ମେଷ :ଘାତବାର, ଦ୍ୱାଦଶ ଚନ୍ଦ୍ର ଯୋଗୁଁ ଆୟ ୫ଟଙ୍କା ହେଲେ ବ୍ୟୟ ୨୫ଟଙ୍କା ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । ମନରେ ଦୁଶ୍ଚିନ୍ତା, ଦୁର୍ଭାବନା, ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ଚାଲି ଚଳନ, ବ୍ୟବହାର, କଥା ବାର୍ତ୍ତା ବିବାଦୀୟ ହେବ । ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ । ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ ଏବଂ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଦ୍ୱିଗୁଣ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମ କଣ୍ଟକ ସଦୃଶ ମନେ ହେବ । ଯେଉଁମାନଙ୍କର କୃତ୍ତିକା ମେଷ ସେମାନେ ସତର୍କ ହେବେ ।
ଶୁଭରଙ୍ଗ: ସିଲ୍ଭର, ସଂଖ୍ୟା : ୩, ଆରାଧନା : ମା’ ଚଣ୍ଡୀ ।
ବୃଷ :ଏକାଦଶଚନ୍ଦ୍ର, ଶନି ଓ ବୁଧ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ ଏବଂ ଧନ, ସମ୍ପଦ ବୃଦ୍ଧି ପାଇବ । ନୂତନ କର୍ମାରମ୍ଭ, ବ୍ୟବସାୟ ଆରମ୍ଭ ଓ ବିଦେଶ ଯାତ୍ରାର ସୁଯୋଗ ଜୁଟିବ ଏବଂ ମନରେ ଉଚ୍ଚା ଭିଳାଷ ପ୍ରକାଶ ପାଇବ । ଆୟର ମାର୍ଗ ଅତି ଉତ୍ତମ ହେବ ଏବଂ ବିଭିନ୍ନ ଉତ୍ସରୁ ଧନ ପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କ ଶୁଭ ଦୃଷ୍ଟିରେ ରହିବେ । ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ସୁଫଳ ପାଇବେ ।
ଶୁଭରଙ୍ଗ : ଧଳା, ସଂଖ୍ୟା : ୧୨, ଆରାଧନା : ପ୍ରଭୁଶ୍ରୀରାମ ।
ମିଥୁନ :ଦଶମ ଚନ୍ଦ୍ର, ରବିବାର ଓ ଶନି, ବୁଧ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ କର୍ମ ପ୍ରତି ଏକାଗ୍ରତା ଓ ଆନ୍ତରିକତା ଅଧିକ ରହିବ ଏବଂ ସମସ୍ତ କର୍ମରେ ଆପଣଙ୍କ କର୍ମ କୁଶଳତା ଓ କାର୍ଯ୍ୟ ଦକ୍ଷତା ପ୍ରକାଶ ପାଇବ । ମନରେ ସତ୍ ଚିନ୍ତା, ସତ୍ ଭାବନା ପ୍ରକାଶ ପାଇବ ଏବଂ ସତ୍କର୍ମରେ ଅଧିକ ଆଗ୍ରହ ରହିବ । ଆଜି ଯେ କୌଣସି କର୍ମ କରିବେ, ସେଥିରେ ଶତ ପ୍ରତିଶତ ସଫଳତା ମିଳିବ ଏବଂ ସମସ୍ତ କର୍ମ ଆଜି ଆପଣଙ୍କ ପାଇଁ ସହଜ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମ ତୃପ୍ତି ରହିବ । ଯେଉଁମାନଙ୍କର ଆର୍ଦର୍୍ରାମିଥୁନ, ସେମାନେ ଉପକୃତ ହେବେ ।
ଶୁଭରଙ୍ଗ : ମେରୁନ୍, ସଂଖ୍ୟା : ୮, ଆରାଧନା: ଭଗବାନ ବିଷ୍ଣୁ ।
