ୍ତି ଦେଖାଦେବ, ଖାଦ୍ୟ ପ୍ରତି ସତର୍କ ରହିବେ, ଯାତ୍ରା କରିପାରନ୍ତି, କାର୍ଯ୍ୟକ୍ଷେତ୍ରରେ ଶତ୍ରୁବୃଦ୍ଧି ହୋଇପାରନ୍ତି, ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ ।
ଶୁଭରଙ୍ଗ : ଧଳା ଓ ଗୋଲାପି
ମିଥୁନ:ଏକାଦଶଚନ୍ଦ୍ର ଯୋଗୁ ସମାଜରେ ମାନ, ସମ୍ମାନ ବୃଦ୍ଧି, ଅଧିକାରୀଙ୍କଠାରୁ ପ୍ରଶଂସା ମିଳିପାରେ, କର୍ମକ୍ଷେତ୍ରରେ ପ୍ରତିପତ୍ତି ବୃଦ୍ଧି, ଧନ ପ୍ରାପ୍ତିଯୋଗ, ରୋଗମୁକ୍ତ ହୋଇପାରିବେ, ଅଟକି ରହିଥିବା କାର୍ଯ୍ୟ ପୂରଣହେବ, ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସାହାଯ୍ୟପ୍ରାପ୍ତି, ରାଜନୀତି କ୍ଷେତ୍ରରେ ଉନ୍ନତି, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ ।
ଶୁଭରଙ୍ଗ : ସବୁଜ, ହଳଦିଆ ଓ ଧଳା
କର୍କଟ:ଦଶମଚନ୍ଦ୍ର ଯୋଗୁ ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ, ଅର୍ଥ ବୃଦ୍ଧି, ହଠାତ୍ ଖର୍ଚ୍ଚଯୋଗ, ପରିବାରରେ ସାମାନ୍ୟ ମନୋମାଳିନ୍ୟ ହୋଇପାରେ, ମାନସିକଚାପ ଲାଗି ରହିବ, ଆତ୍ମବିଶ୍ୱାସ ବୃଦ୍ଧିହେବ, କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ କରନ୍ତୁ, କର୍ମକ୍ଷେତ୍ରରେ ଉନ୍ନତି, ଯାନବାହନ କ୍ରୟ କରିପାରନ୍ତି ।
ଶୁଭରଙ୍ଗ : ନୀଳ ଓ ଧଳା
ସିଂହ:ନବମଚନ୍ଦ୍ର ଯୋଗୁ ନୂତନ ଯୋଜନା ଆରମ୍ଭ କରିପାରନ୍ତି, ସୁସମ୍ବାଦ ମିଳିପାରେ, ଗୃହେ ଆନନ୍ଦ, ଶରୀର ସାଧାରଣତଃ ଭଲ ରହିବ, କର୍ମକ୍ଷେତ୍ରରେ ଚାପ ବଢ଼ିପାରେ, ଖର୍ଚ୍ଚରୁ ସାବଧାନ ରୁହନ୍ତୁ, କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିପାରେ, ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ । ଧର୍ଯ୍ୟ ରଖନ୍ତୁ ।
ଶୁଭରଙ୍ଗ : ସୁନେଲି ଓ କେଶରୀ
କନ୍ୟା:ଅଷ୍ଟମଚନ୍ଦ୍ର ଯୋଗୁ ଅନାବଶ୍ୟକ ଖର୍ଚ୍ଚଯୋଗ, ପରିବାରରେ ସାମାନ୍ୟ ମନୋମାଳିନ୍ୟ ହୋଇପାରେ, ମାନସିକଚାପ ବଢ଼ିପାରେ, ଖାଦ୍ୟ ପ୍ରତି ସତର୍କ ରହିବେ, ଆୟଠାରୁ ବ୍ୟୟ ଅଧିକ ହୋଇପାରେ, ଶରୀରରେ କ୍ଲାନ୍ତି ଦେଖାଦେଇପାରେ, ବିଦ୍ୟାର୍ଥୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ, ଧର୍ଯ୍ୟ ରଖିବେ ଓ ଆତ୍ମବିଶ୍ୱାସ ବୃଦ୍ଧିପାଇବ ।\
ଶୁଭରଙ୍ଗ : ସବୁଜ ଓ ଧଳା
ତୁଳା:ସପ୍ତମଚନ୍ଦ୍ର ଯୋଗୁ ଗୃହେ ଆନନ୍ଦ, ମାନସିକଚାପ ଲାଗି ରହିବ, ଖାଦ୍ୟ ପ୍ରତି ସତର୍କ ରହିବେ, କାର୍ଯ୍ୟକ୍ଷେତ୍ରରେ ସଫଳତା, ଆର୍ଥିକ ଦିଗରେ ସାଧାରଣସ୍ଥିତି ରହିବ, ଉଚ୍ଚପଦସ୍ଥ ଅଧିକାରୀଙ୍କ ସାହାଯ୍ୟପ୍ରାପ୍ତି, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସାମାନ୍ୟ ସଫଳ ହେବେ, ଯାନବାହନ କ୍ରୟ କରିପାରନ୍ତି ।
