ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଆମେରିକା-ଚୀନ୍‌ ମଧ୍ୟରେ ତେଜିଲା ବାଣିଜ୍ୟ ଯୁଦ୍ଧ, ଟ୍ରମ୍ପଙ୍କ ଶୁଳ୍କନୀତି ବିରୋଧରେ ଏଲନ୍‌ ମସ୍କ

Published By : Rasmita Pradhan | April 9, 2025 8:31 AM

ୱାଶିଂଟନ, ୦୯/୦୪ : ବିଶ୍ୱର ଦୁଇ ପ୍ରମୁଖ ଅର୍ଥବ୍ୟବସ୍ଥା ଆମେରିକା ଏବଂ ଚୀନ୍‌ ମଧ୍ୟରେ ତୀବ୍ରତର ହୋଇଛି ବାଣିଜ୍ୟ ଯୁଦ୍ଧ । ଉଭୟ ପରସ୍ପର ବିରୋଧରେ ପାଲଟା ଶୁଳ୍କ ହମ୍‌ଲା କରିଚାଲିଛନ୍ତି । ହ୍ୱାଇଟ୍‌ ହାଉସ୍‌ ସୂଚନା ମୁତାବକ, ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ବାଣର କଡ଼ା ଜବାବ ଦେଇଥିବା ଚୀନ୍‌ର ସାମଗ୍ରୀ ଉପରେ ଏବେ ୧୦୪%ର ଟାରିଫ୍‌ ଲଗାଇବ ଟ୍ରମ୍ପ ପ୍ରଶାସନ । ମଙ୍ଗଳବାର ମଧ୍ୟରାତ୍ରରୁ ଏହାକୁ ଲାଗୁ କରାଯାଇଛି । ଏଥିସହ ବିଶ୍ୱ ବାଣିଜ୍ୟ ଯୁଦ୍ଧ ଅଧିକ ଭୟଙ୍କର ହେବାକୁ ଯାଉଥିବା ଅର୍ଥନୀତିଜ୍ଞମାନେ ଚେତାବନୀ ଦେଇଛନ୍ତି । 

ଅନ୍ୟପକ୍ଷରେ, ଟ୍ରମ୍ପଙ୍କ ଶୁଳ୍କନୀତି ବିରୋଧରେ ସ୍ୱର ଉଠାଇଛନ୍ତି ଟେସ୍‌ଲା ସିଇଓ ଏଲନ୍‌ ମସ୍କ । ପ୍ରଥମେ ବ୍ୟବସାୟ, ପରେ ବନ୍ଧୁତ୍ୱ । ଟେସ୍‌ଲା ସିଇଓ ମସ୍କ ଏବେ ଉକ୍ତ ଦିଗରେ ବଢୁଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପ୍ରଶାସନରେ ସରକାରୀ ଦକ୍ଷତା ବିଭାଗ ମୁଖ୍ୟ ମସ୍କଙ୍କ ମଧ୍ୟରେ କୁହୁଳିଲାଣି ବିବାଦ । ବିବାଦ ଟ୍ରମ୍ପଙ୍କ ଶୁଳ୍କନୀତିକୁ ନେଇ । ଚୀନ୍‌ ଉପରେ ଲଗାଯାଇଥିବା ଟାରିଫ୍‌କୁ ନେଇ ଚିନ୍ତାରେ ମସ୍କ । ଏହା ଯୋଗୁ ତାଙ୍କ କମ୍ପାନି ଟେସ୍‌ଲାର ବ୍ୟବସାୟ ପ୍ରଭାବିତ ହେଉଥିବା ସେ ଦର୍ଶାଇଛନ୍ତି । ଏହାସହିତ ଶୁଳ୍କକୁ ହଟାଇବା ପାଇଁ ସେ ଅନୁରୋଧ କରିଥିବାବେଳେ ଟ୍ରମ୍ପ ଏହାକୁ ଖାରଜ କରିଦେଇଥିବା ଏକ ଗଣମାଧ୍ୟମ ରିପୋର୍ଟକୁ ଜଣାପଡ଼ିଛି । 