କର୍କଟ :ଶୁକ୍ଳପକ୍ଷର ନବମ ଚନ୍ଦ୍ର, ରବିବାର ଏବଂ ଅପରାହ୍ନ ୧୨ଟା ୧୦ମିନିଟ୍ ପରେ ନବମୀ ତିଥି ଯୋଗୁ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା, ଜନ ସମ୍ପର୍କ ବୃଦ୍ଧି ପାଇବ ଏବଂ ମହତ୍ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତି ମୂଳକ କର୍ମରେ ଧ୍ୟାନ ଅଧିକ ରହିବ । ମନରେ ପ୍ରସନ୍ନତା, ପରିବାରରେ ସୁଖ ଶାନ୍ତି ଏବଂ ଦେହ, ମନ ସୁସ୍ଥ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ଉଚ୍ଚ ସମ୍ମାନ ପ୍ରାପ୍ତି ହେବ । ଯେଉଁମାନଙ୍କର ପୁଷ୍ୟା କର୍କଟ ସେମାନେ ସୁଫଳପାଇବେ ।
ଶୁଭରଙ୍ଗ : ଲାଲ, ସଂଖ୍ୟା : ୧, ଆରାଧନା : ମା’ ସମଲେଶ୍ୱରୀ ।
ସିଂହ :ଅଷ୍ଟମ ଚନ୍ଦ୍ର, ଅପରାହ୍ନ ୧୨ଟା ୧୦ମିନିଟ୍ ପର୍ଯ୍ୟନ୍ତ ଅଷ୍ଟମୀ ତିଥି ଓ ଶନି, ବୁଧ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ବିରକ୍ତି ଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ ଏବଂ ଶାରୀରିକ ପୀଡ଼ା ଭୋଗିବେ । ଉଚିତ୍ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ୍ କର୍ମରେ ଆଗ୍ରହ ରଖିବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ । ମନ ଅସ୍ଥିର, ବିଷାଦ ଗ୍ରସ୍ତ ରହିବ ଓ ଅଯଥା ଖର୍ଚ୍ଚ, ବୃଥା ଭ୍ରମଣ ଲାଗି ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମ କଣ୍ଟକ ସଦୃଶମନେ ହେବ । ଯେଉଁ ମାନଙ୍କର ଉତ୍ତରା ଫାଲ୍ଗୁନୀ ସିଂହ, ସେମାନେ ସତର୍କ ହେବେ ।
ଶୁଭରଙ୍ଗ : ଗୋଲାପି, ସଂଖ୍ୟା : ୩, ଆରାଧନା : ମା’ ମାତଙ୍ଗୀ ।
କନ୍ୟା :ସପ୍ତମ ଚନ୍ଦ୍ର, ରବିବାର, ଶନି, ବୁଧ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ବିଭିନ୍ନ ଉତ୍ସରୁ ଧନ ପ୍ରାପ୍ତି ହେବ । ମନରେ ପ୍ରସନ୍ନତା, ଚାଲି ଚଳନରେ ସଂଯମତା, ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ଏବଂ ପରିଚିତ ମହିଳାଙ୍କଠାରୁ ଧନ ମିଳିବ । ଆମୋଦପ୍ରମୋଦ, ମଉଜ ମଜଲିସ୍ରେ ଅଧିକ ଆଗ୍ରହ ରହିବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ସହଯୋଗ ମିଳିବ । ଯେଉଁମାନଙ୍କର ହସ୍ତାକନ୍ୟା ସେମାନେ ଉପକୃତ ହେବେ ।
ଶୁଭରଙ୍ଗ :ସବୁଜ, ସଂଖ୍ୟା : ୮, ଆରାଧନା : ମା’ଛିନ୍ନମସ୍ତା ।