ଶୁଭରଙ୍ଗ : ଗୋଲାପି ଓ ଆକାଶୀ
ବିଛା:ଷଷ୍ଠଚନ୍ଦ୍ର, ଘାତବାର ଯୋଗୁ ମାନସିକଚାପ ଲାଗି ରହିବ, କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ, କାର୍ଯ୍ୟକ୍ଷେତ୍ରରେ ବାଧାବିଘ୍ନ ଘଟିପାରେ, ଅନାବଶ୍ୟକ ଖର୍ଚ୍ଚଯୋଗ, ବାଦବିବାଦ ହୋଇପାରେ, ନିଜ କଥାବାର୍ତ୍ତା ପ୍ରତି ସତର୍କ ରହିବେ, ଶରୀରରେ ଆଘାତ ହେବାର ସମ୍ଭାବନା ରହିଛି, ଧର୍ଯ୍ୟର ସହକାର୍ଯ୍ୟ କରିବେ ।
ଶୁଭରଙ୍ଗ : ଲାଲ ଓ ମେରୁନ୍
ଧନୁ:ପଞ୍ଚମ ଚନ୍ଦ୍ର, ଘାତବାର ଯୋଗୁ ମନରେ ଅଶାନ୍ତି, ଅଯଥା ଖର୍ଚ୍ଚଯୋଗ, ଅଧିକ ଆତ୍ମବିଶ୍ୱାସ ଯୋଗୁ ଭୁଲ୍ ହୋଇପାରେ, କାର୍ଯ୍ୟକ୍ଷେତ୍ରରେ ବାଧାବିଘ୍ନ ଘଟିପାରେ, ବାଦବିବାଦ ହେବାର ସମ୍ଭାବନା ରହିଛି, ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ, ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ, ନୂତନ ଶତ୍ରୁବୃଦ୍ଧି ହୋଇପାରନ୍ତି, ଶରୀରରେ କଷ୍ଟ ଦେଖାଦେଇପାରେ, ସତର୍କ ରହିବେ ।
ଶୁଭରଙ୍ଗ : ହଳଦିଆ ଓ କେସରିଆ
ମକର:ଚତୁର୍ଥଚନ୍ଦ୍ର ଯୋଗୁ ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ, ଗୃହେ ଆନନ୍ଦ, ସମାଜରେ ସମ୍ମାନ ବୃଦ୍ଧି, ପରିବାର ପାଇଁ ଖର୍ଚ୍ଚ ବଢ଼ିପାରେ, ଆର୍ଥିକସ୍ଥିତି ସାଧାରଣ ରହିବ, ଆତ୍ମବିଶ୍ୱାସ ବୃଦ୍ଧିହେବ, ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ, ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ, ବାଦବିବାଦରୁ ଦୂରେଇ ରୁହନ୍ତୁ ।
ଶୁଭରଙ୍ଗ : ନୀଳ, କଳା ଓ ଧୂସର
କୁମ୍ଭ:ତୃତୀୟଚନ୍ଦ୍ର ଯୋଗ କାର୍ଯ୍ୟରେ ସଫଳତା, ଆତ୍ମବିଶ୍ୱାସ ବୃଦ୍ଧିପାଇବ, ନୂତନ ଖବର ମିଳିପାରେ, ବାଦବିବାଦରୁ ଦୂରେଇ ରୁହନ୍ତୁ, ପରିବାରର ସାହାଯ୍ୟପ୍ରାପ୍ତି, ଶରୀରରେ ସାମାନ୍ୟକ୍ଳାନ୍ତ ଦେଖାଦେଇପାରେ, ଅଧିକ ଚିନ୍ତାରୁ ମୁଣ୍ଡବିନ୍ଧା ହୋଇପାରେ, ନିଜ କଥାବାର୍ତ୍ତା ପ୍ରତି ସତର୍କ ରହିବେ, ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ, ସମ୍ମାନ ବୃଦ୍ଧିହେବ ।
ଶୁଭରଙ୍ଗ : ରୂପେଲି ଓ ଆକାଶୀ ନୀଳ
ମୀନ:ଦ୍ୱିତୀୟଚନ୍ଦ୍ର, ଘାତବାର ଯୋଗୁ ଦୂର ଯାତ୍ରା ନିଷେଧ, ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ, ପରିବାରରେ ମତଭେଦ ହୋଇପାରେ, ଶରୀର ପ୍ରତି ସତର୍କ ରହିବେ, ପେଟଜନିତ ସମସ୍ୟା କିମ୍ବା ଅଙ୍ଗେ ଆଘାତ ହୋଇପାରେ, ଧନହାନୀ, ଯୁକ୍ତିତର୍କରୁ ଦୂରେଇ ରହିବେ ।
ଶୁଭରଙ୍ଗ : ହଳଦିଆ ଓ ଧଳା