ମସ୍କ ମୁକ୍ତ ବାଣିଜ୍ୟ ନୀତି ସପକ୍ଷରେ ସ୍ୱର ଉଠାଇଥିବାବେଳେ ଟ୍ରମ୍ପଙ୍କ ଆକ୍ରାମକ ବାଣିଜ୍ୟ ନୀତିକୁ ଦୃଢ଼ ସମାଲୋଚନା କରୁଛନ୍ତି । ଟ୍ରମ୍ପଙ୍କ ଟାରିଫ୍‌ ନୀତିକୁ ସେ ଅବ୍ୟବହାରିକ କହିଛନ୍ତି । ଯେସାକୁ ତେସା ଶୁଳ୍କ ନୀତି ଘୋଷଣା ହେବା ପରେ ଏଲନ୍‌ ମସ୍କଙ୍କ ନେଟ୍‌ ସମ୍ପତ୍ତି ପ୍ରାୟ ୯୪ ହଜାର କୋଟି ଟଙ୍କା ହ୍ରାସ ପାଇଛି । ମସ୍କ ଏହାକୁ ପ୍ରତ୍ୟାହାର କରିବାକୁ ଅନୁରୋଧ କରୁଥିବାବେଳେ ଟ୍ରମ୍ପ ଜିଦିରେ ଅଟଳ । କୌଣସି ରାଷ୍ଟ୍ର ଉପରେ ଶୁଳ୍କକୁ ରୋକାଯିବ ନାହିଁ ବୋଲି ସେ କହିଛନ୍ତି । ବର୍ତ୍ତମାନ ମସ୍କ ଖୋଲାଖୋଲି ଭାବେ ଟ୍ରମ୍ପ ପ୍ରଶାସନର ଶୁଳ୍କନୀତିକୁ ବିରୋଧ କରୁଛନ୍ତି । ଏହାକୁ ନେଇ ସେ ହ୍ୱାଇଟ୍‌ ହାଉସ୍‌ର ବାଣିଜ୍ୟ ଉପଦେଷ୍ଟା ପିଟର ନାଭାରୋଙ୍କ ବିରୋଧରେ ଅନ୍‌ଲାଇନ୍‌ ବିଦ୍ରୋହ ଆରମ୍ଭ କରିଛନ୍ତି । 

ଟେସ୍‌ଲା ସିଇଓ ଜଣେ କାର ନିର୍ମାତା ନୁହେଁ ବରଂ କାର୍‌ ଆସେମ୍ବ୍ଲର  । ଏହାଛଡ଼ା କମ୍ପାନି ବିଦେଶୀ ଉପକରଣ ଉପରେ ଅଧିକ ନିର୍ଭରଶୀଳ ବୋଲି ନାଭାରୋ କହିଥିବାବେଳେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ମସ୍କ । କାର୍‌ସ ଡଟ୍‌ କମ୍‌ର ଆମେରିକାନ୍‌-ମେଡ୍‌ ସୂଚକାଙ୍କର ଡାଟା ସେୟାର କରି ମସ୍କ ଜବାବ ରଖିଛନ୍ତି ଯେ, ଶୀର୍ଷ-୪ ଆମେରିକାନ୍‌-ମେଡ୍‌ କାର ହେଉଛି ଟେସ୍‌ଲାର । ଏହି ମଡେଲଗୁଡ଼ିକ ହେଲା ମଡେଲ ୱାଇ, ମଡେଲ୍‌ ୩, ମଡେଲ୍‌ ଏକ୍ସ ଏବଂ ମଡେଲ୍‌ ଏସ୍‌ । ନାଭାରୋ ଯାହା କହିଛନ୍ତି ସବୁ ମିଛ । ତାଙ୍କ ଶିକ୍ଷାଗତ ଯୋଗ୍ୟତାର ଯାଞ୍ଚ କରାଯାଉ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.