ତୁଳା :ଷଷ୍ଠ ଚନ୍ଦ୍ର ଯୋଗୁ ରୋଗ, ଋଣ, ଦୁଃଖ, ଶୋକ, କ୍ଳେଶ, ମାନସିକ ଅବସାଦରୁ ସାମୟିକ ମୁକ୍ତି ମିଳିବ ଏବଂ ଦେହ, ମନ ସୁସ୍ଥ ରହିବ । ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ । କୌଣସି ସଭା କିମ୍ବା ସଙ୍ଗଠନର ନେତୃତ୍ୱ ମିଳିବ ଏବଂ ଚାଲି ଚଳନ, ବ୍ୟବହାର ମାର୍ଜିତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ଯେଉଁ ମାନଙ୍କର ସ୍ୱାତୀ ତୁଳା, ସେମାନେ ଉପକୃତ ହେବେ।
ଶୁଭରଙ୍ଗ : ଧଳା, ସଂଖ୍ୟା : ୪, ଆରାଧନା : ମା’ କମଳା ।
ବିଛା :ଶୁକ୍ଳପକ୍ଷରପଞ୍ଚମ ଚନ୍ଦ୍ର ଓ ସକାଳ ୧ଟା ୪୯ ମିନିଟ୍ ପରେ ଘାତଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନ ଅସ୍ଥିର, ବିଷାଦ ଗ୍ରସ୍ତ ରହିବ । ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା, ଜନ ସମ୍ପର୍କ ବୃଦ୍ଧି ପାଇବ ଏବଂ ମହତ୍ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ନୂତନ ବିଦ୍ୟା ଓ କଳା ପ୍ରତି ମନରେ ଆଗ୍ରହ ପ୍ରକାଶ ପାଇବ ଏବଂ ଗୁରୁଜନଙ୍କ ପ୍ରତି ସମ୍ମାନ, ଲଘୁଜନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ଅଧିକ ରହିବ । ସନ୍ତାନମାନେ ଆଜ୍ଞାଧୀନ ହେବେ ଏବଂ ତାଙ୍କର ଶିକ୍ଷା, ଦୀକ୍ଷା ଓ କର୍ମରେ ଉନ୍ନତି ଆସିବ । ପିତାମାତାଙ୍କ କୃପା ଲାଭ କରିବେ ଏବଂ ପାରିବାରିକ ବିବାଦର ସମାଧାନ ହେବ । ଘାତବର ଯୋଗୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫତଳା ମିଳିଲେ ମଧ୍ୟ କିଛି ସମସ୍ୟା ଦେଖା ଦେବ । ଯେଉଁମାନଙ୍କର ଅନୁରାଧା ବିଛା ସେମାନେ ସୁଫଳ ପାଇବେ ।
ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୧୧, ଆରାଧନା : ପ୍ରଭୁହନୁମାନ ।
ଧନୁ :ଘାତଚନ୍ଦ୍ର ଯୋଗୁ ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ ଏବଂ ଆର୍ଥିକ ଠକାମିରେ ପଡ଼ି ପାରନ୍ତି । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ ଏବଂ ଧନକୁ ନେଇ ବିବାଦ ଓ ମାଲିମକଦ୍ଦମାରେ ପଡ଼ି ପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ । ଯେଉଁମାନଙ୍କର ଉତ୍ତରାଷାଢ଼ା ଧନୁ ସେମାନେ ସତର୍କ ହେବେ ।
ଶୁଭରଙ୍ଗ : ଲାଲ, ସଂଖ୍ୟା : ୭, ଆରାଧନା : ମା’ ତାରା ।
ମକର :ତୃତୀୟ ଚନ୍ଦ୍ର ଓ ଶନି, ବୁଧ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖ ଶାନ୍ତି, ସ୍ୱଜନରେ ସୁ ସମ୍ପର୍କ ଏବଂ ଭାଇ ଭଉଣୀଙ୍କ ସାହାଯ୍ୟ, ସହଯୋଗ ମିଳିବ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସୁଯୋଗ ମିଳିପାରେ ଏବଂ ନୂତନ ବ୍ୟବସାୟ ପାଇଁ ଯୋଜନା କରିପାରନ୍ତି । ଆର୍ଥିକ ସ୍ଥିତିରେ ଉନ୍ନତି, ବ୍ୟବସାୟରେ ପ୍ରଗତି, କର୍ମରେ ଉନ୍ନତି ଆସିବ ଏବଂ ବିଭିନ୍ନ ଉତ୍ସରୁ ଧନ ପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟ ପାଇଁ ଚୁକ୍ତି ବଦ୍ଧ ହେବେ । କର୍ମରେ ସଫଳତା ଓ ସମସ୍ତ କର୍ମରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିବେ । ଯେଉଁ ମାନଙ୍କର ଶ୍ରବଣା ମକର ସେମାନେ ଉପକୃତ ହେବେ ।
ଶୁଭରଙ୍ଗ :ବାଇଗଣୀ, ସଂଖ୍ୟା : ୬, ଆରାଧନା : ମା’ ଦୁର୍ଗା ।
କୁମ୍ଭ :ଦ୍ୱିତୀୟ ଚନ୍ଦ୍ର ଓ ଶନି, ବୁଧ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ଧନ ଓ ଆୟ ଅଧିକ କରିବା ପାଇଁ ନୂତନ କଳା କୌଶଳ ଆପଣାଇବେ । ଆକସ୍ମିକ ଧନ ଲାଭ, କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଏବଂ ଅନ୍ୟକୁ ଦେଇଥିବା ଧନ ଓ ହୃତଧନ ଫେରିପାଇବେ । ଧନର ସତ୍ ବିନିଯୋଗ କରିବେ ଏବଂ ଉନ୍ନତିମୂଳକକର୍ମରେ ଧନର ବିନିଯୋଗ କରିବେ । ଖର୍ଚ୍ଚ ପ୍ରତି ଅନାଗ୍ରହ ଓ ସଂଚୟ ପ୍ରତି ମନରେ ଆଗ୍ରହ ପ୍ରକାଶ ପାଇବ ଏବଂ ଆୟର କିଛି ଅଂଶ ସଂଚୟରେ ବିନିଯୋଗ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ନୂତନ କର୍ମାରମ୍ଭର ସୁଯୋଗ ଜୁଟିବ । ଯେଉଁମାନଙ୍କର ଶତ ଭିଷାକୁମ୍ଭ ସେମାନେ ଉପକୃତ ହେବେ ।
ଶୁଭରଙ୍ଗ :କଳା, ସଂଖ୍ୟା : ୬, ଆରାଧନା: ମା’ କାଳୀ ।
ମୀନ :ଶ୍ରୀଚନ୍ଦ୍ର, ରବିବାର ଯୋଗୁ ଧନ, ମାନ, ସମ୍ମାନ, ସ୍ୱଜନରେ ସୁ ସମ୍ପର୍କ, ପରିବାରରେ ସୁଖ ଶାନ୍ତି, ଲକ୍ଷ୍ମୀଙ୍କର କୃପା ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ଚାଲିଚଳନ, ବ୍ୟବହାର, କଥାବାର୍ତ୍ତାମାର୍ଜିତ ଓ ସର୍ବଜନ ଆଦୃତ ହେବ ଏବଂ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା, ସମ୍ମାନ, ସହକର୍ମୀଙ୍କ ସହଯୋଗ ଓ ପଦସ୍ଥ ଅଧିକାରୀଙ୍କ ଶୁଭ ଦୃଷ୍ଟିରେ ରହିବେ । ଯେଉଁମାନଙ୍କର ଉତ୍ତର ଭାଦ୍ରମୀନ ସେମାନେ ସୁଫଳ ପାଇବେ ।
ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୭, ଆରାଧନା : ପ୍ରଭୁଗଜାନନ ।
ଜ୍ୟୋତିର୍ବିଦ୍ : କୈଳାସ ଦାଶ
ଯୋଗାଯୋଗ : ୯୪୩୭୧୩୩୪୭୩